ଦେଖନ୍ତୁ ଭିଡ଼ିଓ ; ଭିକ ମାଗୁଛନ୍ତି କିନ୍ତୁ ଇଂରାଜୀ କହୁଛି ଅନର୍ଗଳ, ଏହା ଦେଖି ଅଭିନେତା Anupam Kher କଲେ ଏମିତି…

ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବା ପାଇଁ ମିଳିଥାଏ। ସମାଜରେ ବେଳେ ବେଳେ ଏଭଳି କିଛି ଦୃଶ୍ୟ ଦେଖି ବାକୁ ମିଳିଥାଏ, ଯାହାକୁ ଦେଖିବା ମାତ୍ରେ ବହୁତ ଆଶ୍ଚର୍ଯ୍ୟ ଲାଗିଥାଏ। ଆମ ଭାରତରେ ବହୁତ ପିଲା ପାଠ ପଢ଼ିବାର ସୁଯୋଗ ସେମାନଙ୍କୁ ମିଳି ପାରି ନାହିଁ କିନ୍ତୁ ସେମାନେ ଭଲ ହିନ୍ଦୀ, ଇଂରାଜୀ ଭଲ କହି ପାରନ୍ତି। ଏମିତିକି ସେମାନେ ଭିକ୍ଷା ବୃତ୍ତିରେ ହିଁ ତାଙ୍କ ଜୀବନ ନିର୍ଭର କରିଥାଏ। ଏହି ଭଳି ପିଲା ମାନଙ୍କୁ ସାହାଯ୍ୟ ଓ ସହଯୋଗ କରିବା ପାଇଁ ବଡ଼ ବଡ଼ କଳାକାର ମାନେ ଆଗେଇ ଆସି ଥାଆନ୍ତି। ତେବେ ବନ୍ଧୁଗଣ ତାହା ହେଉଛି ଜଣେ ଭାରତୀୟ ଝିଅ ଭିକ୍ଷା ବୃତ୍ତି କରି ସୁନ୍ଦର ଇଂରାଜୀ କହୁଛନ୍ତି, ଏହା ଦେଖି ବଲିଉଡ ଅଭିନେତା ଅନୁପମ ଖେର ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ବିଷୟ ଉପରେ ନଜର ପକାଇବା;

ସୂଚନା ଅନୁସାରେ, ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତା ଅନୁପମ ଖେରଙ୍କୁ ଆପଣ ମାନେ ଭଲ ଭାବରେ ଜାଣିଥିବେ, ସେ ବଲିଉଡ ଜଗତର ଅଭିନେତା ଭାବରେ ବେଶ ପରିଚିତ ଅଟନ୍ତି। ସେ ଅନେକ ଗୁଡିଏ ଫିଲ୍ମରେ ଅଭିନୟ କରିଛନ୍ତି। ତେବେ ନିକଟରେ ଏକ ବଡ଼ ଖବର ସମ୍ନାକୁ ଆସିଛି। ଅନୁପମ ଖେର ତାଙ୍କ ଫିଲ୍ମ ସୁଟିଙ୍ଗ ପାଇଁ କାଠମାଣ୍ଡୁ ଯାଇଥିଲେ। ସେଠାରେ ସେ ଭାରତୀୟ ଭିକାରୁଣୀକୁ ଝିଅକୁ ଦେଖିଥିଲେ ଓ ଯାହାର ବୟସ ମାତ୍ର ୧୩ ବର୍ଷ ହୋଇଥାଏ। ସେହି ଭିକାରୁଣୀ ଜଣଙ୍କ ଏଭଳି ସୁନ୍ଦର ଭାବରେ ଇଂରାଜୀ କହିଥିଲେ ଯେ, ଅଭିନେତା ତାଙ୍କ ଇଂରାଜୀ ଶୁଣି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ସେ ଭିକ୍ଷା ମାଗି ଇଂରାଜୀ ଶିଖିଛନ୍ତି ବୋଲି କହିଥିଲେ।

ସେହି ଝିଅଟିକୁ ସେ ବହୁତ କିଛି ପ୍ରଶ୍ନ ପଚାରି ଥିଲେ। ଝିଅଟି ତାଙ୍କର ସବୁ ପ୍ରଶ୍ନର ଉତ୍ତର ବହୁତ ସୁନ୍ଦର ଭାବରେ ଦେଇଥିଲେ। ସେହି ଝିଅଟି ପ୍ରଥମେ ରାଜସ୍ଥାନରେ ରହୁଥିଲା ଓ ସେଠାରେ ସେହି ଝିଅଟିର ପାଠ ପଢିବାକୁ ବହୁତ ଇଚ୍ଛା ପ୍ରକାଶ ରହିଥିଲା। କିନ୍ତୁ ପାଠ ପଢ଼ିବାର ତାଙ୍କୁ ସୁଯୋଗ ମିଳି ପାରି ନଥିଲା ବୋଲି ଝିଅଟି କହିଥିଲେ। ଯେତେବେଳେ ସାଙ୍ଗ ସାଥୀଙ୍କୁ କାଠମାଣ୍ଡୁ ଆସି ବାକୁ ଦେଖିଲି, ସେତେବେଳେ ରାଜସ୍ଥାନରୁ କାଠମାଣ୍ଡୁକି ଚାଲି ଆସିଲି। ସେବେ ଠାରୁ ସେଠାରେ ଭିକ୍ଷା ବୃତ୍ତି ଆରମ୍ଭ କରି ଦେଲି ଓ ଭିକ୍ଷା କରି ସେ ତାର ପେଟ ପୋଷିଥାଏ ବୋଲି କହିଛନ୍ତି।

ପାଠ ପଢିବାକୁ ବହୁତ ଆଗ୍ରହ ରହିଛି ବୋଲି ସେହି ଭିକାରୁଣୀ ଝିଅଟି କହିଛନ୍ତି। ଏଥି ସହିତ ଝିଅଟି କହିଛନ୍ତି ଯେ, ଇଂରାଜୀ ଶିଖିଥିଲେ ସୁଦ୍ଧା ଚାକିରୀ ମିଳି ନାହିଁ। ଅଭିନେତା ଝିଅଟିର ସବୁ କଥା ଶୁଣି ବହୁତ ଦୁଃଖ ପ୍ରକାଶ କରିଥିଲେ। ଏଥି ସହିତ ସେ କହିଥିଲେ ଯେ, ପାଠ ପଢ଼ାର ସବୁ ଦାୟିତ୍ୱ ସେ ନେବେ ବୋଲି କହିଥିଲେ ଓ ସେଥିପାଇଁ ଝିଅଟି ଠାରୁ ଫୋନ ନମ୍ବର ଆଣିଥିଲେ। ସେ ଝିଅଟିକୁ ସବୁ ପ୍ରକାରର ସାହାଯ୍ୟ ଓ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment