Odisha News Portal

ମ୍ୟାଟ୍ରିକ ଏବଂ ଦ୍ବାଦଶ ପରୀକ୍ଷାକୁ ନେଇ କରି ସରକାର ନେଲେ ବଡ ନିଷ୍ପତି ! ବିନା ଟେଷ୍ଟ ପରୀକ୍ଷା ବୋର୍ଡ ପରୀକ୍ଷା ଦେବେ ଛାତ୍ରଛାତ୍ରୀ…..

ବର୍ତ୍ତମାନର ସବୁଠୁ ବହୁତ ବଡ ଖବର ଆସିଛି ମ୍ୟାଟ୍ରିକ ପରୀକ୍ଷାକୁ ନେଇ କରି , ତେବେ 2020 ରେ ଖୋଲିବନି ସ୍କୁଲ , ଶିକ୍ଷା ବର୍ଷା ସରିବାକୁ ଆଉ ମାତ୍ର ଦୁଇ ମାସ ରହିଛି ହେଲେ ଏ ଯାଏ ମିଳୁନାହିଁ ସମାଧାନର ବାଟ । ତେବେ ଚିନ୍ତାରେ ମ୍ୟାଟ୍ରିକ ଏବଂ ଶୁକ୍ତ ଦୁଇ ବର୍ଷର ଛାତ୍ରଛାତ୍ରୀ । ଅନଲାଇନ ଶିକ୍ଷା କେବଳ କେତେକ ବର୍ଗକୁ ଛୁଇଁ ପାରିଥିବା ବେଳେ ଅପହଞ୍ଚ ଶିକ୍ଷା କରୋନା ଲାଗି ସ୍କୁଲ ବନ୍ଦ ରହିଥିବାରୁ ଏବେବି ପିଲା ମାନେ ବହି ଓଲଟାଇ ନାହାନ୍ତି । କୋର୍ସ ସରିନଥିବାରୁ ମ୍ୟାଟ୍ରିକ ଏବଂ ଯୁକ୍ତ ଦୁଇ ପରୀକ୍ଷା କିପରି ପ୍ରତିବର୍ଷ ପରି ଫେବୃଆରୀ ଏବଂ ମାର୍ଚ୍ଚରେ ହେବ ତାକୁ ନେଇ ଏବେ ପ୍ରଶ୍ନ ।

ତେବେ ଚିନ୍ତାରେ ରହିଛନ୍ତି ମ୍ୟାଟ୍ରିକ ଏବଂ ଯୁକ୍ତ ଦୁଇ ବର୍ଷର ଛାତ୍ରଛାତ୍ରୀ । ବୋର୍ଡ ପରୀକ୍ଷା ପୂର୍ବରୁ ଟେଷ୍ଟ ପରୀକ୍ଷା ହେବ ନା ନାହିଁ ଏହା ସହିତ କେଉଁ ମାସରେ ହେବ ପରୀକ୍ଷା ଏଭଲି ଅନେକ ପ୍ରଶ୍ନ ପିଲା ମାନଙ୍କ ମନରେ ବସା ବାନ୍ଧିଛି ।

ବିନା ଟେଷ୍ଟ ପରୀକ୍ଷାରେ ସମସ୍ତ ଛାତ୍ରଛାତ୍ରୀ ବୋର୍ଡ ପରୀକ୍ଷା ଦେବେ ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି । ମାତ୍ର ଏ ବାବଦରେ ଓଡିଶା ସରକାର କୌଣସି ପ୍ରକାର ନିଶ୍ପତ୍ତି ନେଇନାହାନ୍ତି । ଶିକ୍ଷକ ସଂଘର ଦାବି ହେଲା ସରକାର ପରୀକ୍ଷା ନେଇ ସିର୍ଘ କିଛି ନିଷ୍ପତ୍ତି ଗ୍ରହଣ କରନ୍ତୁ । ଯାହା ଦ୍ୱାରା କି ପିଲା ମାନଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିବ ।

ଶିକ୍ଷାବିତ ମାନଙ୍କ ମତରେ ଅନଲାଇନ ଶିକ୍ଷା ଛାତ୍ରଛାତ୍ରୀ ମାନଙ୍କ ପାଖରେ ପହଞ୍ଚି ପାରୁନଥିବାରୁ ପରୀକ୍ଷା କିପରି ହେବ ସେ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସ୍ପଷ୍ଟତା ଆଣିବା ଦରକାର । ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀଙ୍କ ଯୁକ୍ତି ହେଲା କରୋନା କାଳରେ ପରୀଓକ୍ଷା ନେଇ ସର୍ବ ଭାରତୀୟ ସ୍ତରରେ ଏକକ ନିଷ୍ପତ୍ତି ନିଆଯିବା ଉଚିତ ।

ନହେଲେ ଏହା ଦ୍ୱାରା ପିଲା ମାନଙ୍କ ଭବିଷ୍ୟତ ପ୍ରଭାବିତ ହେବ । ଏବେ ସରକାରଙ୍କ ପାଖରେ ବିକଳ୍ପ ରାସ୍ତା ଭାବରେ ଦୁଇଟି ରାସ୍ତା ରହିଛି ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ କିଛି ମାସ ପାଇଁ ଘୁଞ୍ଚାଇବେ ନହେଲେ ନୂତନ ଶିକ୍ଷା ବର୍ଷା ପାଇଁ ଆରମ୍ଭ କରିବେ ।

ତେବେ ସିବିଏସକୁ ଅନୁସରଣ କରୁଥିବା ରାଜ୍ୟ ସରକାର ସିବିଏସି ଗାଇନଲାଇନକୁ ଅନୁସରଣ କଲେ ଛାତ୍ରଛାତ୍ରୀ ମାନଙ୍କ ପ୍ରତି ଚାପ ପଡିପାରେ ବୋଲି ଚର୍ଚ୍ଚା ହେଉଛି । 2020 ରେ ସ୍କୁଲ ଖୋଲିବନି ଚିନ୍ତାରେ ମ୍ୟାଟ୍ରିକ ଏବଂ ଯୁକ୍ତ ଦୁଇ ବର୍ଷର ଛାତ୍ରଛାତ୍ରୀ । ମ୍ୟାଟ୍ରିକ ବୋର୍ଡ ପରୀକ୍ଷା ପୂର୍ବରୁ ଟେଷ୍ଟ ପରୀକ୍ଷା ହେବ ନା ନାହିଁ କେଉଁ ମାସରେ ପରୀକ୍ଷା ହେବ ଏଭଲି ଅନେକ ପ୍ରଶ୍ନ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ମାନଙ୍କ ମନରେ ଉଙ୍କି ମାରୁଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।