Odisha News Portal

ମହିଳା ଜଣଙ୍କ ପଥର ନିର୍ମିତ ଶିଳବାଟି ବିକ୍ରି କରୁଥିଲେ କିନ୍ତୁ ପରେ ସେ ନିଜର କଷ୍ଟ ଏବଂ ଆତ୍ମବିଶ୍ୱାସ ଫଳରେ ଆଜି ପୋଲିସ ସବ- ଇନସପେକ୍ଟର ହୋଇଛନ୍ତି ! ଏହି ଭଉଣୀ ଙ୍କ ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ…..

ମନୁଷ୍ୟର ଆତ୍ମବିଶ୍ୱାସ ଏବଂ ଦୃଢ ବିଶ୍ୱାସ ସଫଳତାର ସବୁଠୁ ବଡ ସିଢି ବୋଲି ମାନାଯାଇଥାଏ । କାହିଁକିନା ଯଦି ଜଣେ ବ୍ୟକ୍ତିର ଆତ୍ମବିଶ୍ୱାସ ଦୃଢ ଅଟେ ତେବେ ସେହି ବ୍ୟକ୍ତି ନିଜର ଲକ୍ଷ୍ୟ ସ୍ଥଳରେ ଯେତେ ଅସୁବିଧା ଆସିଲେ ମଧ୍ୟ ପହଞ୍ଚିପାରିଥାଏ । ଏହି ସମାଜରେ ପ୍ରତ୍ୟେକ ବ୍ୟକ୍ତି ଚାହିଁଥାନ୍ତି କି ସେମାନେ ନିଜ ଜୀବନରେ ଜଣେ ସଫଳ ମନୁଷ୍ୟ ରୂପେ ତିଆରି ହେବା ପାଇଁ । ମାତ୍ର ସଫଳତାର ମାର୍ଗରେ ପହଞ୍ଚିବା ପାଇଁ ବହୁତ ବାଧା ସୃଷ୍ଟି ହୋଇଥାଏ ।

ଯିଏ ଏହି ମାର୍ଗକୁ ପାର କରିଦିଏ ସେ ସଫଳତାର ବ୍ୟକ୍ତି ରୂପେ ପରିଚିତ ହୋଇଥାଏ ।କେହି ଜଣେ ଠିକ କହିଛି କି ଯଦି ମନରେ କିଛି କରିବା ପାଇଁ ଦୃଢ ହେବେ ତେବେ ସେ ଦୁନିଆର ସମସ୍ତ ଅସମ୍ଭବ କାର୍ଯ୍ୟକୁ ମଧ୍ୟ ସମ୍ଭବ କରି ଦେଖେଇଦେବ ।

ଆଜି ଆମେ ଆପଣ ମାନଙ୍କୁ ଜଣେ ଏପରି ମହିଳାଙ୍କର ବିଷୟରେ କହିବୁ ଯିଏ କି ନିଜର ଅସୁବିଧା ସମୟରେ ମଧ୍ୟ ସେ କେବେବି ନିଜର ଲକ୍ଷ୍ୟକୁ ବଦଳାଇ ନାହାନ୍ତି । ସେ ନିଜେ ସଂଘର୍ଷ କରି ନିଜ ଜାବନରେ ସଫଳତା ହାସଲ କରିଥିଲା ।

ଆମେ ଆପଣ ମାନଙ୍କୁ ଯେଉଁ ମହିଳାଙ୍କ ବିଷୟରେ କହିବୁ ତାଙ୍କର ନାମ ପଦ୍ମଶୀଳା ତିରପୁଣ୍ଡେ , ସେ ପଥର ନିର୍ମିତ ଶିଳବାଟି ବିକ୍ରି କରୁଥିଲେ । ମାତ୍ର ଏହା ପରେ ସେ ନିଜର କଷ୍ଟ ଏବଂ ଆତ୍ମବିଶ୍ୱାସ ଫଳରେ ଆଜି MPAC ପାସ କରି ପୋଲିସ ସବ ଇନସପେକ୍ଟର ହୋଇଛନ୍ତି । ସୋସିଆଲ ମିଡିଆରେ ତାଙ୍କର ସଂଘର୍ଷର କାହାଣୀ ବହୁତ ବାଇରାଲ ହେବାରେ ଲାଗିଛି ଏବଂ ତାଙ୍କର ବହୁତ ତାରିଫ ମଦ୍ୟ ହେଉଛି ।

ଆଇପିଏସ ଅଧିକାରୀ ଦିପାଂଶୁ କାବର ପଦ୍ମସିଲା ତିରପୁଡଙ୍କର ଫଟୋ ସେୟାର କରିଥିଲେ ଏବେ ସେ କହିଥିଲେ କି ପରିସ୍ଥିତି କେବେବି ଆପଣଙ୍କର ଉଡିବାକୁ ରୋକି ପାରିବ ନାହିଁ । ଆପଣଙ୍କଭା ପଛକେ ଆପଣଙ୍କର ମୁଣ୍ଡ ଉପରେ ଭାରି ପଥର ରଖୁ କିନ୍ତୁ ସଫଳତାର ଫୁଲ କିପରି ତିଆରି କରିବେ ତାହା ମଣ୍ଡାରା ମହାରାଷ୍ଟ୍ରର ପଦ୍ମଶୀଳା ତିରପୁଡାଙ୍କ ପାଖରୁ ଶିଖିବା ଦରକାର ।

ଆଇପିଏସ ଦିପାଂସୁ ଏକ ଟ୍ୱିଟ ମାଧ୍ୟମରେ ପଦ୍ମଶୀଳା ତିରପୁଡାଙ୍କର ସଂଘର୍ଷର କାହାଣୀ କହିଥିଲେ । ସେ କହିଥିଲେ ତାଙ୍କର ଏହି ସଂଘର୍ଷରେ ତାଙ୍କର ସ୍ୱାମୀ ପୂରା ସାଥ ଦେଇଛନ୍ତି । ପ୍ରଥମରେ ସେ ନିଜ ସ୍ୱାମୀ ସହିତ କାମ କରୁତିଲେ ।

ତାହା ପରେ ତାର ପତି ଏହି ନିଷ୍ପତ୍ତି ନେଲେ କି ସେ ନିଜର ପତ୍ନୀଙ୍କୁ ଆଗକୁ ବଢେଇବେ ଏବେ ପାଠ ପଡେଇବେ । ଶିଳବାଟି ଏବଂ ଫଳ ବିକ୍ରି କରୁଥିବା ପଦ୍ମଶିଳା ସ୍ନାତକ ପାସ କରିଥିଲେ ଏବଂ ପରେ MPAC କରି ପୋଲିସ ଅଧିକାରୀ ହୋଇଥିଲେ । ସୋସିଆଲ ମିଡିଆରେ ପଦ୍ମଳିସାଙ୍କର ଫଟୋ ବହୁତ ମାତ୍ରାରେ ବାଇରାଲ ହେବାରେ ଲାଗିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।