Odisha News Portal

ହାଇକୋର୍ଟ ଙ୍କର ବଡ ରାୟ ! ବିନା ଅନୁମତିରେ ପତ୍ନୀଙ୍କ ଫୋନ କଲ୍ ରେକର୍ଡିଂ କରିବା ଅପରାଧ , ଯଦି କରୁଛନ୍ତି ତେବେ ସାବଧାନ୍ … ସେୟାର କରି ସମସ୍ତ ଙ୍କୁ ଜଣାନ୍ତୁ….

ପ୍ରତିଦିନ କିଛି ନାଁ କିଛି ଏପରି ଖବର ସବୁ ସାମ୍ନାକୁ ଆସୁଛି ଯାହା ଶୁଣିବା ପରେ ବହୁତ ଆଶ୍ଚର୍ଯ୍ୟ ଲାଗୁଛି ଏପରିକି କିଛି ଖବରକୁ ତ ବିଶ୍ବାସ ମଧ୍ୟ କରି ହେଉ ନାହିଁ । ତେବେ ପଞ୍ଜାବ ଏବଂ ହରିଆଣା ହାଇକୋର୍ଟ ସୋମବାର ଦିନ ଏକ ଘରୋଇ ମାମଲାର ରାୟ ଶୁଣାଇ ସ୍ପଷ୍ଟ କରିଛନ୍ତି ଯେ , ସ୍ୱାମୀ ସ୍ତ୍ରୀ ର ଫୋନ୍‌ କଲ ବିନା ଅନୁମତିରେ ରେକର୍ଡି କରି ପାରିବ ନାହିଁ । ତେବେ ହାଇକୋର୍ଟ ରେ ଗୋଟିଏ ପାରିବାରିକ ବିବାଦର ଶୁଣାଣି ବେଳେ ଜଣେ ସ୍ୱାମୀ ତାଙ୍କ ପତ୍ନୀଙ୍କ ଫୋନ ରେକର୍ଡିଂ ଶୁଣାଇ ଥିଲେ । ତେଣୁ ଏହି କ୍ରମରେ କୋର୍ଟ କହିଛନ୍ତି କି, ଫୋନ୍ କଲ୍ ରେକର୍ଡ ବାବଦରେ ତାଙ୍କ ସ୍ତ୍ରୀ ଅବଗତ ନ ଥିଲେ । ଆଉ ଏହି କାରଣ ରୁ ହିଁ ବିନା ଅନୁମତିରେ କାହାର କଲ୍ ରେକର୍ଡ କରିବା ଅପରାଧ ବୋଲି କୋର୍ଟ ରାୟ ଦେଇ ଥିଲେ ।

ଆଉ ଏପରି ଭାବରେ କାହାର ଫୋନ ରେକର୍ଡିଂ କରିବା ଦ୍ୱାରା ଅନ୍ୟର ବ୍ୟକ୍ତିଗତ ଗୋପନୀୟତା ନଷ୍ଟ ହେଉଛି ବୋଲି ବିଚାରପତି ଜଷ୍ଟିସ୍ ଅରୁଣ ମୋଁଗା କହିଥିଲେ । ତେବେ ବିନା ଅନୁମତିରେ ସେହି ସମୟର ସ୍ଥିତିକୁ ରେକର୍ଡିଂ କରିବା ଜଣଙ୍କ ଗୋପନୀୟତାର ଅଧିକାରକୁ ଉଲ୍ଲଂଘନ କରୁଛି ବୋଲି ବିଚାରପତି କହିଛନ୍ତି।


ତେବେ ସୂଚନା ଅନୁସାରେ , 4 ବର୍ଷର ଝିଅକୁ ନେଇ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ବିବାଦ ହୋଇ ଥିଲା । ଆଉ 4 ବର୍ଷର ଝିଅକୁ ସ୍ୱାମୀ ଜଣଙ୍କ ତାଙ୍କ ପାଖରେ ରଖିଛନ୍ତି ଏବଂ ମହିଳା ଜଣଙ୍କ ଅନ୍ୟତ୍ର ରହୁଛନ୍ତି । ତେବେ ଝିଅକୁ ଏତେ ଛୋଟ ବୟସରେ ଛାଡ଼ି ରହିବା ଠିକ୍ ହେବନି ବୋଲି ମହିଳା ଜଣଙ୍କ କୋର୍ଟରେ କହିଛନ୍ତି । କିନ୍ତୁ ତାଙ୍କ ସ୍ୱାମୀ ସ୍ତ୍ରୀ ର ଭୁଲ୍ ଦର୍ଶାଇ ଝିଅକୁ ତାଙ୍କ ପାଖରେ ରଖିଥିବା ସେ କହିଛନ୍ତି । ଆଉ ଠିକ୍ ଏହି ସମୟ ରେ ସ୍ତ୍ରୀ ଭୁଲ୍ ଦର୍ଶାଇବାକୁ ଯାଇ ସ୍ୱାମୀ ଜଣଙ୍କ ଫୋନ୍ କଲ୍ ରେକର୍ଡର ପ୍ରମାଣ ଦେଇଥିଲେ । ତେବେ କେବଳ ସେତିକି ନୁହେଁ, ଛୋଟ ଝିଅକୁ ମା’ ଦାୟିତ୍ୱରେ ଛାଡ଼ିବା ପାଇଁ ମଧ୍ୟ ଜଷ୍ଟିସ ମୋଙ୍ଗା ମଙ୍ଗଳବାର ସ୍ୱାମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।


ତେବେ ଆପଣ ମାନେ ଜାଣିଥିବେ ଯେ ଏହି କିଛି ଦିନ ପୂର୍ବରୁ ସୁପ୍ରିମକୋର୍ଟ ଏକ ଐତିହାସିକ ନିଷ୍ପତି ଦେଇଥିଲେ ଯେ ସ୍ବାମୀ ଘରେ ରହିବ ସ୍ତ୍ରୀ ର ସଂମ୍ପୂର୍ଣ୍ଣ ଅଧିକାର । ଛିନ୍ନ୍ ହେବନି ଶାଶୁ ଘରେ ବୋହୂର ରହିବାର ହକ୍ । ତେବେ ସୁପ୍ରିମ କୋର୍ଟ ଙ୍କ ଗୁରୁତ୍ବପୂର୍ଣ୍ଣ ଫଇସଲା, କୌଣସି ବି ପରିସ୍ଥିତିରେ ସ୍ବାମୀ ଘରେ ସ୍ତ୍ରୀ ର ରହିବାର ଅଧିକାର କୁ ଛିନ୍ନ କରା ଯାଇ ପାରିବ ନାହିଁ । ଅର୍ଥାତ ପୁଅ ଭଳି ବୋହୂ କୁ ମଧ୍ୟ ଶାଶୁ ଘରେ ରହିବାର ପୂରା ଅଧିକାର ରହିଛି । ଆଉ ପୁତ୍ର ବଧୂର ଏହି ହକ୍ କେହି ବି ତାଙ୍କ ଠାରୁ ଛିନ୍ନ କରିବେ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।