ଆଜିର ଯୁଗରେ ସମସ୍ତ ବ୍ୟକ୍ତିଙ୍କୁ ନିଜର ଜୀବନ ଜିଇଁବା ପାଇଁ ଧନର ଆବଶ୍ୟକ ନିହାତି ପଡିଥାଏ । କୁହାଯାଏ ଯେ ଯାହାର ଭାଗ୍ୟ ଯେତିକି ଥାଏ ସେତିକି ହିଁ ମିଳିଥାଏ । ବ୍ୟକ୍ତି ଦିନରାତି ଯେତେ ପରିଶ୍ରମ କରିଲେ ସୁଦ୍ଧା ଯଦି ତାର ଭାଗ୍ୟରେ ଗରିବ ହେବା ଲେଖା ହୋଇଛି ତାହେଲେ ସେ ଗରିବ ହିଁ ରହିବ । ଯଦି ତାହାର ଧନବାନ ହେବାର ଲେଖା ଅଛି ତାହେଲେ ସେ ଅଳ୍ପ ପରିଶ୍ରମରେ ମଧ୍ୟ ଧନବାନ ହୋଇପାରିବ । କେବେକେବେ ଭାଗ୍ୟରେ ଧନସୁଖ ଲେଖା ହୋଇଥାଏ କିନ୍ତୁ ଏହାପରେ ମଧ୍ୟ ବ୍ୟକ୍ତି ଧନବାନ ହୋଇପାରିନଥାଏ ।
ବାସ୍ତୁ ଅନୁସାରେ ଅଜାଣତରେ କରିଥିବା କିଛି ଭୁଲ କାରଣରୁ ଘର ଉପରେ ନକରାତ୍ମକ ପ୍ରଭାବ ପଡିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଏହିପରି କିଛି ବସ୍ତୁ ବିଷୟରେ କହିବାକୁ ଯାଉଛୁ , ଯାହାର ଧ୍ୟାନ ନରଖିବା ଦ୍ବାରା ବ୍ୟକ୍ତିକୁ ଜୀବନସାରା ଦରିଦ୍ରର ସାମ୍ନା କରିବାକୁ ପଡିଥାଏ ।
ଏହି ଲେଖା ମାଧ୍ୟମରେ ଆମେ ଏମିତି 6ଟି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା ଗୃହରେ ରଖିବା ଦ୍ବାରା ଗୃହରେ ଧନସଂମ୍ପତିର ଅଭାବ ସବୁବେଳେ ଲାଗିରହିଥାଏ ।
ଭଙ୍ଗା ବାସନ –
ଘରେ ଭୁଲରେ ମଧ୍ୟ ଭଙ୍ଗା ବାସନ ରଖିବା ଉଚିତ୍ ନୁହେଁ । ଜ୍ୟୋତିଷଶାସ୍ତ୍ରରେ କୁହାଯାଇଛି ଯେ ଘରେ ଭଙ୍ଗା ବାସନ ରଖିବା ଦ୍ବାରା ଧନର ଦେବୀ ମାତା ଲକ୍ଷ୍ମୀ କ୍ରୋଧିତ ହୋଇଯାନ୍ତି । ତେଣୁ ଘରେ ଥିବା ଭଙ୍ଗା ବାସନକୁ ତୁରନ୍ତ ବାହାରକୁ ଫିଙ୍ଗି ଦେବା ଉଚିତ ।
ଖରାପ ଘଡି –
କୁହାଯାଏ ଘଡି ପରିବାରର ଉନ୍ନତିକୁ ସୂଚାଇଥାଏ । ପୁଣି ବନ୍ଦ ଥିବା ଘଡି ଘରେ ଅସୁବିଧା ଆଣିଥାଏ । ଏଥିପାଇଁ ଘରେ ବନ୍ଦ ଥିବା ଘଡି ତୁରନ୍ତ ଠିକ୍ କରନ୍ତୁ , ନଚେତ୍ ବାହାରକୁ ଫିଙ୍ଗି ଦିଅନ୍ତୁ ।
ଭଙ୍ଗା କାଚ –
ଘରେ ଭଙ୍ଗା କାଚ ରଖିବା ଅଶୁଭ ବୋଲି ବିଶ୍ବାସ କରାଯାଏ । ତେଣୁ ଭୁଲରେ ମଧ୍ୟ ଭଙ୍ଗା କାଚକୁ ଘରେ ରଖନ୍ତୁ ନାହିଁ । ଏଥିରେ ପରିବାର ଉପରେ ନକରାତ୍ମକ ପ୍ରଭାବ ପଡିବା ସହିତ ଘରର ସଦସ୍ୟ ମାନଙ୍କ ଭିତରେ ଝଗଡା ଉତ୍ପନ୍ନ ହୋଇଥାଏ । ତେଣୁ ଭଙ୍ଗା କାଚ ଘରର ଆର୍ଥିକ ସଂକଟର କାରଣ ମଧ୍ୟ ହୋଇଥାଏ ।
ଭଙ୍ଗା ଫୋଟ –
ଘରେ ଭଙ୍ଗା ଫୋଟ୍ ରଖିବା ଦ୍ବାରା ବାସ୍ତୁ ଦୋଷ ବଢିଥାଏ । ଏଥିପାଇଁ ଆପଣଙ୍କର ଯଦି ଅଧିକ ପସନ୍ଦର ଫୋଟ ଭାଙ୍ଗି ଯାଇଛି ତାହେଲେ ତାହାକୁ ତୁରନ୍ତ ଘର ବାହାରକୁ ଫିଙ୍ଗି ଦିଅନ୍ତୁ । ନହେଲେ ଆପଣଙ୍କୁ ଭୟଙ୍କର ଆର୍ଥିକ ସଂକଟ ମଧ୍ୟରେ ଗତି କରିବାକୁ ପଡିପାରେ ।
ଭଙ୍ଗା କବାଟ –
କୌଣସି ଘର ପାଇଁ କବାଟ ବହୁତ ମହତ୍ବପୂର୍ଣ୍ଣ ହୋଇଥାଏ । ଏଥିପାଇଁ ଘରର କବାଟରେ ଯଦି କୌଣସି ତୃଟି କିମ୍ବା ଭାଙ୍ଗି ୟାଇଥାଏ, ତାହେଲେ ତାହାକୁ ତୁରନ୍ତ ଠିକ୍ କରି ନିଅନ୍ତୁ । ଅନ୍ୟଥା ଆପଣଙ୍କୁ ଆର୍ଥିକ ଅସୁବିଧାର ସାମ୍ନା କରିବାକୁ ପଡିବ ।
ଭଙ୍ଗା ପଲଙ୍କ କିମ୍ବା ଆସବାପତ୍ର –
ଘରେ ଭଙ୍ଗା ପଲଙ୍କ କିମ୍ବା ଅନ୍ୟ ଆସବାପତ୍ର ରହିବା ମଧ୍ୟ ଅଶୁଭ ହୋଇଥାଏ । ତେଣୁ ଯଦି ଏଗୁଡିକ ଆପଣଙ୍କ ଘରେ ରହିଥାଏ ତାହେଲେ ତୁରନ୍ତ ସେସବୁକୁ ଠିକ୍ କରି ନିଅନ୍ତୁ । ଏପରି ନକରିଲେ ସ୍ବାମୀ ସ୍ତ୍ରୀ ସଂପର୍କରେ ଅସୁବିଧା ଆସିଥାଏ ଏବଂ ଆର୍ଥିକ ସଂକଟର ସାମ୍ନା କରିବାକୁ ପଡିଥାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।