ଆପଣ ମାନେ ସମସ୍ତେ ଜାଣିଥିବେ କି ଓଲିଉଡ ଜଗତର ସୁପରହିଟ ଯୋଡି ସବ୍ୟ ଏବଂ ଅର୍ଚ୍ଚିତା ରିଲ ଲାଇଫରେ ଅଭିନୟ କରୁଥିବା ଏହି ଦୁଇ ଯୋଡି ରିଏଲ ଲାଇଫରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଆପଣ ମାନେ ସମସ୍ତେ ଜାଣିଥିବେ କି ରବିବାର ଦିନ ମାର୍ଚ୍ଚ 1 ତାରିଖରେ ସବ୍ୟ ଏବଂ ଅର୍ଚ୍ଚିତା ରାଜସ୍ଥାନର ଏକ ରାଜ ଉଆସରେ ପରସ୍ପର ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସେମାନଙ୍କ ବିବାହରେ ଅନେକ କଳାକାର ମାନେ ଯୋଗ ଦେଇଥିଲେ । ବିବାହ ପରେ ପ୍ରଥମ ଥର ପାଇଁ ଅର୍ଚ୍ଚିତା ସବ୍ୟଙ୍କ ରୋଷେଇ ଘରେ ପାଦ ରଖିଛନ୍ତି ଏବଂ ସେମାନେ ବିବାହର 5 ଦିନ ପରେ ଓଡିଶା ଫେରିଥିଲେ । ସବ୍ୟ ଏବଂ ଅର୍ଚ୍ଚିତା ଓଡିଶା ଫେରିବା ପରେ ଅର୍ଚ୍ଚିତା ନିଜର ଶାଶୁ ଘରକୁ ଯାଇଥିଲେ । ଓଡିଆ ରୀତି ନୀତି ଅନୁସାରେ ସବ୍ୟଙ୍କ ମାଆ ତାଙ୍କ ଗୃହ ପ୍ରବେଶ କରାଇଥିଲେ ।କିନ୍ତୁ ବର୍ତ୍ତମାନ ସମୟରେ ଅର୍ଚ୍ଚିତା ସାହୁ ପ୍ରଥମ ଥର ପାଇଁ ନିଜ ଶାଶୁଘରେ ରୋଷେଇ ଶାଳାରେ ପାଦ ଦେଇଛନ୍ତି । ଏହାକୁ ନେଇ ଅଭିନେତ୍ରୀ ଅର୍ଚ୍ଚିତା ନିଜେ ନିଜର ସୋସିଆଲ ମିଡିଆ ଏକାଉଣ୍ଡ ଇନଷ୍ଟୋଗ୍ରାମ ଜରିଆରେ ଫୋଟ ଗୁଡିକ ସେୟାର କରିଛନ୍ତି । ଯେଉଁଥିରୁ ସ୍ପଷ୍ଟ ଭାବେ ଜଣାପଡୁଛି କି ନିଜ ଶାଶୁ ଓ ନଣଦ ମାନଙ୍କ ସହିତ ରୋଷେଇ ଘରେ ରୋଷେଇ କରୁଛନ୍ତି । ଯାହା ଆପଣମାନେ ଏହି ଭିଡିଓରେ ଦେଖିବାକୁ ପାଉଥିବେ ଏବଂ ଅର୍ଚ୍ଚିତା ରୋଷେଇ କରି ସାରିବା ପରେ ପରିବାର ସଦସ୍ୟ ମାନେ ମିଶି ଏକାଠି ଖାଇଛନ୍ତି । ଖାଇ ସାରିବା ପରେ ଅର୍ଚ୍ଚିତାଙ୍କ ଶାଶୁ ଅର୍ଚ୍ଚିତାଙ୍କୁ କିଛି ଉପହାର ଦେଇଛନ୍ତି । ଅର୍ଚ୍ଚିତାଙ୍କ ଶାଶୁ ଅର୍ଚ୍ଚିତାଙ୍କୁ କିଛି ଲଡୁ ଓ ମୁଦି ମଧ୍ୟ ଉପହାର ସଦୃଶ ତାଙ୍କୁ ପ୍ରଦାନ କରିଛନ୍ତି ।
ଆପଣମାନେ ସମସ୍ତେ ଜାଣିଥିବେ କି ଅର୍ଚ୍ଚିତା ଓ ସବ୍ୟଙ୍କ ବିବାହର ପାଖା ପାଖି 8 ଦିନ ପୂରି ସାରିଲାଣି ଏବଂ ପ୍ରଥମ ଥର ପାଇଁ ଆଜି ଅର୍ଚ୍ଚିତା ନିଜ ଶାଶୁ ଘରେ ନିଜ ପରିବାର ସଦସ୍ୟ ମାନଙ୍କ ସହିତ ଶାଶୁ ଓ ନଣଦ ମାନଙ୍କ ସହିତ ଏକାଠି ମିଶି ରୋଷେଇ କରିଛନ୍ତି । ଯାହାର ଫୋଟଟିକୁ ଅର୍ଚ୍ଚିତା ସାହୁ ନିଜେ ନିଜର ସୋସିଆଲ ମିଡିଆ ଏକାଉଣ୍ଡ ଜରିଆରେ ସେୟାର କରିଥିଲେ । ତେବେ ଏହି ଫୋଟ ମଧ୍ୟରୁ ଜଣା ପଡୁଛିକି ଅର୍ଚ୍ଚିତା ସାହୁ ନିଜ ଶାଶୁ ଘରେ ବହୁତ ଖୁସୀରେ ଅଛନ୍ତି । ଅର୍ଚ୍ଚିତାଙ୍କ ଶାସୁ ଘର ଲୋକେ ଅର୍ଥାତ୍ ସବ୍ୟଙ୍କ ପରିବାର ଲୋକେ ବେଶ୍ ଭଲପାଇବା ମଧ୍ୟ ଦେଇଛନ୍ତି ।
ଅର୍ଚ୍ଚିତା ଏବେ ନିଜ ଶାଶୁ ଘରେ ବହୁତ ଏନଜୟ କରିବା ସହିତ ପ୍ରଥମ ଥର ପାଇଁ ରୋଷେଇ ଘରେ ପାଦ ଦେଇଛନ୍ତି । ପ୍ରଭୁ ଜଗନ୍ନାଥଙ୍କ ଠାରେ ଏତିକି ପ୍ରାର୍ଥନା କି ଅର୍ଚ୍ଚିତାଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେଉ ଏବଂ ସେ ଦୁହେଁ ଖୁସୀରେ ଜୀବନ ଅତିବାହିତ କରନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।