Odisha News Portal

ବିବାହର ମାତ୍ର କିଛି ଦିନ ପରେ ଏକାସଙ୍ଗେ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କଲେ ସ୍ୱାମୀ ସ୍ତ୍ରୀ, ପୁରା ଘଟଣା ଜାଣି ହେବେ ତାଯୁବ….

ବର୍ତ୍ତମାନର ସମାଜ ଯେତେ ଯେତେ ସଭ୍ୟ ଆଡ଼କୁ ଗତି କରିଲେ ମଧ୍ୟ, ସମାଜରେ ସେହିଭଳି ଅହିଂସା ବଢି ବଢି ଚାଲିଛି। ପ୍ରତ୍ୟେକ ଦିନ ସମାଜରେ ଅନକ ଘଟଣା ଘଟୁଛି, ଲୋକେ ବର୍ତ୍ତମାନ ଏକ ଚାପ ଆଡକୁ ଗତି କରୁଛନ୍ତି। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମନୁଷ୍ୟ ଅନେକ ସମସ୍ୟା ଦେଇ ଗତି କରିଥାଏ। ତେବେ କିଛି ଲୋକ ଅଛନ୍ତି ଯେଉଁ ମାନେ ସମସ୍ୟାକୁ ସମାଧାନ କରି ଆଗକୁ ବଢ଼ନ୍ତି। କିନ୍ତୁ ସମାଜରେ ଆଉ କିଛି ଲୋକ ଅଛନ୍ତି ଆସୁଥିବା ସମସ୍ୟାକୁ ସମାଧାନ ନ କରି ପାରି ଚାପରେ ରହନ୍ତି। ସେତେବେଳେ ସେମାନେ ନିଜର ଜୀବନକୁ ତୁଚ୍ଛ ବୋଲି ଭାବନ୍ତି। ଏବଂ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥାନ୍ତି। ଆଜିକାଲି ର ସମାଜରେ ମନୁଷ୍ୟ ସୁଇସାଇଡ଼ କୁ ସବୁ ସମସ୍ୟାର ସମାଧାନ ବୋଲି ଭାବୁଛନ୍ତି।

ତେବେ ବନ୍ଧୁଗଣ ବତ୍ତମାନ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଯାହାକି ନବ ବିବାହିତା ଦମ୍ପତି ଅର୍ଥାତ ସ୍ୱାମୀ ସ୍ତ୍ରୀ ଉଭୟ ଏକ ଫ୍ୟାନ ରେ ଝୁଲି ସୁଇସାଇଡ଼ କରିଛନ୍ତି। ଏଭଳି ହୃଦୟ ବିଦାରକ ଘଟଣା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ଧୁଗଣ ଆସନ୍ତୁ ଜାଣିବା ପ୍ରକୃତ ଘଟଣା ବିଷୟରେ;

ଏଭଳି ଏକ ଘଟଣା ଘଟିଛି ପ୍ରୟାଗରାଜ ଯମୁନାପାର ନୈନି ଅଂଚଳରେ, ଶିବମ ଶଙ୍କରଲାଲ କେଶରୱାନୀ ସେ ଦାଣ୍ଡି ବଜାରର ବାସିନ୍ଦା ଅଟନ୍ତି। ଶିବମ ଶଙ୍କରଲାଲଙ୍କର ଦୁଇ ପୁତ୍ର ଯାହାକି ବଡ ପୁତ୍ରଟି ଡ୍ରେସ ଦୋକାନ ଚଲାନ୍ତି ଓ ସାନ ପୁତ୍ରଟି ବାପାଙ୍କ ସହ ମିଶି ବାସନ କୁସନ ଦୋକାନ ଚଲାନ୍ତି। ତେବେ ତାଙ୍କ ବଡ ପୁଅ ୬ ମାସ ପୂର୍ଵରୁ ଖୁରପୁର ଗ୍ରାମର ଶ୍ୟାମବାବୁ କେଶରୱାନୀଙ୍କ ଝିଅ ନେହାକୁ ବିବାହ କରିଥିଲେ। ବିବାହ ପରେ ତାଙ୍କ ବୈବାହିକା ଜୀବନ ବେଶ ଖୁସିରେ କଟୁଥିଲା। ନେହାଙ୍କ ପରିବାର ଲୋକ ସୋମବାର ଦିନ ଶାଶୁ ଘରକୁ ବୁଲିବାକୁ ଆସିଥିଲେ। ତେବେ ସମସ୍ତେ ମିଳିମିଶି ଖାଇ ଶୋଇବାକୁ ଯାଇଥିଲେ।

ନେହା ପ୍ରତ୍ୟେକ ଦିନ ସକାଳ ୭ ଟା ପୂର୍ବରୁ ଉଠନ୍ତି। କିନ୍ତୁ ସେଦିନ ଉଠିବା ବିଳମ୍ବ ଦେଖି ପରିବାର ଲୋକ ନେହାକୁ ଡାକିବା ପାଇଁ ତାଙ୍କ ରୁମକୁ ଯାଇଥିଲେ। କବାଟ ବନ୍ଦ ଥିବାରୁ ତାଙ୍କୁ ଡାକିଥିଲେ କିନ୍ତୁ ସେ କିଛି ଉତ୍ତର ଦେଇନଥିଲେ। କିନ୍ତୁ ଝରକା ଯାଇ ଦେଖିବାରୁ, ତାଙ୍କ ପରିବାର ଲୋକ ଏମିତି ଏକ ଘଟଣା ଦେଖିଲେ ଯାହା କେବେକି କେହି ସ୍ୱପ୍ନରେ ସୁଦ୍ଧା ଭାବିଲନଥିଲେ। ଯାହାକି ସ୍ୱାମୀ ସ୍ତ୍ରୀ ଉଭୟ ଫ୍ୟାନ ରେ ଝୁଲି ଆତ୍ମହତ୍ୟା କରିଛନ୍ତି।

ଖବର ପାଇ ପୋଲିସ ଘଟଣା ସ୍ଥଳରେ ଆସି ପହଁଚିଗଲେ ଓ ପୋଲିସ କବାଟ ଭାଙ୍ଗି ଦମ୍ପନ୍ତିଙ୍କୁ ତଳକୁ ଆଣିଥିଲେ। ଦାମ୍ପନ୍ତିଙ୍କୁ ଆଣିବା କ୍ଷଣି ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନେଇଗଲେ, ଡ଼କ୍ଟର ଦାମ୍ପନ୍ତିଙ୍କୁ ଦେଖି ମୃତ ବୋଲି ଘୋଷଣା କଲେ। ସ୍ୱାମୀ ଓ ସ୍ତ୍ରୀଙ୍କ ମୃତ ଦେହକୁ ପୋଲିସ ପୋଷ୍ଟମୋଟମ ପାଇଁ ପଠେଇଛନ୍ତି। ତେବେ ପୋଷ୍ଟମୋଟମ ପରେ ଜଣା ପଡିବ ଏହା ଆତ୍ମହତ୍ୟା ନା ହତ୍ୟା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।