Odisha News Portal

ସରକାରଙ୍କର ବଡ ନିଷ୍ପତି ! ବିନା ଗ୍ୟାରେଣ୍ଟରେ ପାଇପାରିବେ 5 ଲକ୍ଷ ଟଙ୍କାର ଋଣ , କେବଳ କରନ୍ତୁ ଏହି ଛୋଟିଆ କାମ….

0 3

ବିନା ଗ୍ୟରେଣ୍ଟରେ ମିଳିବ ପାଞ୍ଚଲକ୍ଷ ଟଙ୍କାର ଋଣ । ଡିଜିଟାଲ ପ୍ଲାଟଫର୍ମରେ ଋଣ ପ୍ରଦାନ କରିବ ପେମଣ୍ଟ ଅଫ ପେଟିଏମ । ଏବେ ଋଣ କିରବା ହେଲା ଆହୁରି ସହଜ , ଆଉ ବ୍ୟାଙ୍କ ଆଗରେ ଋଣ ପାଇଁ ଗୋଡ ପତି ଠିଆ ହେବାକୁ ପଡିବନି ଗ୍ରାହକ ମାନଙ୍କୁ । ଋଣ ଦେବା ପାଇଁ ବ୍ୟାଙ୍କ ମାଗି ପାରିବ ନାହିଁ ଗ୍ୟାରେଣ୍ଟର କି ଗ୍ୟାରେଣ୍ଟି । ଏବେ ବିନା ଗ୍ୟରେଣ୍ଟର ବା ବିନା ଗ୍ୟାରେଣ୍ଟିରେ ଆପଣଙ୍କୁ ମିଳିବ 5 ଲକ୍ଷ ଟଙ୍କାର ଋଣ । ଏହିପରି ଋଣ ପ୍ରଦାନ କରିବ ଅନଲାଇନ ପେମଣ୍ଟ ପେଟିଏମ ।

କେନ୍ଦ୍ର ସରକାରଙ୍କ ଏମଏସଏମଇି ଯୋଜନାରେ ଗତ ବର୍ଷ ଏହି ପରି 550 କୋଟି ଟଙ୍କାର ଋଣ ପ୍ରଦାନ କରିଥିଲା ଏହି ଆପ । ମାତ୍ର ଚଳିତ ବର୍ଷ ଏହି ଆପ ଟଙ୍କାର ପରିମାଣକୁ ବଞାଇ ଏକ ହଜାର କୋଟି ଟଙ୍କାର ଋମ ପ୍ରଦାନ କରିବ ବୋଲି ନିଷ୍ପତ୍ତି ନେଇଛି ।

ଏହି ଆପ ମାଧ୍ୟମରେ ଜଣେ ଗ୍ରାହକ ସର୍ବାଧିକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଏହି ଆପ ମାଧ୍ୟମରେ ପାଇପାରିବେ । ଯାହାକି ପୁଣି ସ୍ୱଳ୍ପ ସୁଧରେ । କଂପାନୀ ତରଫରୁ କୁହାଯାଇଛି କି ଛୋଟ ଛୋଟ ବ୍ୟବସାୟୀ ମାନଙ୍କୁ ସହାୟତା କରିବା ପାଇଁ ବା ସେମାନଙ୍କ ବେପାର ବୃଦ୍ଧି କରିବା ପାଇଁ ଏହିପରି ପଦକ୍ଷେପ ନିଆଯାଇଛି । ଯେଉଁ ଲୋକମାନଙ୍କୁ ପାରମ୍ପାରିକ ବ୍ୟାଙ୍କ ମାନେ ଋଣ ପ୍ରଦାନ କରୁନାହାନ୍ତି ସେମାନଙ୍କୁ ପେଟିଏମ କଂପାନୀ ଋଣ ପ୍ରଦାନ କରିବ ।

ଭାରତରେ ପେମେଣ୍ଟ ଆପ ଭାବରେ ପେଟିଏମ ଭଳି ଆହୁରି ଅନେକ ଆପ ରହିଛି । ଯେପରି ଗୁଗୁଲ ପେ , ଫୋନ ପେ ଏହିପରି ଅନେକ ଆପ ରହିଛି । ପୋଟିଏମର ଏହିପରି ବ୍ୟବସ୍ଥା ଦେଖି ଏବେ ମାର୍କେଟରେ ଗୁଗୁଲ ପେ ଏବଂ ପୋନ ପେ କମ୍ପାନୀ ମଧ୍ୟ ଏହିପରି ସୁବିଧାରେ ଋଣ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏମାନେ କିଛି ପଞ୍ଚିକୃତ ବ୍ୟାଙ୍କ ଏବଂ ଏନଡିଏ , ଏଫଡି ସହିତ ମିଶି ଛୋଟ ଛୋଟ ବ୍ୟବସାୟୀ ମାନଙ୍କୁ ଋଣ ପ୍ରଦାନ କରୁଛନ୍ତି ।

ପେଟିଏ ଲ୍ୟାଣ୍ଟିଂର ସିଓ ଭାବେଶ ଗୁପ୍ତା କହିଛନ୍ତି କି ଏହି ଋଣ ପ୍ରଦାନ ବେଳେ କମ୍ପାନୀ ବିନା କିଛି ଗ୍ୟାରେଣ୍ଟି ବା କିଛି ବି ବନ୍ଧକ ରଖେ ନାହିଁ । ଏହା ସହିତ ବହୁତ କମ ସୁଧରେ ଛୋଟ ଛୋଟ ବ୍ୟାବସାୟ ମାନଙ୍କୁ ଋଣ ପ୍ରଦାନ କରାଯାଇଥାଏ । ଏହି ଋଣ ପାଇଁ ଆବେଦନ କରିଥିବା ବ୍ୟକ୍ତି ମାନଙ୍କୁ କମ୍ପାନୀର ମ୍ୟାନେଜମେଟ ନିଷ୍ପତ୍ତି ଗ୍ରହଣ କରିଥାଏ କି କିଏ ଋଣ ପାଇବାର ଯୋଗ୍ୟ ଏବଂ କିଏ ଋଣ ପାଇବାର ଅଯୋଗ୍ୟ ।

ଯୋଗ୍ୟ ବିବେଚିତ ହେବା ପାଇଁ ମ୍ୟାନେଡମେଣ୍ଟ ଆପଣଙ୍କର ଦୈନିକ କାରବାରକୁ ଆଦାର କରିଥାଏ । 2019 ଏବଂ 20 ରେ କମ୍ପାନୀ ଛୋଟ ଛୋଟ ବ୍ୟବସାୟ ମାନଙ୍କୁ 550 କୋଟିରୁ ଅଦିକଋଣ ପ୍ରଦାନ କରିଥିଲା । କମ୍ପାନୀ ପକ୍ଷରୁ କୁହାଯାଇଛି କି ଏହି ଋଣ ଠାରୁ ଆବେଦନ ପାଖରୁ ଋଣ ପାଇବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଡିଜିଟାଲ ମାଧ୍ୟମରେ ହୋଇଥାଏ । ଏଥିପାଇଁ ଅତିରିକ୍ତ ଡୋକୋମେଣ୍ଟର ଆବଶ୍ୟକତା ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।