Odisha News Portal

ବିବାହର କିଛି ଦିନ ପରେ ବାପଘରକୁ ଫେରିଛନ୍ତି ଅର୍ଚ୍ଚିତା , ଆର୍ଚ୍ଚିତାଙ୍କୁ ଦେଖି ଭାବବିହ୍ୱଳ ହୋଇପଡିଛନ୍ତି ଅର୍ଚ୍ଚିତାଙ୍କ ଆଈ

ଓଲିଉଡ ଇଣ୍ଡଷ୍ଟ୍ରିର ସୁପରହିଟ ଯୋଡି ଅର୍ଚ୍ଚିତା ଓ ସବ୍ୟସାଚୀ ଗତ ରବିବାର ଦିନ ରାଜସ୍ଥାନାର ଏକ ରାଜ ଉଆସରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏବଂ ପାଞ୍ଚ ଦିନ ପରେ ସେ ଓଡିଶା ଫେରିଥିଲେ । ଓଡିଆ ରିତୀ ନୀତିରେ ସବ୍ୟଙ୍କ ମା ଅର୍ଥାତ୍ ଅର୍ଚ୍ଚିତାଙ୍କ ଶାଶୁ ଗନ୍ଦାପନା କରି ଗୃହ ପ୍ରବେଶ କରାଇଛନ୍ତି । ଏହା ପରେ ଅର୍ଚ୍ଚିତା ପ୍ରଥମ ଥର ପାଇଁ ରୋଷେଇ ଘରେ ପାଦ ଦେଇଥିଲେ ଏବଂ ନିଜ ହାତରେ ରୋଷେଇ ମଧ୍ୟ କରୁଥିଲେ । ବିବାହ ପରେ କିଛି ଦିନ ଶାଶୁ ଘରେ ରହିବା ପରେ ବାପ ଘରକୁ ଫେରିଛନ୍ତି ଅର୍ଚ୍ଚିତା ଏବଂ ବାପ ଘରକୁ ଫେରିବା ସମୟରେ ଅର୍ଚ୍ଚିତା ଓ ସବ୍ୟସାଚୀଙ୍କ ଦେଖି ଭାବ ବିହ୍ୱଳ ହୋଇ ପଡିଛନ୍ତି ଅର୍ଚ୍ଚିତାଙ୍କ ଆଇ । କାହିଁକି ନା ବିବାହ ପରେ ପ୍ରଥମ ପାଇଁ ଶାଶୁ ଘରେ ରୋଷେଇ କରିବା ଏବଂ ଏହା ପରେ ପରେ ଶାସୁ ଘରୁ ବାପ ଘରକୁ ସବ୍ୟଙ୍କ ସହିତ ଆସିଛନ୍ତି ଅର୍ଚ୍ଚିତା ।

ସବ୍ୟଙ୍କ ସହିତ ଅର୍ଚ୍ଚିତା ଫେରିଲା ପରେ ଅର୍ଚ୍ଚିତା ଏବଂ ସବ୍ୟସାଚୀଙ୍କୁ ଦେଖି ଭାବ ବିହ୍ୱଳ ହୋଇ ପଡିଛନ୍ତି ଅର୍ଚ୍ଚିତାଙ୍କ ଆଈ ଏବଂ ଭାବବିହ୍ୱଳ ହୋଇ ଅର୍ଚ୍ଚିତା ଏବଂ ସବ୍ୟଙ୍କୁ ଧରି କୁଣ୍ଡେଇ କାନ୍ଦୁଥିବାର ଫୋଟ ଏବେ ସୋସିଆଲ ମିଡିଆଲରେ ଏବେ ଖୁବ୍ ଭାଇରାଲ ହେଉଛି । ଲୋକମାନେ ମଧ୍ୟ ସବ୍ୟ ଏବଂ ଅର୍ଚ୍ଚିତାଙ୍କ ଯୋଡିକୁ ବେଶ୍ ପସନ୍ଦ କରୁଛନ୍ତି ଏବଂ ଆଗକୁ ମଧ୍ୟ ପସନ୍ଦ କରିବେ । ତେବେ ସବ୍ୟ ଅର୍ଚ୍ଚିତାଙ୍କୁ ବିବହା କରି ସାରିବା ପରେ ପ୍ରଥମ ଥର ପାଇଁ ପୁଣି ବାପ ଘରକୁ ଆସିଛନ୍ତି ସବ୍ୟସାଚୀଙ୍କ ସହିତ । ଏହି ସମୟରେ ଆଈଙ୍କ ସହିତ ସବ୍ୟସାଚୀ ଏବଂ ଅର୍ଚ୍ଚିତାଙ୍କର ଭେଟ ହୋଇଥିଲା ଯାହାକୁ ଦେଖି ଆଈ ସବ୍ୟସାଚୀ ଏବଂ ଅର୍ଚ୍ଚିତାଙ୍କୁ ଦେଖି ଭାବବିହ୍ୱଳ ହୋଇ ପଡିଥିଲେ ଏବଂ କାନ୍ଦି ପକାଇଥିଲେ ଖୁସୀରେ ।

ଏହା ଖୁସୀର ଲୁହ ବୋଲି ସବ୍ୟସାଚୀ ମଧ୍ୟନିଜର ଇନଷ୍ଟାଗ୍ରାମ ଏବଂ ସୋସିଆଲ ମିଡିଆ ଏକାଉଣ୍ଡରେ ପୋଷ୍ଟ କରି କହିଥିଲେ । ତେବେ ମାର୍ଚ୍ଚ 5 ତାରିଖରେ ଦୁଇଜଣ ଓଡିଶା ଫେରିଥିଲେ । ଓଡିଶା ଫେରି ସବ୍ୟସାଚୀଙ୍କ ଘରକୁ ସିଧା ଏୟାରପର୍ଟରୁ ଯାଇଥିଲେ ଅର୍ଚ୍ଚିତା ଏବଂ ସେହିଠାରେ ହିଁ ରହୁଥିଲେ । କିନ୍ତୁ ନିଜର ଚତୁର୍ଥୀ କାମ ଏବଂ ସମସ୍ତ କାମ ସାରିବା ପେର କିଛି ସମୟ ଫୁରସତ୍ ପାଇଁ ବାପଘରକୁ ଆସିଛନ୍ତି ଅର୍ଚ୍ଚିତା । ବାପଘରକୁ ଆସିଲା ପରେ ପ୍ରଥମ ଆସିଲା ପରେ ପ୍ରଥମଥର ଆଈଙ୍କ ସହିତ ଭେଟହୋଇଛନ୍ତି ।

ଆଈଙ୍କୁ ସେ ବହୁତ ଭଲ ପାଆନ୍ତି ବୋଲି କହନ୍ତି ଏବଂ ଆଈଙ୍କ ସହ ଭେଟ ହେବା ପରେ ଆଈଙ୍କୁ ଦେଖି ଅର୍ଚ୍ଚିତା ଏବଂ ସବ୍ୟସାଚୀ ଖୁସୀ ହୋଇଥିବା ବେଳେ ଆଈ ମଧ୍ୟ ଖୁସୀରେ ଲୁହ ଝରାଇ ଦେଇଥିଲେ । ଆଈଙ୍କ ଖୁସୀକୁ ଦେଖି ଆର୍ଚ୍ଚିତା ଏବଂ ସବ୍ୟସାଚୀ ମଧ୍ୟ କିଛି କାନ୍ଦି ପକାଇଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।