Odisha News Portal

ଭାଗ୍ୟ ରେ ଥିଲେ ଏମିତି ସ୍ୱାମୀ ମିଳେ । ବିବାହ ପୂର୍ବରୁ କନ୍ୟା ର ଅଣ୍ଟା ଭାଙ୍ଗି ଯାଇଥିଲେ ମଧ୍ୟ ଷ୍ଟ୍ରେଚରରେ କନ୍ୟା ମଥାରେ ସିନ୍ଦୁର ଦେଲେ ବର । ଏହି ଯୋଡି ପାଇଁ ଗୋଟେ ସେୟାର ନିଶ୍ଚିତ କରନ୍ତୁ…..

ବିବାହ ବନ୍ଧନ ଆମ ଧର୍ମ ର ଏକ ପବିତ୍ର ବନ୍ଧନ ହୋଇଥାଏ । କୁହାଯାଏ ଏହି ସମ୍ପର୍କ ରେ ଦମ୍ପଦି କେବଳ ଗୋଟିଏ ଜନ୍ମ ପାଇଁ ନୁହେଁ ସାତ ଜନ୍ମ ପାଇଁ ବାନ୍ଧି ହୋଇ ଥାଆନ୍ତି ଆଉ କୁହାଯାଏ ଏହି ସମ୍ପର୍କ ସାଧାରଣତଃ ବିଶ୍ୱାସ ରେ ଚାଲିଥାଏ ।କିନ୍ତୁ ଆଜି କାଲି ଆମେ ବହୁତ୍ ଥର ଏହି ସମ୍ପର୍କ ରେ ତିକ୍ତତା ସୃଷ୍ଟି ହେବାର ଦେଖିଥାଉ ଓ ଧୀରେ ଧୀରେ ଏହି ସମ୍ପର୍କ ର ମାନେ ବଦଳି ଯିବାର ଲାଗିଛି ତେବେ ଏହି ଭିତରେ ଏମିତି ଏକ ଘଟଣା ସାମ୍ନା କୁ ଆସିଛି ଯାହା ଏକ ଉଦାହରଣ ପାଲଟି ଯାଇଛି । ଆସନ୍ତୁ ଜାଣିବା ସମ୍ପୂର୍ଣ ଘଟଣା ବିଷୟ ରେ ;

ଆପଣ ମାନେ ନିଶ୍ଚିତ ଭାବେ ସହିଦ କପୁର ଙ୍କ “ବିବାହ” ଫିଲ୍ମ୍ ଦେଖିଥିବେ । ସେଥିରେ ହିରୋଇନ୍ ବାହାଘର ର ପୂର୍ବରୁ ନିଆଁ ରେ ପୋଡି ଜଳି ଯାଇଥିଲା ଓ ବିବାହ ବେଦୀ ରେ ବସିବା ବଦଳରେ ହସ୍ପିଟାଲ୍ ବେଡ୍ ରେ ସୋଇଥିଲା । ଆଉ ଏଥିରେ ନାୟକ ଭାବେ ଥିବା ସହିଦ କପୁର ହିରୋଇନ୍ କୁ ଷ୍ଟ୍ରେଚର୍ ଉପରେ ହିଁ ସିନ୍ଦୂର ପିନ୍ଧାଇ ବିବାହ କରିଥିଲେ। ଏହି ଫିଲ୍ମ୍ ଟି ସେହି ସମୟ ରେ ଖୁବ୍ ପ୍ରସିଧ ହୋଇଥିଲା ଓ ଲୋକ ମାନଙ୍କ ପାଇଁ ବିବାହ ବନ୍ଧନ ରେ ମୂଲ୍ୟ ଆହୁରି ବଢି ଯାଇଥିଲା । ତେବେ ଏହା ଥିଲା ରିଲ୍ ଲାଇଫ ଓ ଏକ ଗପ ସଦୃଶ୍ୟ କିନ୍ତୁ ରିଅଲ ଲାଇଫ ରେ ଆଜି ଏହି “ବିବାହ” ମୁଭି ପରି ଏକ ଘଟଣା ଦେଖିବାକୁ ମିଳିଛି ଯେଉଁ ଘଟଣା ଶୁଣିଲେ ଆପଣ ବିଶ୍ୱାସ କରି ପାରିବେ ନାହିଁ ଓ ପ୍ରଶଂସା ରେ ଯୁବକ ଜଣଙ୍କୁ ପୋତି ଦେବେ ।

ଉତ୍ତର ପ୍ରଦେଶର ପ୍ରତାପଗଡ ରୁ ଆସିଛି ଏହି ଘଟଣା ଟି , ଯେଉଁଠି ରହୁଥିବା ଆରତୀ ମୋର୍ୟାଙ୍କ ବିବାହ ୮ ଡିସେମ୍ବରକୁ ଠିକ ଅବଧେଶ ସହ ଠିକ ହୋଇଥିଲା । କିନ୍ତୁ ବିବାହ ର ଠିକ୍ କିଛି ସମୟ ପୂର୍ବରୁ ଆରତୀ ଏକ ଛୋଟ ଛୁଆ କୁ ବଞ୍ଚାଇବା ପାଇଁ ଯାଇ ଛାତରୁ ପଡ଼ିଯାଇ ଥିଲେ । ତେବେ ଏହି ଅକ୍ସିଦେଣ୍ଟ ରେ ଆରତୀ ଙ୍କ ପିଠି ହାଡ଼ ସମ୍ପୂର୍ଣ ରୂପେ ଭାଙ୍ଗି ଯାଇଥିଲା। ଡାକ୍ତର ଯେତେବେଳେ ଏହି କଥା ଆରତୀ ଙ୍କ ପରିବାର ଲୋକ ମାନଙ୍କୁ ଜଣାଇଲେ ପରିବାର ଲୋକ ମାନଙ୍କ ହୋସ ଉଡ଼ିଗଲା କାରଣ ବିବାହ ର ସବୁ କାର୍ଯ୍ୟ ଶେଷ ହୋଇଥିଲା କେବଳ ଝିଅ ବେଦୀ ରେ ବସି ବିବାହ କରି ଥାଆନ୍ତା ।

ତେବେ ଆରତୀ ର ପରିବାର ଲୋକ ମାନେ ଅବଧେଶ ଙ୍କୁ ବାଧ୍ୟ ହୋଇ ଆରତୀ ର ସାନ ଭଉଣୀ କୁ ବିବାହ କରିବା ପାଇଁ କହିଥିଲେ । କିନ୍ତୁ ଅବଧେଶ ଏହି ପ୍ରସ୍ତାବ କୁ ଅସ୍ବୀକାର କରିଥିଲେ ଓ ସେ ଆରତୀ କୁ ବିବାହ କରିବେ ବୋଲି କହିଥିଲେ। ଅବଧେଶ ଙ୍କ ଏପରି ନିଷ୍ପତି ରେ ଘର ଲୋକ ମଧ୍ୟ ପ୍ରତିବାଦ କରି ନଥିଲେ।ଓ ମେଡିକାଲ୍ ଷ୍ଟ୍ରେଚାର ରେ ହିଁ ଅବଧେଷ ଆରତୀ କୁ ବିବାହ କରିଥିଲେ। ତେବେ ଅବଧେଶ ଙ୍କ ଏପରି ଏକ କାର୍ଯ୍ୟ ଆଜି ସମସ୍ତଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରି ପାରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।