Odisha News Portal

ବିବାହ ସମୟରେ କନ୍ୟାର ଋତୁସ୍ରାବ ହେଲେ କ’ଣ ସୂଚନା ମିଳିଥାଏ ! ୨୦+ ଅନୁଚିନ୍ତା

ମନୁଷ୍ୟ ଜୀବନକୁ ସରସ ସୁନ୍ଦର ଭାବରେ ଗଢି ତୋଳିବା ପାଇଁ ଅନେକ କିଛି ମହତ୍ୱପୂର୍ଣ୍ଣ ଜିନିଷ ଜାଣିବା ଅତ୍ୟନ୍ତ ଜରୁରୀ ହୋଇଥାଏ । ସେଥିପାଇଁ ଆଜି ଆମେ ଆପଣ ମାନଙ୍କୁ କେତୋଟି ଅନୁଚିନ୍ତା ବିଷୟରେ ଜଣାଇବୁ , ଯାହା ଆପଣ ମାନେ ଜାଣିବା ଅତ୍ୟନ୍ତ ଜରୁରୀ ଅଟେ ।

1 ବରଠାରୁ ଧନ ନେଇ ତାକୁ କନ୍ୟା ବିବାହ ଦେଲେ ଅସୁର ବିବାହ କୁହାଯାଏ ।

2 ଭିନ୍ନ ଭିନ୍ନ ମାତା ଠାରୁ ଜାତ ହୋଇଥିବା ସନ୍ତାନ ଏକ ଦିନରେ ଓ ଏକ ମଣ୍ଡପରେ ବିବାହ କରି ପାରିବେ ।

3 ଯାଆଁଳା ଦୁଇ ଭାଇ କିମ୍ୱା ଦୁଇ ଭଉଣୀ ଏକା ବର୍ଷ କିମ୍ୱା ଏକା ଦିନରେ ବିବାହ କରି ପାରିବେ ।

4 ବିବାହ ଚାଲୁଥିବା ସମୟରେ ଅସୌଚ ଘଟିଲେ କର୍ମ ବନ୍ଦ କରିବା ଉଚିତ ନୁହେଁ ।

5 ବିବାହ ସମୟରେ କନ୍ୟା ଋତୁମତି ହେଲେ ତାକୁ ସ୍ନାନ କରାଇ ସଂସ୍କାର କରି ବିବାହ କରାଇବା ଉଚିତ ।

6 ବିବାହ ସମୟରେ ଯଦି ବର କିମ୍ୱା କନ୍ୟାର ମାତା ରଜସ୍ୱାଳା ହୁଏ ତେବେ ସେ ସମୟରେ ବିବାହ କର୍ମ ହୁଏ ନାହିଁ ଶୁଦ୍ଧି ପରେ ହୋଇଥାଏ ।

7 କନ୍ୟା ଦାନ , ଦୀପ ଦାନ , ଅନ୍ନ ଦାନ , ଆଶ୍ରୟ ଦାନ ଓ ଅଭୟ ଦାନ ରାତ୍ର କାଳରେ କରାଗଲେ ଅଶୁଭ ନୁହେଁ ।

8 ଜ୍ୟେଷ୍ଠ ମାସେର ଜ୍ୟେଷ୍ଠ ପୁତ୍ର କିମ୍ୱା ଜ୍ୟେଷ୍ଠ କନ୍ୟାର ବିବାହ ନିଷିଦ୍ଧ ଅଟେ ।

9 ମାଘ , ଫାଲଗୁନ , ବୈଶାଖ , ମାର୍ଗଶୀର , ଜ୍ୟେଷ୍ଠ ଓ ଆଷାଢ ମାସରେ ବିବାହ କଲେ କନ୍ୟା ସୌଭାଗ୍ୟବତୀ ଓ ଧନଧାନ୍ୟବତି ହୁଏ ।

10 ଚୈତ୍ର , ଶ୍ରାବଣ , ଭାଦ୍ରବ , ଆଶ୍ୱିନ , କାର୍ତ୍ତିକ ଓ ପୌଷ ମାସରେ ବିବାହ କଲେ କନ୍ୟା ଅତିଶୀଘ୍ର ବିଧବା ହୁଏ ।

11 ଜନ୍ମ ମାସ , ଜନ୍ମ ଦିବସ ଓ ଜନ୍ମ ନକ୍ଷତ୍ରରେ ବର ଓ କନ୍ୟାର ବିବାହ ନିଷିଦ୍ଧ ଅଟେ ।

12 ଜନ୍ମ ଏକାଦଶିରେ ବିବାହ କଲେ କନ୍ୟା ବହୁ ଧନବତି ହୋଇଥାଏ ।

13 ଅମାବାସ୍ୟା , ପୈଷ ଓ ଚୈତ୍ର ମାସରେ , ବର୍ଷା ଓ ଶରତ ଋତୁରେ , ମାସନ୍ତରେ , ବୃହସ୍ପତି ସିଂହ ରାଶିରେ ଥିବା ସମୟରେ ବିବାହ ନିଷିଦ୍ଧ ଅଟେ ।

14 ମଘା ଓ ମୂଳାନକ୍ଷତ୍ରର ଆଦ୍ୟ ପାଦ ଏବଂ ରେବତୀ ନକ୍ଷତ୍ରର ଚତୁର୍ଥ ପାଦରେ ବିବାହ କଲେ ପ୍ରାଣ ନାଶ ହୁଏ ।

15 ମେଷ ସହିତ କନ୍ୟା , ତୁଳା ସହିତ ମୀନ , ମିଥୁନ ସହିତ ବୃଶିକ , ମକର ସହିତ ସିଂହ , କୁମ୍ଭ ସହିତ କର୍କଟ , ବୃଷ ସହିତ ଧନୁ ବିବାହ କଲେ ମୃତ୍ୟୁ ଯୋଗ ହୁଏ ।

16 ବରର କୁଳ , ସ୍ୱଭାବ , ବୟସ , ରୂପ ବିଦ୍ୟା , ଧନ ଓ ପିତ୍ରାଦିର ସହାୟତା ଗୁଣ ପରିକ୍ଷା କରି କନ୍ୟା ଦାନ କରିବା ଉଚିତ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।