Odisha News Portal

ହାଇକୋର୍ଟ ଙ୍କ ଗୁରୁତ୍ବପୂର୍ଣ୍ଣ ରାୟ ! ବିବାହ ବୟସ ହୋଇନଥିଲେ ବି ଗୋଟିଏ ରୁମ ରେ ଏକାଠି ରହିପାରିବେ ଯୁବକ ଯୁବତୀ ! ଆପଣ ଙ୍କ ମତରେ କଣ ଏହା ଠିକ୍ କି ?

ବର୍ତ୍ତମାନ ର ସବୁଠୁ ବହୁତ ବଡ ଖବର । ବିବାହ ବୟସ ହୋଇନଥିଲେ ବି ଏକାଠି ରହିପାରିବେ ପ୍ରାପ୍ତବୟସ୍କ ।ତେବେ ଯଦି ପୁଅ ଏବଂ ଝିଅ ପ୍ରାପ୍ତ ବୟସ୍କ ତାହେଲେ ଲିଭ୍ ଇନ ରିଲେସନସିପ୍ ରେ ବା ଏକାଠି ରହି ପାରିବେ । ଆଉ ଯଦିଏହି ସମୟରେ ପୁଅର ବୟସ ବିବାହ ପାଇଁ ଯୋଗ୍ୟ ହୋଇ ନଥିବ ତାହେଲେ ମଧ୍ୟ ସେମାନେ ଏକାଠି ହୋଇ ରହି ପାରିବେ । ଏହା କୌଣସି ଅପରାଧ ନୁହେଁ ।

ତେବେ ପଞ୍ଜାବ ହରିଆଣା ହାଇକୋର୍ଟ ଏଭଳି ଏକ ରାୟ ତଥା ନିଷ୍ପତି ଶୁଣାଇଛନ୍ତି । ଘଟଣାଟି ହେଉଛି ଏକ ପ୍ରାପ୍ତ ବୟସ୍କ ପ୍ରେମୀ ଯୁଗଳ ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ କୋର୍ଟ ରେ ସୁରକ୍ଷା ମାଗିଥିଲେ । ଆଉ ଏହି ମାମଲାର ରାୟ ଶୁଣାଣି କରି ହାଇକୋର୍ଟର ବିଚାରପତି ଅଳକା ସାରିନ୍ ଏହା କହିଛନ୍ତି ବୋଲି ଜଣା ପଡିଛି ।

ମାନ୍ୟବର କୋର୍ଟ କହିଛନ୍ତି ଯେ, ପ୍ରେମୀ ଯୁଗଳ ଏକାଠି ରହିପାରିବାର ଅଧିକାର ରହିଛି । ଏହା ତାଙ୍କର ଅଧିକାର, ଯେ ପର୍ଯ୍ୟନ୍ତ ଉଭୟ ଙ୍କ ମଧ୍ୟରେ କୌଣସି ସମସ୍ୟା ନାହିଁ ଏବଂ ଆଇନ ଉଲ୍ଲଂଘନ କରି ନାହାନ୍ତି ସେ ପର୍ଯ୍ୟନ୍ତ । ଆଉ ସମାଜ କେବେ ନିଷ୍ପତ୍ତି ନେଇ ପାରିବ ନାହିଁ କିଏ କାହା ସହିତ ଜୀବନ ଅତିବାହିତ କରିବ କି ନାହିଁ । ତେବେ ଆମର ଭାରତୀୟ ସମ୍ୱିଧାନ ସମସ୍ତ ଙ୍କୁ ନିଜ ଇଚ୍ଛାରେ ବଞ୍ଚିବାର ଅଧିକାର ଦିଏ ।

ତେଣୁ ନିଜ ଜୀବନ ସାଥୀ ବାଛିବା ବେଳେ ଉଭୟ ପୁଅ ଏବଂ ଝିଅର ନିଷ୍ପତ୍ତି ଗୁରୁତ୍ୱପୂର୍ଣ୍ଣ ଅଟେ । ତେଣୁ ଏହି ମାମଲା ରେ ଝିଅର ପରିବାର ଲୋକେ ନିଷ୍ପତ୍ତି ନେଇ ପାରିବେନି କି ତାଙ୍କ ଝିଅ କାହାକୁ ଜୀବନ ସାଥୀ ବାଛିବ । ଏହା ସଂମ୍ପୂର୍ଣ୍ଣ ଭାବରେ ଜଣେ ଝିଅ ଉପରେ ନିର୍ଭର କରେ । ଏହା ତାର ଅଧିକାର ଅଟେ । କାହିଁକି ନାଁ ସେ ହେଉଛି ଜଣେ ପ୍ରାପ୍ତ ବୟସ୍କ ।

ସୂଚନା ଅନୁସାରେ , ଏହି ମାମଲାରେ ଝିଅର ବୟସ 21 ଥିବା ବେଳେ ପୁଅର ବୟସ 19 ବର୍ଷ ଥିଲା । କିନ୍ତୁ ଉଭୟ ଲିଭ୍ ଇନ ରିଲେସନସିପ୍ ରେ ରହୁଛନ୍ତି । ଆଉ ଆଗକୁ ସେମାନେ ବିବାହ କରିବାକୁ ଚାହୁଁଛନ୍ତି ବୋଲି ମଧ୍ୟ କହି ଥିଲେ । କିନ୍ତୁ ଝିଅ ର ପରିବାର ଲୋକେ ଏହାକୁ ବିରୋଧ କରୁ ଥିବାରୁ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ପୁଅଟି ନ୍ୟାୟଳୟର ଦ୍ୱାରସ୍ଥ ହୋଇ ଥିଲା ।

ତେବେ ଝିଅର ପ୍ରେମ ସମ୍ପର୍କ ଜଣା ପଡ଼ିବା ପରେ ତା’ ପରିବାର ଲୋକେ ଝିଅ କୁ ଏକ ଅଜଣା ଜାଗା କୁ ନେଇ ଯାଇ ଥିଲେ । କିନ୍ତୁ ସେଠାରୁ ସେ ଖସି ଆସି ତାଙ୍କ ପ୍ରେମିକ ସହିତ ରହୁଛି

ତେବେ କୋର୍ଟ କହିଛନ୍ତି, ଝିଅର ଇଚ୍ଛା ସେ କାହାକୁ ଜୀବନ ସାଥୀ ବାଛିବ । ଏଥିରେ ଝିଅର ପରିବାର ଲୋକେ ମଧ୍ୟ ବାଧ୍ୟ କରି ପାରିବେ ନାହିଁ । ତେବେ କୋର୍ଟ ମଧ୍ୟ ଫତେଗଡ଼ ସାହିବ ପୁଲିସ ଅଧିକାରୀ ଙ୍କୁ ସୁରକ୍ଷା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଥମେ ଏହି ପ୍ରେମୀଯୁଗଳ ଫତେଗଡ଼ ସାହିବ ଥାନାରେ ସୁରକ୍ଷା ମାଗିଥିଲେ । କିନ୍ତୁ ସେଠାରୁ ତାଙ୍କୁ କୌଣସି ଫଳାଫଳ ନମିଳିବାରୁ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ