ବିଚିତ୍ର ଏ ଝିଅ ବୟସ ମାତ୍ର 12 ବର୍ଷ ଏତେ ସୁନ୍ଦର ଅକ୍ଷର ଯେ ତାଙ୍କ ଅକ୍ଷର ଆଗରେ ହାର ମାନିଛି କମ୍ପୁଟର ତାଙ୍କର ପରିଚୟ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ସତରେ ଭଗବାନଙ୍କ ଏହି ସୃଷ୍ଟି ର ରଚନା ବହୁତ ବିଚିତ୍ର । ତାହା ଜଣେ ସାଧାରଣ ଲୋକ ପକ୍ଷରେ ବୁଝିବା ସମ୍ଭବପର ନୁହେଁ । ତେବେ କୁହାଯାଏ ଯେ ଭଗବାନଙ୍କ ସୃଷ୍ଟିରେ ପ୍ରତ୍ୟେକ ଜିନିଷର କିଛି ନାଁ କିଛି ଉଦ୍ଦେଶ୍ୟ ରହିଥାଏ । ଭଗବାନ ତାଙ୍କ ସୃଷ୍ଟିରେ ତାଙ୍କର ପ୍ରତ୍ୟେକ ରଚନାକୁ କିଛି ନାଁ କିଛି କଳା ଦେଇଥାନ୍ତି । ଆଉ ଆଜି ଆମେ ଭଗବାନଙ୍କର ସେହିପରି ଗୋଟିଏ ରଚନା ବିଷୟରେ କହିବାକୁ ଯାଉଛୁ ଯାହା ଜାଣିବା ପରେ ଆପଣଙ୍କର ମଧ୍ୟ ବିଶ୍ବାସ ହେବ ନାହିଁ ।

ତେବେ ସ୍କୁଲ ଜୀବନକୁ କିଏ ବା ଚାହିଁଲେ ବି ଭୁଲି ପାରିବ। ସେହି ମୁହୂର୍ତ୍ତ ଗୁଡ଼ିକ ସର୍ବଦା ସ୍ମୃତି ହୋଇ ଆମ ଭାବନା ରେ ଆସେ । ଅନେକ ପିଲା ମାଡ ଖାଆନ୍ତି ଅକ୍ଷର ପାଇଁ । ହସ୍ତାକ୍ଷର ଭଲ ନହେଲେ ଶିକ୍ଷକ ଅନେକ ମାଡ ମାରିଥାନ୍ତି । ଆଉ କେତେକ ପିଲା ଥାନ୍ତି ତାଙ୍କର ହକ୍ଷର ଏତେ ସୁନ୍ଦର ହୋଇଥାଏ ଯେମିତି ଦେଖିଲେ ଲାଗିବ କମ୍ପ୍ୟୁଟର ଲେଖା ଭଳି। ଆଉ ସେଥିପାଇଁ ମଧ୍ୟ ଏହି ପିଲା ମାନେ ଅଧିକ ମାର୍କ ପରୀକ୍ଷାରେ ହାସଲ କରନ୍ତି ।


ଆଉ ଏହି ହସ୍ତାକ୍ଷର ପାଇଁ ଆପଣ କେବେ ନିଜର ପରିଚୟ ସୃଷ୍ଟି କରି ପାରିବେ ବୋଲି ସ୍ଵପ୍ନ ରେ ମଧ୍ୟ ଭାବି ନଥିବେ। କିନ୍ତୁ ଏପରି ଘଟିଛି ଏକ ଛୋଟ ଝିଅ ପିଲା ସହିତ। ତାର ଅକ୍ଷର ପାଇଁ ତାକୁ ଆଜି ବିଶ୍ଵ ସ୍ତରରେ ସମ୍ମାନିତ ମିଳିଛି। ତାଙ୍କୁ ଏବେ ଅନେକ ଦେଶରୁ ପ୍ରଶଂସାର ଛୁଅ ଛୁଟିଛି । ସେହି ଛୋଟ ଝିଅଟି ହେଲେ ପ୍ରକୃତି ମିଲ୍ଲା ଏବଂ ସେ ଅଷ୍ଟମ ଶ୍ରେଣୀର ଛାତ୍ରୀ । ତାଙ୍କର ଏହି ହସ୍ତାକ୍ଷର ପାଇଁ ତାଙ୍କ ପରିଚୟ ମିଳିବ ବୋଲି ସେ କେବେ ଭାବି ନଥିଲେ ।


ତେବେ ନିଜର ହସ୍ତାକ୍ଷରକୁ ଆକର୍ଷିତ କରିବାକୁ ହେଲେ ବହୁତ ଅଭ୍ୟାସ କରିବାକୁ ହୁଏ । ଅନେକ ପିଲା ପ୍ରୟାସ କରି ମଧ୍ୟ ଏହି ହସ୍ତାକ୍ଷର କୁ ସୁଧାରି ପାରନ୍ତି ନାହିଁ । କିନ୍ତୁ ଏହି ଅଷ୍ଟମ ଶ୍ରେଣୀରେ ପଢୁଥିବା ଝିଅଟି ଏତେ କମ୍ ବୟସରେ ନିଜ ପାଇଁ ଅନେକ ପ୍ରଶଂସା ସାଉଁଟି ସାରିଲେଣି । ତାଙ୍କର ଏହି ହସ୍ତାକ୍ଷର ଦେଖିବାକୁ କମ୍ପ୍ୟୁଟର ଲେଖା ପରି । ଯାହାକୁ ଦେଖିଲେ ଆପଣ ମଧ୍ୟ ନିଜେ ଦ୍ଵନ୍ଦରେ ପଡ଼ିଯିବେ କି ଏହି ଲେଖା ଗୋଟିଏ ମଣିଷର ନାଁ କମ୍ପ୍ୟୁଟର ଦ୍ଵାରା ଲେଖା ଯାଇଛି ।

ତେବେ ପ୍ରକୃତି ଏବେ ନେପାଲର ଏକ ସୈନିକ ସ୍କୁଲରେ ପାଠ ପଡୁଛନ୍ତି । ତାଙ୍କର ସ୍କୁଲ ତାଙ୍କୁ ଏହି ପରିଚୟ ପ୍ରଦାନ କରିବାରେ ଅନେକ ସହାୟତା କରିଛି । ଆଉ ତାଙ୍କର ଏହି ହସ୍ତାକ୍ଷର ପାଇଁ ଅନେକ ପୁରସ୍କାର ପାଇ ସାରିଛନ୍ତି । ତେବେ ଏତେ କମ୍ ବୟସ ରେ ସେ ବିଦେଶ ରେ ମଧ୍ୟ ନିଜର ସ୍ଵତନ୍ତ୍ର ପରିଚୟ ପାଇଛନ୍ତି ପ୍ରକୃତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment