Odisha News Portal

ଦେଖନ୍ତୁ ଭିଡ଼ିଓ – ବିବାହ ପରେ ପ୍ରଥମ ଥର ସବ୍ୟସାଚୀ ଙ୍କ ସହ କେମିତି ହୋଲି ଖେଳିଲେ ଅଭିନେତ୍ରୀ ଅର୍ଚ୍ଚିତା ଭାଇରାଲ ହେଲା ଭିଡିଓ ଦେଖନ୍ତୁ

ପୁଣି ଥରେ ଲାଇଭ ଭିଡିଓ ରେ ସାମ୍ନାକୁ ଆସିଲେ ନୂଆ କରି ବିବାହ କରିଥିବା ଓଲିଉଡ ର ସେହି ସୁପରହିଟ ଲୋକପ୍ରିୟ ଯୋଡ଼ି ସବ୍ୟସାଚୀ ଏବଂ ଅର୍ଚ୍ଚିତା। ଏଥର ସେମାନେ କିଭଳି ଭାବରେ ଲାଇଭ ଆସିଛନ୍ତି ଆପଣ ଏହି ଭିଡିଓ ଦେଖିଲେ ସ୍ପଷ୍ଟ ହୋଇ ଯାଇ ପାରିବେ। ବିବାହ ପରେ ଏକାଠି ଅନେକ କାର୍ଯ୍ୟକ୍ରମରେ ସେମାନଙ୍କୁ ଦେଖିବାକୁ ମିଳିଛି। ବିବାହ ପରର ଅନେକ ଫଟୋ ମଧ୍ୟ ସେମାନେ ସୋସିଆଲ ମିଡିଆରେ ଭାଇରାଲ କରେଇ ଛନ୍ତି ତାଙ୍କ ଦର୍ଶକ ମାନଙ୍କ ପାଇଁ। ସେହିପରି ଏବେ ଆଉ ଏକ ନୂଆ ରୂପରେ ସେମାନେ ତାଙ୍କର ଦର୍ଶକ ଏବଂ ପ୍ରଶଂସକ ଙ୍କ ନିକଟତର ହୋଇଛନ୍ତି। ଆପଣ ମାନେ ଜାଣିଛନ୍ତି ଆଜି ହେଉଛି ହୋଲି ଉତ୍ସବ।

ଏହି ପର୍ବରେ ଆପଣ ମାନେ ବହୁତ ଉପଭୋଗ କରିଥିବେ ଏବଂ ରଙ୍ଗର ଏହି ପର୍ବ ରେ ପରସ୍ପର କୁ ରଙ୍ଗ ଲଗାଇ ଆପଣ ଖୁସି ମଧ୍ୟ ବାଣ୍ଟି ଥିବେ। ସେହିପରି ଏହି ଯୋଡ଼ି ମଧ୍ୟ ଆଜି ହୋଲିର ଏହି ରଙ୍ଗର ପର୍ବରେ ପରସ୍ପରକୁ ରଙ୍ଗ ଦେଇ ବହୁତ ମଜା କରିଛନ୍ତି ଏବଂ ନିଜ ଦେହରେ ରଙ୍ଗ ବୋଲେଇ ହୋଲିର ଏହି ଖୁସିର ପର୍ବକୁ ଉତ୍ସାହ ର ସହିତ ପାଳନ କରି ଦର୍ଶକ ମାନଙ୍କ ସହିତ କିଛି ମୁହୂର୍ତ୍ତ ବିତାଇବାକୁ ଆସିଛନ୍ତି ଲାଇଭ ଭିଡିଓ ଜରିଆରେ। ସବ୍ୟସାଚୀ ଭିଡିଓ କରି ଦର୍ଶକ ମାନଙ୍କୁ କହିଛନ୍ତି କି ଅର୍ଚ୍ଚିତା ଙ୍କୁ ଚିହ୍ନିବା ପାଇଁ।ଏହି ଭଦ୍ର ମହିଳା ଜଣଙ୍କ କିଏ ବୋଲି ସେ କହିଛନ୍ତି। କିନ୍ତୁ ସମସ୍ତେ କମେଣ୍ଟ ରେ ତାଙ୍କୁ ଚିହ୍ନି ପାରିଛନ୍ତି ଏବଂ ଅର୍ଚ୍ଚିତା ବୋଲି ଲେଖିଛନ୍ତି।

ଉଭୟ ହୋଲି କୁ ବହୁତ ସୁନ୍ଦର ଭାବରେ ଖୁସିର ସହିତ ଉପଭୋଗ କରିଛନ୍ତି। ଦର୍ଶକ ଏବଂ ପ୍ରଶଂସକ ମାନଙ୍କୁ ମଧ୍ୟ ତାଙ୍କର ଖୁସି ସେୟାର କରିଛନ୍ତି। ବହୁତ୍ ମଜା ମଧ୍ୟ କରିଛନ୍ତି ସବ୍ୟସାଚୀ ଏବଂ ସମସ୍ତଙ୍କୁ ହସେଇବା ଭଳି କଥା ମଧ୍ୟ କହିଛନ୍ତି। କମେଣ୍ଟରେ ତାଙ୍କର ଅନେକ ପ୍ରଶଂସକ ଉଭୟଙ୍କୁ ହୋଲିର ଶୁଭେଚ୍ଛା ଜଣାଇଛନ୍ତି ଏବଂ ବିଭିନ୍ନ ପ୍ରକାର ନାମରେ ସେମାନଙ୍କୁ ଡାକୁଥିବା ର ଦେଖିବାକୁ ମିଳିଛି। ଯାହାକୁ ନେଇ ସବ୍ୟସାଚୀ ବହୁତ ମଜା କରୁଛନ୍ତି ସେହି ସବୁ କମେଣ୍ଟକୁ ପଢି। ଯାହାବି ହେଉ ପ୍ରଶଂସକ ମାନଙ୍କ ସହିତ ଏହିଭଳି ଖୁସିର ଦିନରେ ଖୁସି ସେୟାର କରିବା ବହୁତ ସୁନ୍ଦର ଅନୁଭବ ଅଟେ।

ବିବାହ ପରେ ସେମାନେ ଉଭୟ ବହୁତ ଖୁସିରେ ଥିବା ର ନଜର ଆସୁଛନ୍ତି। ଆପଣଙ୍କୁ କହି ରଖୁଛୁ କି ରାଜସ୍ଥାନରେ ପୁରା ଓଡ଼ିଆ ପରମ୍ପରା ଅନୁସାରେ ସମସ୍ତ ରୀତି ନୀତି କୁ ଅନୁସରଣ କରି ଏହି ଯୋଡ଼ିଙ୍କର ବିବାହ ଉତ୍ସବ ପାଳନ କରା ଯାଇଥିଲା। ରାଜସ୍ଥାନର ଉଦୟପୁରରେ ଥିବା ଏକ ବିଳାସପୂର୍ଣ୍ଣ ପାଲାସ ରେ ଏହି ବିବାହ ଉତ୍ସବ ଚାଲିଥିଲା। ବିବାହ ପରେ ଅନେକ ସମୟରେ ସେମାନଙ୍କୁ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।