ନ୍ୟାୟ ପାଇଁ ପୁଣି ଥାନାର ଦ୍ବାରସ୍ଥ ହେଲେ ଜଣେ ମହିଳା। ନଅ ମାସର ଛୁଆକୁ ନେଇ ଥାନାରେ ନ୍ୟାୟ ଭିକ୍ଷା କରିଛନ୍ତି ମହିଳା।ତାଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ସ୍ବାମୀ ଅନ୍ୟ ଜଣେ ଯୁବତୀଙ୍କୁ ନେଇ ଫେରାର ହୋଇ ଯାଇଛନ୍ତି। ହଁ ଆଜ୍ଞା ଆଜି ପୁଣି ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଆମ ସମାଜରେ ପ୍ରତିଦିନ ଏହିଭଳି ଘଟଣା ଘଟି ଚାଲିଛି।ଆଉ ଆଜି ପୁଣି ସେହି ସମ୍ମାନ ପରିସ୍ଥିତି ଘଟିଛି।
ପରକୀୟା ପ୍ରୀତିକୁ ନେଇ ପ୍ରତିଦିନ ଆମ ସମାଜରେ ନୂଆ ନୂଆ ଘଟଣା ଘଟି ଚାଲିଛି।କେଉଁଠି ସ୍ତ୍ରୀ ପିଲା ଛୁଆ ସ୍ବାମୀ ଘର ସଂସାର ଛାଡି ପରକୀୟା ପ୍ରୀତିରେ ଲିପ୍ତ ରହି ଫେରାର ହୋଇ ଯାଉଛି ତ ଆଉ କେଉଁଠି ସ୍ବାମୀ ପିଲା ସ୍ତ୍ରୀ ଛାଡି ଅନ୍ୟ ମହିଳା ସହ ସଂପର୍କ ରଖୁଛି। ପରକୀୟା ପ୍ରୀତିରେ ଅନ୍ଧ ହୋଇ ସେମାନେ ଭୁଲି ଯାଉଛନ୍ତି କି ସେମାନେ ବିବାହିତ ସେମାନଙ୍କର ପିଲା ଛୁଆ ଅଛନ୍ତି କିନ୍ତୁ ସେସବୁ କିଛି ଚିନ୍ତା ନକରି ଏହି ସଭ୍ୟ ସମାଜର କିଛି ଅସାମାଜିକ ଲୋକମାନେ ଏହି ଭଳି କାଣ୍ଡ କରି ଚାଲିଛନ୍ତି।
ତେବେ ମହିଳା ଜଣଙ୍କ ହେଉଛନ୍ତି ମଞ୍ଜୁଲତା ଭୂୟାଁ। ଆଉ ମହିଳାଙ୍କ ସ୍ଵାମୀ ହେଉଛନ୍ତି ପ୍ରତାପ କୁମାର ଜେନା।ତେବେ ମହିଳା ଜଣଙ୍କ କହିବା ଅନୁଯାୟୀ ତାଙ୍କ ସ୍ବାମୀ ଓ ସେ ୨୦୧୬ ମସିହାରେ ସେମାନେ ପ୍ରେମ ସମ୍ପର୍କରେ ଆସିଥିଲେ ଆଉ ୨୦୧୮ ମସିହାରେ ସେମାନେ ଆନ୍ଧ୍ରପ୍ରଦେଶର କୋର୍ଟରେ ପରସ୍ପରକୁ ବିବାହ କରିଥିଲେ। ବିବାହର କିଛି ଦିନ ଖୁବ୍ ଭଲରେ କଟିଲା ସେମାନଙ୍କର ଏକ କୁନି ଝିଅ ମଧ୍ୟ ଜନ୍ମ ନେଇଥିଲା। ତେବେ ଦେଢ ମାସ ହେଲା ସ୍ବାମୀ ତାଙ୍କୁ ମାନସିକ ଓ ଶାରିରୀକ ନିର୍ଯାତନା ଦେଉଛନ୍ତି। ଯାହାକୁ ନେଇ ଭରତପୁର ଥାନାରେ ମହିଳା ଅଭିଯୋଗ କରିଛନ୍ତି।
ତେବେ ଦେଢ ମାସ ହେବ ପ୍ରତାପ ଅନ୍ୟ ଏକ ପୁଷ୍ପଲତା ଜେନା ନାମକ ଏକ ମହିଳା ଙ୍କ ପ୍ରେମରେ ପଡ଼ିଛନ୍ତି। ଆଉ ଯାହା ଜାଣି ପାରିଥିଲେ ମଞ୍ଜୁଲତା ଯାହାକୁ ନେଇ ଉଭୟଙ୍କ ତିକ୍ତତା ଦେଖା ଯାଇଥିଲା। ଆଉ ମଞ୍ଜୁଲତାଙ୍କ କହିବା ଅନୁଯାୟୀ ତାଙ୍କ ସ୍ବାମୀ ଦେଢ ମାସ ହେବ ତାଙ୍କୁ ମାନସିକ ଓ ଶାରିରୀକ ନିର୍ଯାତନା ଦେଉଛନ୍ତି। ଏହା ସହିତ ତାଙ୍କ ସ୍ବାମୀ ପୁଷ୍ପଲତାଙ୍କୁ ନେଇ କୁଆଡେ଼ ଫେରାର ହୋଇ ଯାଇଛନ୍ତି। ଆଉ ସେ ପୁଷ୍ପଲତାଙ୍କ ସହିତ ଯାଇ ରହୁଛନ୍ତି ଆଉ ଘରକୁ ମଧ୍ୟ ଫେରୁ ନାହାଁନ୍ତି।
ତେବେ ଏ ନେଇ ମହିଳା ଜଣଙ୍କ ବାରମ୍ବାର ଥାନରେ ଅଭିଯୋଗ କରିବା ସ୍ୱତେ ପୋଲିସ କିଛି ଏକ୍ସନ୍ ନେଉ ନାହିଁ। ତେବେ ଆଜି ମହିଳା ଜଣଙ୍କ ଭରତପୁର ଥାନ ଆଗରେ ନ୍ୟାୟ ଭିକ୍ଷା କରିଛନ୍ତି। ତେବେ ଦେଖିବାକୁ ବାକି ରହିଲା ମହିଳାଙ୍କୁ କି ପ୍ରକାରନ୍ୟାୟ ମିଳୁଛି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।