Odisha News Portal

ଦେଖନ୍ତୁ ଭିଡ଼ିଓ : ବିବାହ ଦିନ ସବାରୀ ବଦଳରେ ଉଠିଲା ବରର କୋକେଇ ଭିଡ଼ିଓ ଦେଖିଲେ ହେବେ ତାଯୁବ….

କରନା ମହାମାରୀ ସମୟରେ କରନା ରେ ଆକ୍ରାନ୍ତ ହୋଇ ଏଥିରେ ହେଉଥିବା ମୃତ୍ୟୁ ଖବର ବାରମ୍ବାର ସାମ୍ନାକୁ ଆସୁଛି ଯାହା ଅନେକ ପରିବାରକୁ ଗଭୀର ଦୁଃଖ ଭିତରକୁ ଠେଲି ଦେଉଛି।ଏବେ ଭାରତ ବର୍ଷରେ କରନା ମହାମାରୀ ସଂକ୍ରମଣ ଉଗ୍ର ରୂପ ଧାରଣ କରିଥିବା ଆମ ରାଜ୍ୟରେ ମଧ୍ୟ ଏହା ଗମ୍ଭୀର ହେବାରେ ଲାଗିଛି।ତେବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି।କରନା ନେଉଛି ଅନେକ ଜୀବନ। ଆଉ ଏବେ ନିଜ ଜୀବନକୁ ବଞ୍ଚାଇବା ପାଇଁ ଚାଲିଛି ସଂଗ୍ରାମ। ଟିକିଏ ଅମ୍ଳଜାନ ଅଭାବରୁ ଚାଲି ଯାଉଛି ଅକାରଣରେ ଅନେକ ଜୀବନ।

ଆଉ କରନା ର କରାଳ କାୟା ରେ କଲବଲ ହେଉଛି ସାରା ଦେଶ। ଆଉ ଏତିକି ବେଳେ ନିଜ ଜୀବନକୁ ବଞ୍ଚାଇବା ପାଇଁ, ନିଜକୁ ନିଜ ପରିବାରକୁ ସୁରକ୍ଷିତ ରଖିବା ପାଇଁ ଚାଲିଛି ସବୁଆଡେ ସଂଗ୍ରାମ।ଏହି ସମୟରେ ଅନେକ ସ୍ଥାନରୁ କିଛି ଏମିତି ଚିତ୍ର ସାମ୍ନାକୁ ଆସୁଛି ଯାହା ଦେଖିଲେ ଦୁଃଖ ଅନୁଭବ ହେବାସହ ଡର ଲାଗୁଚି। ସେହିପରି ବର୍ତ୍ତମାନ ବରଗଡ଼ରୁ ଆସିଛି ଏକ ଦୁଃଖଦାୟକ ଖବର।ବିବାହ ଦିନ ଚାଲିଗଲା ବରଙ୍କ ଜୀବନ। ଯେଉଁ ଦିନ ବିବାହ କରିଥାନ୍ତେ, ବର ବେଶରେ ସଜେଇ ହୋଇ କନ୍ୟା ପାଖକୁ ଯାଇଥାନ୍ତେ ସେଦିନ ଉଠିଲା ବରର କୋକେଇ। ଯାହା ଶୁଣିବାକୁ ଯେତିକି ହୃଦୟ ବିଦାରକ ଘଟଣା ସେତିକି କଷ୍ଟ ଦାୟକ ମଧ୍ୟ।

ତେବେ ଏହି ଘଟଣାଟି ଘଟିଛି ବରଗଡ଼ ଜିଲ୍ଲାର ଅତାବିରା ଅଞ୍ଚଳର।ଏହି ମୃତ ଯୁବକ ଜଣଙ୍କ ହେଉଛନ୍ତି ଜିବର୍ଦ୍ଧନ ଭୋଇ। ସେ ସମ୍ବଲପୁର ର ଏକ କମ୍ପାନୀ ରେ ରହି କାମ କରୁଥିଲେ। ସୂଚନା ଅନୁସାରେ ଗତ ୨୫ ତାରିଖରେ ତାଙ୍କର ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥାନ୍ତା। କିନ୍ତୁ ଗତ ୧୭ ତାରିଖରେ ସେ କରନା ରେ ଆକ୍ରାନ୍ତ ହୋଇ ସେ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ। ଆଉ ଯେଉଁ ଦିନ ତାଙ୍କର ବିବାହ ହୋଇଥାନ୍ତା ସେଦିନ ତାଙ୍କର ମୃତ୍ୟୁ ଘଟିଥିଲା ଅର୍ଥାତ୍ ଗତ ମେ ୨୫ ତାରିଖରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।ଏହି ଯୁବକଙ୍କ ମୃତ୍ୟୁ ଖବର ଆସିବା ପରେ ତାଙ୍କ ଅଞ୍ଚଳରେ ଶୋକ ର ଛାୟା ଖେଳି ଯାଇଛି।

ଜଣେ ହସ ଖୁସି ମିଯାଜ୍ ର ଲୋକ ଥିଲେ ଜିବର୍ଦ୍ଧନ, ସମସ୍ତଙ୍କୁ ନିଜର କରିବାର ହସାଇବା ର କଳା ତାଙ୍କ ପାଖରେ ଥିଲା। ଏବେ ତାଙ୍କର ମୃତ୍ୟୁ ପରେ ସମସ୍ତେ ଏକ ପ୍ରକାରର ଭାଙ୍ଗି ପଡ଼ିଛନ୍ତି ବୋଲି ଉକ୍ତ ଗ୍ରାମର ଗ୍ରାମବାସୀ ଙ୍କ ଯାହା କହିବା କଥା। ବାସ୍ତବରେ ଏହି ଦୁଃଖ ତାଙ୍କ ପରିବାରକୁ ସଂପୂର୍ଣ୍ଣ ଦୋହଲାଇ ଦେଇଛି। ପୁଅର ମୃତ୍ୟୁକୁ ସହଜରେ ବିଶ୍ୱାସ କି ଗ୍ରହଣ କରି ପାରୁ ନାହାଁନ୍ତି ପରିବାର। ଆମେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛୁ ଏମିତି ଦୁଃଖଦ ଘଟଣା ଆଉ କେଉଁ ପରିବାର ସହ ନଘଟୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।