Odisha News Portal

ପୋଲିସ୍ ବାବୁଙ୍କ ଦରକାର ନାହିଁ ହେଲମେଟ, ବିନା ହେଲମେଟ ରେ ରାଜଧାନୀର ରାଜ ରାସ୍ତାରେ ଗାଡ଼ି ଚଳାଉଛନ୍ତି ପୋଲିସ୍ ଅଧିକାରୀ। ଏଥିରେ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ…କଣ ଦଣ୍ଡବିଧାନ ହେବା ଦରକାର ?

0 132

କୁହାଯାଏ ଆଇନ୍ ସମସ୍ତଙ୍କ ପାଇଁ ସମାନ , ତାହେଲେ ପୋଲିସ୍ କର୍ମଚାରୀଙ୍କ ପାଇଁ ମଧ୍ୟ ସରକାରଙ୍କ ଏହି ଆଇନ୍ ନିଶ୍ଚିତ ଭାବରେ ସମାନ ହେବା ଉଚିତ । କିନ୍ତୁ କିଛି ଏପରି ପୋଲିସ୍ କର୍ମଚାରୀ ଅଛନ୍ତି ଯେଉଂମାନେ କି ନିଜର ପାୱାର ଅପବ୍ୟବହାର କରୁଛନ୍ତି । ଆଉ ଯେଉଁଥି ପାଇଁ ସାଧାରଣ ଜନତା ମଧ୍ୟ ଆଉ ପୋଲିସ୍ କୁ ମାନୁନାହାଁନ୍ତି । ବର୍ତ୍ତମାନ ସାରା ଦେଶରେ ଟ୍ରାଫିକ୍ ନିୟମ ବହୁତ କଢାକଡି ହେଲାଣି ଆଉ ଏହାକୁ ନ ମାନିଲେ ଅନେକ ସମସ୍ୟାର ସମ୍ମୁଖୀନ ମଧ୍ୟ ହେବାକୁ ପଡୁଛି ।

ଉଭୟ କେନ୍ଦ୍ର- ରାଜ୍ୟର ଗାଇଡଲାଇନ୍ ଆସିବା ପରେ ଦିନକୁ ଦିନ ଟ୍ରାଫିକ୍ ନିୟମ ଏବଂ କାର୍ଯ୍ୟାନୁଷ୍ଠାନ ଦୃଢ଼ ହେବାରେ ଲାଗିଛି । ଏଥିପାଇଁ ପରିବହନ ମନ୍ତ୍ରୀଙ୍କ ଗାଇଡଲାଇନ୍ ପରେ ଟ୍ରାଫିକରେ ଧରପଗଡ ବି ଜୋରଦାର ହୋଇଛି ।

ଟ୍ରାଫିକ ନିୟମ ଆସିବା ପରେ ଏବଂ ଏହାକୁ ଚାରିଆଡ଼େ କଡ଼ାକଡ଼ି ଭାବରେ ଲାଗୁ କରିବା ପରେ ଲୋକେ ପୋଲିସଙ୍କୁ ଏକ ପ୍ରକାରର ଭିନ୍ନ ଦୃଷ୍ଟିରେ ଦେଖିବାକୁ ପାଉଛନ୍ତି । ତାପରେ ପୁଣି କରନା ଭାଇରସ ପାଇଁ ସଂକ୍ରମଣ କାରଣରୁ ଲକ୍ ଡାଉନ୍ ସମୟରେ ପୋଲିସ ର ଲାଠି ଚାର୍ଜ କଥା ମନକୁ ଆସିଗଲେ ଡର ବି ଲାଗୁଛି ।

ଏସବୁକୁ ଦୃଷ୍ଟିରେ ଦେଖି ସ୍ୱାଭାବିକ ଭାବରେ ପୋଲିସକୁ ନେଇ ଲୋକଙ୍କ ମଧ୍ୟରେ ଏକ ଭିନ୍ନ ଧାରଣା ସୃଷ୍ଟି ହୋଇଛି । ଏମିତିରେ ବି ସାଧାରଣତଃ ପୋଲିସ ମାନଙ୍କ ସ୍ଵଭାବକୁ ନେଇ ସାଧାରଣରେ ଧାରଣା ଥାଏ କି ସେମାନେ ବହୁତ୍ କଠୋର ଏବଂ ରାଗି ସ୍ବଭାବର ଲୋକ ।

କିନ୍ତୁ ଆମେ ଏହା କହିବାର ମୂଳ ଉଦ୍ଦେଶ୍ୟ ହେଉଛି ଯେ ଯେଉଁ ନିୟମ ଭାଙ୍ଗିବା ଦ୍ବାରା ସାଧାରଣ ଜନତାକୁ ମୋଟା ଅଙ୍କର ଟଙ୍କା ଗଣିବା ପାଇଁ ପଡୁଛି, ସେହି ସମାନ ନିୟମ ଭାଙ୍ଗିଲେ କଣ ପୋଲିସ୍ ବାବୁଙ୍କୁ ଏଥିପାଇଁ ତାଗିଦ୍ କରିବାକୁ ଫାଇନ ଆଦାୟ କରିବାକୁ କେହି ନାହାନ୍ତି କି?

କାହିଁକି ନାଁ ଏହା ସମସ୍ତେ ଜାଣିଛନ୍ତି ଯେ ଆଇନ୍ ସମସ୍ତଙ୍କ ପାଇଁ ସମାନ। ଆମେ ଆଜି ଦୁଇଟି ଘଟଣା ବିଷୟରେ ଆପମଙ୍କୁ ଜଣାଉଛୁ, ଯେଉଁଥିରେ ଗାଡ଼ି ଚଳାଇବା ସମୟରେ ଜଣେ ପୋଲିସ୍ ବାବୁ ଏବଂ ଚାଳକଙ୍କ ପଛରେ ବସିଥିବା ଜଣେ ମହିଳା ପୋଲିସ୍ ଅଧିକାରୀ ଜଣଙ୍କ ହେଲମେଟ ପିନ୍ଧି ନଥିବା କଥା ।

ଆଉ ଏହି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର କଳ୍ପନା ଛକରୁ ରସୁଲଗଡ଼ ଯିବା ବାଟରେ ଏବଂ ଏହି ଘଟଣା ପ୍ରସାରିତ ହୋଇଚି ଓଟିଭି ର ଲୋକପ୍ରିୟ ସଚେତନ ଧର୍ମୀ କାର୍ଯ୍ୟକ୍ରମ ନ୍ୟୁଜ୍ ଫ୍ୟୂଜ୍ ରେ।

ତେବେ ଆପଣ ଏହି ଦୁଇଟି ଭିଡିଓକୁ ଥରେ ନିଜ ଆଖିରେ ନ ଦେଖିଲେ ବିଶ୍ବାସ କରିପାରିବେନ ନାହିଁ । ଆଉ ସେହି ଦୁଇଟି ଯାକ ଭିଡିଓରେ ଦେଖିବା ପାଇଁ ମିଳିଛି କି ଗାଡି ରେ ଯାଉଥିବା ପୋଲିସ୍ ଅଧିକାରୀ ମାନେ ହେଲମେଟ ନପିନ୍ଧି ରାଜଧାନୀର ରାଜରାସ୍ତାରେ ଦୃତ ଗତିରେ ଗାଡି ରେ ଯାଉଥିବାର ।

କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଡବଲ୍ ହେଲମେଟ ବାଧ୍ୟତାମୂଳକ ହୋଇଥିବା ବେଳେ କଣ ପୋଲିସ୍ ଅଧିକାରୀ ମାନଙ୍କ ପାଇଁ ଏହା କୋହଳ କରା ଯାଇଚି ନା ଅନ୍ୟକୁ ସଚେତନ କରୁଥିବା ପୋଲିସ୍ ନିଜର ସଚେତନତା କଥା ଭୁଲି ଯାଇଛି । ଯାହା ସାଧାରଣରେ ଅତି ଚର୍ଚ୍ଚାର ତଥା ନିନ୍ଦନୀୟ ବିଷୟ ପାଲଟିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।