Odisha News Portal

ଭୋକର ବିକଟାଳ ଚିତ୍ର: କଙ୍କାଳ ପାଲଟିଗଲା ଶରୀର, ୭ବର୍ଷ ଶିଶୁର ଓଜନ ମାତ୍ର ୭କିଲୋ ! ଆପଣ ଙ୍କର ଗୋଟିଏ ସେୟାର ବୋଧେ ଏହି ପିଲାର ଜୀବନ ବଞ୍ଚିଯାଇପାରେ ?

0 379

ସତରେ ଭଗବାନ ଙ୍କ ର ସୃଷ୍ଟିର ଏହି ଲୀଳା ଅତ୍ୟନ୍ତ ଚମତ୍କାର , ତାହାକୁ ଜଣେ ସାଧାରଣ ମଣିଷ ପକ୍ଷରେ ବୁଝିବା ସମ୍ଭବପର ନୁହେଁ । ଭଗବାନ କେତେବେଳେ କାହାକୁ କଷ୍ଟ ଦିଅନ୍ତି , ତ ପୁଣି କେତେବେଳେ କାହାକୁ ଦୁଃଖ ଦିଅନ୍ତି ତାହା କେବେଳ ସେ ହିଁ ଜାଣିଛନ୍ତି । ଆମେ ଆଜି ସେହିପରି ଗୋଟିଏ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ଶୁଣିବା ପରେ ଆପଣଙ୍କ ଆଖି ମଧ୍ୟ ଲୁହରେ ଭରିଯିବ । ତେବେ ପ୍ରତ୍ୟେକ ମଣିଷର ଏକ କାହାଣୀ ଥାଏ ଆଉ ସେହି କାହାଣୀ ଖାଲି କାହାଣୀ ନୁହେଁ ବରଂ ବାସ୍ତବ ଅଟେ । ଆଜି ସେମିତି ଏକ ବାସ୍ତବ କାହାଣୀ ଭିତରକୁ ଆମେ ଆପଣଙ୍କୁ ନେଇଯିବୁ ।

ଏହି ଘଟଣାଟି ଏତେ ହୃଦୟବିଦାରକ ଯାହାକୁ କହିବା ମଧ୍ୟ ଆମ ପକ୍ଷରେ ଭାଷା ନାହିଁ କିମ୍ବା ଲେଖିବା ପାଇଁ ଶବ୍ଦ । ଏହି କରୁଣ ଘଟଣାଟି ଘଟିଛି ୟେମେନ ର ଏକ 7 ବର୍ଷର କଅଁଳ ଶିଶୁ ସହିତ ।

ତେବେ ଭୋକରେ ରହି କଙ୍କାଳ ସଦୃଶ୍ୟ ହୋଇଯାଇଥିବା ଏକ 7ବର୍ଷ ଶିଶୁର ଭୟାବହ ଫଟୋ ଏବେ ସାମ୍ନାକୁ ଆସିଛି । ୟେମେନରେ ରହୁଥିବା ଏହି ଶିଶୁ ହେଲା ଫୈୟଦ ସମିମ । ଗମ୍ଭିର ପାରାଲିସିସା ଏବଂ ଅପପୃଷ୍ଟିର ତଥା ସେରବ୍ରଲ ପ୍ଲାଜିର ଶିକାର ସମିମର ଓଜନ ମାତ୍ର 7 କିଲୋ । ଏହିଥିରୁ ଆପଣ ଅନୁମାନ କରିପାରୁଥିବେ ଘଟଣାଟି କେତେ ଦୁଃଖଦ ତଥା ଯନ୍ତ୍ରଣାଦାୟକ ଅଟେ ।

ରାଇଟର୍ସ ସୂଚନା ଅନୁସାରେ, ଅପପୃଷ୍ଟି ଯୋଗୁଁ ସମିମର ଅବସ୍ଥା ବହୁତ ଖରାପ ହୋଇଯାଇଥିଲା । ଆଉ ବହୁତ କଷ୍ଟରେ ତାଙ୍କ ଜୀବନ ବଞ୍ଚିଛି । ବର୍ତ୍ତମାନ ତାଙ୍କୁ ୟେମେନ ରାଜଧାନୀ ସନାର ଅଲ ଶବିନ ଡାକ୍ତରଖାନାରେ ଆଡମିଟ୍ କରାଯାଇଛି ।

ହସ୍ପିଟାଲର ଅପପୃଷ୍ଟି ୱାର୍ଡର ସୁପରଭାଇଜର ରାଗେହ ମହମ୍ମଦ କହିଛନ୍ତି, ଯେତେବେଳେ ସମିମକୁ ହସ୍ପିଟାଲକୁ ଅଣାଯାଇଥିଲା ତାଙ୍କର ସ୍ଥିତି ଅତ୍ୟନ୍ତ ଖରାପ ଥିଲା । ତାକୁ ବଞ୍ଚାଇବା ମଧ୍ୟ କଷ୍ଟକର ହୋଇପଡ଼ିଥିଲା ।

କିନ୍ତୁ ଭଗବାନଙ୍କ ଆଶୀର୍ବାଦରୁ ଡାକ୍ତର ସଠିକ ପଦକ୍ଷେପ ନେଇ ଚିକିତ୍ସା କରି ସମିମର ଜୀବନ ବଞ୍ଚାଇଛନ୍ତି । ବର୍ତ୍ତମାନ ସମିମର ସ୍ୱାସ୍ଥ୍ୟବସ୍ଥାରେ ପୂର୍ବରୁ ସାମାନ୍ୟ ସୁଧାର ଆସିଛି ।

ଡାକ୍ତରଙ୍କ କହିବା ଅନୁସାରେ, ଦେଶରେ ଅପପୃଷ୍ଟିର ଶିକାର ଶିଶୁଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସମିମକୁ ଡାକ୍ତରଖାନାରେ ଆଡମିଟ୍ କରିବା ପାଇଁ ପରିବାରକୁ ବିଭିନ୍ନ ଅଂକାବଂକା ରାସ୍ତା ଏବଂ ଚେକପାଇଁତ ପାରି କରି 170 କିମି ଯାତ୍ରା କରିବାକୁ ପଡିଥିଲା । ସମିମର ପରିବାରର ଆର୍ଥିକ ସ୍ଥିତି ବହୁତ ଦୁର୍ବଳ ତେଣୁ ଚିକିତ୍ସା ପାଇଁ ପରିବାର ପାଖେ ଅର୍ଥ ନଥିଲା । ଚିକିତ୍ସା ପାଇଁ ଅନ୍ୟ ଉପରେ ନିର୍ଭରଶୀଳ ।


ସୂଚନାଯୋଗ୍ୟ, ୟେମେନ ଦୁନିଆର ସବୁଠାରୁ ବଡ ମାନବୀୟ ସଙ୍କଟର ସାମ୍ନା କରୁଛି । ୟେମେନରେ ଅଫିସିଆଲି ମରୁଡି ଘୋଷଣା ହୋଇନାହିଁ । କିନ୍ତୁ 6 ବର୍ଷର ଯୁଦ୍ଧ ପରେ ଦେଶର 80% ଜନତା ସାହାଯ୍ୟ ଭରସାରେ ବଞ୍ଚିଛନ୍ତି।ସଂଯୁକ୍ତ ରାଷ୍ଟ୍ର ସାହାଯ୍ୟରେ 2018 ଶେଷ ଆଡକୁ ରିଲିଫ କାର୍ଯ୍ୟ ଜୋରସୋରରେ ଚାଲିଥିଲା । କିନ୍ତୁ କରୋନା କଟକଣା ଯୋଗୁଁ ବାଧା ସୃଷ୍ଟି ହୋଇଥିଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।