Odisha News Portal

ମାଳିକାର ବଡ ଭବିଷ୍ୟବାଣୀ – ହେ ପ୍ରଭୁ ! ଭୁବନେଶ୍ୱରକୁ ମାଡି ଆସୁଛି ଆଉ ଏକ ବଡ ବିପତ୍ତି ଜାଣନ୍ତୁ କେବେ ହେବ

ପ୍ରତ୍ୟେକ ଥର ଭଳି ମାଳିକା ର ସେହି ୬୦୦ ବର୍ଷର ଆଗତ ଭବିଷ୍ୟତ, ମାଳିକା ର ସେହି ଠାର ଗାର ଏବଂ ବର୍ଣ୍ଣନା କୁ ଆମେ ପୁଣି ଆପଣଙ୍କ ସମ୍ମୁଖରେ ରଖିବାକୁ ଯାଉଛୁ ଯାହାକୁ ବାବା ଦିବାକର ଦାସ୍ ବର୍ଣ୍ଣନା କରିଛନ୍ତି।୬୦୦ ବର୍ଷ ତଳେ ମହାପୁରୁଷ ମାନେ ଯେଉଁ କଥାକୁ ଲେଖି ଯାଇଛନ୍ତି, ଯାହା ଆମେ ଭୋଗୁଚେ ଏବଂ ଆମ ଜୀବନରେ ଭବିଷ୍ୟତରେ ଘଟୁଛି ତାହା ଆମକୁ ବିଶ୍ୱାସ କରିବାକୁ ପଡ଼ିବ। କାରଣ ସେଥିରୁ ଏମିତି ବହୁତ୍ କଥା ଆମେ ସ୍ପଷ୍ଟ ହୋଇ ପାରିବା ଯାହା ଆମକୁ ଜୀବନରେ ସତର୍କ କରାଇବ ଏବଂ ସଚେତନ ମଧ୍ୟ କରାଇବ। ତେବେ ଅନେକ ଜଣଙ୍କର ତାହା କହିବା କଥା ଯେ ମାଳିକା ରେ ଯାହା ଲେଖାଥିଲା ତାହା ସତ ହେବାରେ ଲାଗିଛି।

ତେବେ ଏସବୁ କହିବାର ତାତ୍ପର୍ଯ୍ୟ ହେଉଛି କିଛି ଏମିତି ଘଟଣା ଆଗକୁ ଘଟିବା ପାଇଁ ଯାଉଛି ଯାହା ଆପଣଙ୍କୁ ସତର୍କ କରିବା ପାଇଁ ଉଦ୍ଦିଷ୍ଟ ଅଟେ। କାରଣ ଏହା ଆପଣଙ୍କୁ ସଚେତନ କରାଇବା ପାଇଁ ଲେଖା ଯାଇଛି ଯେ କିଭଳି ଭାବରେ ଆମର ଆଗାମୀ ଭବିଷ୍ୟତ ରହିବ।ତେବେ ଆମେ ଆଜି ଆମେ ମହାପୁରୁଷ ବଳରାମ ଦାସ ଙ୍କ ମାଳିକା ବର୍ଣ୍ଣନା ବିଷୟରେ ଆଲୋଚନା କରିବା। ଏଥିରେ ମହାପୁରୁଷ ବିଶ୍ଵ ଯୁଦ୍ଧ କୁ ନେଇ କିଛି କଥା ବର୍ଣ୍ଣନା କରିଛନ୍ତି। ମହାପୁରୁଷ କହୁଛନ୍ତି ମାଘ ମାସ ହୋଇଥିବ, ସପ୍ତମୀ ତିଥି ହୋଇଥିବ ଏବଂ ଏହା ରାତି ନୁହଁ ଦିନ ହୋଇଥିବ।ଏହି ସମୟରେ ଭୂମିକମ୍ପ ହେବ ଏବଂ ସେହି ସମୟରେ ବର୍ଷା କମ୍ ହେବ।

ଏହିଭଳି ମହାପୁରୁଷ ବହୁତ୍ କଥା ଉଲ୍ଲେଖ କରିଛନ୍ତି। ଏହାଛଡା ନେମାଳ ବିଷୟରେ ଉଲ୍ଲେଖ କରିବା ସହିତ ଭୁବନେଶ୍ୱର ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ମହାପୁରୁଷ କହିଲେ ଓଡିଶାର ରାଜଧାନୀ ଭୁବନେଶ୍ୱର ରେ ମହାବିପତ୍ତି ଆସିବ।ଏଠାରେ ଭୈରବୀ ଡାକ ଦେବ। ଏହା ଯାଜପୁର ଯାଏଁ ଶୁଭିବ। ଭଦ୍ରକରେ ମଧ୍ୟ ଯୁଦ୍ଧ ହେବାର ସମ୍ଭାବନା କୁ କଲମ କରିଛନ୍ତି ମହାପୁରୁଷ।

ଭଦ୍ରକର ଗହିରା ଟିକିଆ ରେ ବିପତ୍ତି ପଡ଼ିବା କଥା ମହାପୁରୁଷ କହିଛନ୍ତି। ଯେତେବେଳେ ଏଠାରେ ବିପତ୍ତି ଆରମ୍ଭ ହେବ, ସେତେବେଳେ ଏହି ସବୁ ବିପତ୍ତି ମାଡ଼ି ଆସିବାର ସମ୍ଭାବନା ରହିଛି। ମହାପୁରୁଷ ଙ୍କ କହିବା ଅନୁସାରେ ଭିନ୍ନ ଭିନ୍ନ ବିପତ୍ତି ର ଆଶଙ୍କା ରହିଛି ଭୁବନେଶ୍ୱର ଉପରେ।

କିନ୍ତୁ ଏହିସବୁ ବିପତ୍ତି କୁ ସେତେବେଳେ ଆମେ ସାମ୍ନା କରିବା ଯେତେବେଳେ ଯାଜପୁର ରେ କିମ୍ବା ଭଦ୍ରକରେ କୌଣସି ଯୁଦ୍ଧ ସମ୍ଭାବନା ଦେଖାଦେବ ସେତେବେଳେ ଏହା ଆମକୁ ଜାଣିବାକୁ ପଡ଼ିବ ଯେ ଭୁବନେଶ୍ୱର ରେ ମଧ୍ୟ ଏକ ବଡ଼ ବିପଦ ଘଟିବାକୁ ଯାଉଛି। ତେଣୁ ମହାପୁରୁଷ ମାନଙ୍କର ଏଭଳି କିଛି ଆଗତ ଭବିଷ୍ୟତ ବର୍ଣ୍ଣନା ଯାହା ଆପଣ ମାନଙ୍କୁ ଡରାଇବା ପାଇଁ ନୁହେଁ ବରଂ ଏହି ସବୁ କଥା ମାଳିକା ଭକ୍ତ ମାନଙ୍କୁ ସଚେତନ କରାଇବା ପାଇଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।