ଦେଖନ୍ତୁ viralଭିଡିଓ -ବିବାହ ପରେ ଶାଶୂଘରେ ସ୍ବାମୀଙ୍କ ସହ ପ୍ରେରଣାଙ୍କ ପ୍ରେମ ଆଉ ଭଲପାଇବା…ଦେଖନ୍ତୁ ଏହି bestସିନ୍

ଚର୍ଚ୍ଚାରେ ବହୁ ଚର୍ଚ୍ଚିତ ଯୋଡି ଅଶ୍ୱନୀ ଏବଂ ପ୍ରେରଣା। ନିଜ ବିବାହକୁ ନେଇ ଉଭୟ ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ଦୀର୍ଘଦିନର ର ପ୍ରେମ ପରେ ଦୁହେଁ ବାନ୍ଧି ହୋଇଛନ୍ତି ବିବାହ ବନ୍ଧନରେ ଯାହାକୁ ନେଇ ଉଭୟ ବେଶ୍ ଖୁସି ଥିବାର ନଜର ଆସିଛନ୍ତି।୯ ବର୍ଷ ପରେ ପ୍ରେମକୁ ଦେଇଛନ୍ତି ବିବାହର ରୂପ ଆଉ ଆରମ୍ଭ ହୋଇଛି ସେମାନଙ୍କ ଏକ ନୂଆ ବୈବାହିକ ଜୀବନ। ପରିବାର ସଦସ୍ୟ ବନ୍ଧୁ ବାନ୍ଧବ ଓଲିଉଡର ନାମୀଦାମୀ କଳାକାର ଏବଂ ରାଜନୈତିକ ଦଳର କିଛି ବ୍ୟକ୍ତି ବିଶେଷ,ପ୍ରତିଷ୍ଠିତ ବ୍ୟବସାୟୀ ଏବଂ କିଛି ଆଗଧାଡି ର ବ୍ୟକ୍ତି ବିଶେଷ ପ୍ରେରଣା ଓ ଅଶ୍ୱନୀଙ୍କ ବିବାହରେ ଯୋଗ ଦେଇଥିଲେ।

ତେବେ ବର୍ତ୍ତମାନ ସମୟରେ ବିବାହ ପରେ ନିଜ ଶାଶୁ ଘରେ ଅଛନ୍ତି ଅଭିନେତ୍ରୀ ପ୍ରେରଣା। ଆଉ ଶାଶୁ ଘର ମେମ୍ବର ମାନଙ୍କ ସହିତ ପ୍ରେରଣା ଖୁସିର ସମୟ ମଧ୍ୟ ବିତାଉଛନ୍ତି ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ତେବେ ଆସନ୍ତୁ ଜାଣିବା ନିଜ ଶାଶୁ ଘରେ କିପରି ଅଛନ୍ତି ଅଭିନେତ୍ରୀ ପ୍ରେରଣା।

ଶାଶୁ ଘର କିଛି ଝିଅ ନିଜ ନଣନ୍ଦ ଯା ଏମାନଙ୍କ ସହିତ ପ୍ରେରଣା ବେଶ୍ ଖୁସି ଅଛନ୍ତି ସେମାନଙ୍କ ସହିତ ମସ୍ତି ମଧ୍ୟ କରୁଛନ୍ତି। ତେବେ ପ୍ରେରଣା କହିଛନ୍ତି କି ସେ ପୁର୍ବରୁ ମଧ୍ୟ ଅଶ୍ୱନୀଙ୍କ ପରିବାର ସହିତ ମିଶିଛନ୍ତି ଆଉ ସମସ୍ତଙ୍କୁ ଜାଣିଛନ୍ତି ଭଲ ଭାବରେ ମଧ୍ୟ କିନ୍ତୁ ବିବାହ ପରେ ବାପା ଘର ଛାଡି ଶାଶୁ ଘରକୁ ଆସିଛନ୍ତି ବୋଲି ତାଙ୍କୁ ଶାଶୁ ଘର ଲୋକେ ଆଦୌ ଫିଲ କରିବା ପାଇଁ ଦେଉ ନାହାଁନ୍ତି। ଶାଶୂ ଘର ସବୁ ସଦସ୍ୟ ଖୁବ୍ ସପୋର୍ଟ କରନ୍ତି ବୋଲି ସେ କହିଛନ୍ତି। ଆଉ ଏବେ ପ୍ରେରଣା ନିଜ ଶାଶୁ ଘରକୁ ଆସି ଖୁବ୍ ମସ୍ତି କରିଥିବାର ଭିଡିଓ ସାମ୍ନାକୁ ଆସିଛି।

ତେବେ ମିଳିଥିବା ସୂଚନା ମୁତାବକ ୨୦୧୪ ମସିହାରେ ଏକ ଆର୍ଟ ସୁଟରେ ପ୍ରେରଣା ଓ ଅଶ୍ୱନୀଙ୍କର ପ୍ରଥମ ଥର ପାଇଁ ସାକ୍ଷାତ୍ ହୋଇଥିଲା। ଅଳ୍ପ ମିଳାମିଶା ପରେ ଦୁହିଁଙ୍କ ମଧ୍ୟରେ ଏକ ଷ୍ଟ୍ରଙ୍ଗ ଫ୍ରେଣ୍ଡସିପ୍ ହୋଇଥିଲା। ପରେ ଏକା ସାଥିରେ ଅନେକ କାର୍ଯ୍ୟ କ୍ରମରେ ଦୁହେଁ ଏକାଠି ମିଶି କାମ କରିଥିଲେ।ଏହା ସହିତ ଉଭୟ ଏକାଧିକ ଓଡ଼ିଆ ଆଲବମ୍ ରେ ମଧ୍ୟ ଏକାଠି ନଜର ଆସିଛନ୍ତି ଅଶ୍ୱନୀ ଏବଂ ପ୍ରେରଣା। ଓଡ଼ିଶା ର ଅଗଣିତ ଦର୍ଶକ ମାନଙ୍କ ଭଲ ପାଇବା ଜିତି ପାରିଛନ୍ତି ଉଭୟ। ଆଉ ଏବେ ଦୁହେଁ ସାରା ଜୀବନ ଆରମ୍ଭ ଏକାଠି ବାଟ ଚାଲିବାର ଶପଥ ମଧ୍ୟ ନେଇଛନ୍ତି ଆଉ ବାନ୍ଧି ହୋଇଛନ୍ତି ବିବାହ ବନ୍ଧନରେ। ତେବେ ବିବାହ ପରେ ଉଭୟ ବେଶ୍ ଖୁସି ରହିଛନ୍ତି। ଆଉ ସେମାନଙ୍କ ଭିଡିଓ ମଧ୍ୟ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment