ବିଧବା ନାରୀଙ୍କୁ ବିବାହ କରିବାର ଲାଭ ଜାଣିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ ! ଜାଣନ୍ତୁ ସେହି ଲାଭ ସମ୍ପର୍କରେ…..

ପ୍ରତ୍ୟେକ ଝିଅର ସ୍ବପ୍ନ ଥାଏ କି ସେ ତାର ବିବାହ ଏକ ଭଲ ପରିବାରରେ ହେଉ । ତାର ସ୍ବାମୀ ତାକୁ ସବୁବେଳେ ପାଇଁ ଖୁସିରେ ରଖନ୍ତୁ । ଗୋଟିଏ ଝିଅ ଜନ୍ମ ହେବା ମାତ୍ରେ ତାର ପିତାମାତାଙ୍କୁ ତାର ବିବାହ ଚିନ୍ତା ଘାରି ରହିଥାଏ । ଆଉ ସେହି ଝିଅ ଯେବେ ବଡ ହୋଇଯାଏ ତାର କନ୍ୟାଦାନ କରି ତାକୁ କାହା ହାତରେ ଦେଇ ଦେଇଥାନ୍ତି , ଗୋଟିଏ ମୂହୂର୍ତ୍ତରେ ହିଁ ସେ ପର ହୋଇଯାଏ । ଝିଅ ମାନଙ୍କ ପାଇଁ ସେମାନଙ୍କ ଶାଶୁଘର ହିଁ ସବୁକିଛି ଅଟେ । କିଛି ଝିଅ ନିଜ ସହ ଏପରି ଭାଗ୍ୟ ଆଣିଥାନ୍ତି କି ସେମାନେ ନିଜ ପରିବାର ପାଇଁ ଲକ୍ଷ୍ମୀ ସଦୃଶ ହୋଇଥାନ୍ତି । କିନ୍ତୁ ଆଉ କିଛିଙ୍କ ଭାଗ୍ୟରେ କାନ୍ଦିବା ଲେଖା ହୋଇଥାଏ ।

ଅନେକ ସମୟରେ କିଛି ଦୁର୍ଘଟଣା କିମ୍ବା ଅଘଟଣା ଯୋଗୁଁ ମହିଳାଙ୍କର ପତିଙ୍କର ଦେହାନ୍ତ ହୋଇଥଯାଏ । ସ୍ବାମୀଙ୍କ ଚାଲିଯିବା ପରେ ତାଙ୍କ ସ୍ତ୍ରୀଙ୍କର ସଂମ୍ପୂର୍ଣ୍ଣ ଜୀବନ ରଙ୍ଗହୀନ ହୋଇଯାଏ । ଆଉ ସେହି ନାରୀଙ୍କୁ ସମାଜ ବିଧବା ନାମରେ ଜାଣିଥାଏ । କିନ୍ତୁ ବର୍ତ୍ତମାନ ବିଧବା ମାନଙ୍କ ପାଇଁ ବିଭିନ୍ନ ସୁବିଧା ଉପଲବ୍ଧ ହେଉଛି ।

ଯଦି ଆପଣ ଅତିତ କଥା ଜାଣିବେ ତେବେ ଆପଣଙ୍କ ଆଖିରେ ଲୁହ ଆସିଯିବ । ସେହି ସମୟରେ ବିଧବା ନାରୀଙ୍କୁ ବିଭିନ୍ନ ଖରାପ କଥା ଶୁଣିବାକୁ ପଡୁଥିଲା । ଗୋଟିଏ ବିଧବା ନାରୀକୁ ଆଗାମୀ ସମୟ ଜୀବନଧାରଣ କରିବାକୁ ମୁସକିଲ୍ ହେଉଥିଲା । କିନ୍ତୁ ଆଜିର ସମାଜରେ ବହୁତ କିଛି ପରିବର୍ତ୍ତନ ହୋଇଗଲାଣି ।

ଆଜି ଯଦି ଆପଣ ଜଣେ ବିଧବା ନାରୀଙ୍କୁ ବିବାହ କରନ୍ତି ତେବେ ଆପଣଙ୍କୁ ଏପରି ଅନେକ ଲାଭ ମିଳିବ ଯାହା ଆପଣ କେବେ ଭାବି ନଥିବେ । ଆଜି ଆମେ ଆପଣଙ୍କୁ ସେହିଭଳି କିଛି ଲାଭ ବିଷୟରେ କହିବାକୁ ଯାଉଛୁ । ଯାହାକି ଏକ ବିଧବାକୁ ବିବାହ କରିବା ପରେ ପ୍ରାପ୍ତ ହେବ ।


ଯଦି ଆପଣ କୌଣସି ବିଧବାଙ୍କୁ ବିବାହ କରନ୍ତି ତେବେ ସେ ସବୁ ସମୟରେ ଆପଣଙ୍କୁ ଖୁସିରେ ରଖିବା ପାଇଁ ଚେଷ୍ଟା କରିବେ । ତାଙ୍କୁ ଏବିଷୟରେ ଅନୁଭବ ହେବ କି ଆପଣ ଯିବା ପରେ ତାଙ୍କ ଜୀବନ କିଭଳି ହୋଇଯିବ । ଏଥିପାଇଁ ସେ କେବେ ଆପଣଙ୍କ ସହ ଝଗଡା କରିବେ ନାହିଁ, ଆପଣଙ୍କର ସବୁ କଥାର ଆଦର କରିବେ ଏବଂ ସବୁବେଳେ ଆପଣଙ୍କର ସୁଖ ଦୁଃଖର ସାଥୀ ହୋଇ ରହିବେ । ଯେତେବେଳେ ଆପଣଙ୍କୁ ସାହାଯ୍ୟ କରିବା ପାଇଂ କେହି ନଥିବେ ସେତେବେଳେ ସେ ଢାଲ ରୂପରେ ଆପଣଙ୍କ ପାଖରେ ଛିଡା ହୋଇଯିବେ


ଏକ ବିଧବା ନାରୀ ଏହି କଥା ଖୁବ୍ ଭଲ ଭାବରେ ବୁଝିଥାଏ ଯେ ତା ପାଇଂ ତା ସ୍ବାମୀ କଣ ଏବଂ ସେ ନିଜର ଆହୁରି ଅଧିକ ଉନ୍ନତି କରିବା ପାଇଁ ଧ୍ୟାନ ଦେବ । ସେ ଏଭଳି କିଛି କାମ କରେ ନାହିଁ ଯାହା ଦ୍ବାରା ତାର ସ୍ବାମୀଙ୍କର ମୁଣ୍ଡ ତଳକୁ ହୋଇଯିବ ଏବଂ ତାଙ୍କୁ ଖରାପ ଲାଗିବ । ବିଧବା ନାରୀ ଜୀବନରେ ଯେତେବେଳେ ବି ଦୁଃଖ ଆସିଥାଏ ସେତେବେଳେ ସେ ନିଜର ଅତିତକୁ ମନେ ପକାଇ କାନ୍ଦିବା ପରିବର୍ତ୍ତେ ତାସହିତ ଦୃଢ ମୁକାବିଲା କରିଥାଏ । ଏହି ପ୍ରକାର ଶାହସ କେବଳ ଜଣେ ବିଧବା ସ୍ତ୍ରୀ ହିଁ ଦେଖାଇ ପାରେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment