Odisha News Portal

ଦେଖନ୍ତୁ ଭିଡ଼ିଓ – ଭଣ୍ଡ ସାରଥିଙ୍କ ପରେ ଆଉ ଜଣେ ବାବା ! କରୋନାକୁ ଭଲ କରିଦେବେ କହି ଭକ୍ତ ଙ୍କ ସହ କରୁଛନ୍ତି ରାସଲୀଳା, ଭିଡିଓ ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ… ଦୟାକରି.ନିଶ୍ଚିତ ଦେଖନ୍ତୁ

ଆଜିର ଦୁନିଆରେ ବି ଅନେକ ଲୋକେ ଏତେ ମାତ୍ରାରେ ସରଳ ବିଶ୍ୱାସୀ ରହିଛନ୍ତି, ଯେଉଁମାନେ ତାଙ୍କର ଧାର୍ମିକ ଭାବନା କୁ ଆଗରେ ରଖି ଅନେକ ସମୟରେ ଠକ ଭଣ୍ଡ ବାବା ମାନଙ୍କର ଭଣ୍ଡାମୀ ବା ଠକାମୀ ର ଶିକାର ହେଉଛନ୍ତି। ସେମାନଙ୍କ ଧାର୍ମିକ ଭାବନା ସହ ସହଜରେ ଖେଳି ପାରୁଛନ୍ତି କିଛି ଠକ ଭଣ୍ଡ ବାବା। ଆଉ ଏଥିପାଇଁ ସେମାନେ ଟିକିଏ ବି କୁଣ୍ଠା ବୋଧ କରୁ ନାହାନ୍ତି। ଲୋକଙ୍କ ଭାବାବେଗ ଏବଂ ସେମାନଙ୍କର ଈଶ୍ବରଙ୍କ ପ୍ରତି ଥିବା ଭାବନା ଏବଂ ମାନସିକତା ର ବେଶ୍ ସହଜରେ ସୁବିଧାରେ ଫାଇଦା ଉଠାଇ ନେଇ ପାରୁଛନ୍ତି ଏହି ଠକ ଆତ୍ମଘୋଷିତ ବାବା ମାନେ। ଆଉ ସବୁଠାରୁ ଆଶ୍ଚର୍ଯ୍ୟ କଥା ଯେ ଆମ ଭଳି ସାଧାରଣ ଲୋକ ହିଁ ଏହାର ଶିକାର ହେଉଛନ୍ତି।

ଭାରତରେ ଅନେକ ସ୍ଥାନରେ ଏମିତି ଅନେକ ବାବା ଙ୍କୁ ଆପଣ ଦେଖିବାକୁ ପାଇଥିବେ। ଯେଉଁ ମାନେ ଲୋକ ମାନଙ୍କ ଧାର୍ମିକ ବିଶ୍ୱାସ ରେ ବିଷ ଦେଇ ସେମାନଙ୍କ ସହିତ ମନ୍ଦ କାର୍ଯ୍ୟ କରି ଥିବାର। ଆଉ ପରେ ଏଥିରେ ଶିକାର ହେବା ପରେ ସେତେବେଳେ ଆଉ ଅନୁତାପ କରିବାକୁ କିଛି ନଥାଏ।ତେବେ ଆମ ଦେଶ ଭାରତରେ କିଛି ଏମିତି ଭଣ୍ଡ ବାବା, ସ୍ୱାମୀଜି ରହିଛନ୍ତି, ଯେଉଁ ମାନଙ୍କ ବିଷୟରେ ହୁଏତ ଆପଣ ଅଳ୍ପ ବହୁତ ଜାଣିଥିବେ। ଆମେ ଆଜି ସେମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ କି ଲୋକ ମାନଙ୍କର ମା, ଭଉଣୀ, ଝିଅ ମାନଙ୍କ ଇଜ୍ଜତ ସହିତ ଖେଳିଥାନ୍ତି ସେମାନଙ୍କ ସହିତ ବିଶ୍ୱାସ ଘାତକତା କରି।

ସେମାନେ ନିଜକୁ ଅଲୌକିକ ପ୍ରତିଭାର ଅଧିକାରୀ ବୋଲି କହିଥାନ୍ତି। ବେଳେବେଳେ ଆତ୍ମ ଘୋଷିତ ଭଗବାନ ବୋଲି ମଧ୍ୟ ନିଜକୁ ବିବେଚନା କରନ୍ତି। ଏହାଛଡା ସେମାନେ ଏହା ମଧ୍ୟ କହିଥାନ୍ତି କି ଯଦି କେହି ଡାକ୍ତର ଆପଣ ମାନଙ୍କର କୌଣସି ରୋଗକୁ ଭଲ କରିବାକୁ ମନା କରି ଦେଇଛନ୍ତି କିମ୍ବା ଭଲ ହେବନାହିଁ ବୋଲି କହିଛନ୍ତି,ତେବେ ଆପଣ ମାନେ ଆମ ପାଖକୁ ଆସନ୍ତୁ। ଫଳରେ ଆମେ ଆପଣଙ୍କର ସେହି ସମସ୍ତ ରୋଗକୁ ଭଲ କରିଦେବୁ। ଏହିପରି ପ୍ରତିଶ୍ରୁତି ଏବଂ ଲୋକଙ୍କ ମନରେ ବିଶ୍ୱାସ ଜାଗ୍ରତ କରିବା ସହିତ ସେମାନେ ଲୋକ ମାନଙ୍କୁ ଏହି ବିଶ୍ୱାସ ଦିଅନ୍ତି ଯେ ଏହା ଭଗବାନଙ୍କ କୃପା। ତାଙ୍କ କୃପାରୁ ଯାହା ସମ୍ଭବ ହୋଇ ପାରୁଛି।

ସେହିପରି କିଛି ବାବାଙ୍କ ବିରୋଧରେ ଦୃଢ଼ ରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ୍। ଆପଣ ଏହି ଭିଡିଓ ରେ ଦେଖିବାକୁ ପାଉଥିବେ କିପରି ଦୁଇଜଣ ବାବା ମହିଳା ମାନଙ୍କୁ ରୋଗ ଭଲ କରିବା ବାହାନାରେ ଆପତ୍ତି ଜନକ ଭାବରେ ଛୁଇଁ ଛନ୍ତି ଏବଂ ଲୁଗା ଘୋଡେଇ ଚୁମ୍ବନ ମଧ୍ୟ କରୁଛନ୍ତି। ଆଉ ଏହାକୁ ସାଧାରଣ ଲୋକେ ବିଶ୍ୱାସ କରିବା ସହିତ ନିଜକୁ ମଧ୍ୟ ଏଥିରେ ସାମିଲ କରୁଛନ୍ତି ଏବଂ ନିଜର ଧାର୍ମିକ ବିଶ୍ୱାସ କୁ ବଜାୟ ରଖି ଏକ ବିଶ୍ୱାସ ନେଇ ଏହି ଭଣ୍ଡ ବାବା ମାନଙ୍କର ଚରାନାଶ୍ରିତ ହେଉଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।