Odisha News Portal

ଦେଖନ୍ତୁ ଭିଡ଼ିଓ – ଭଦ୍ରକ ପୋଲିସର ଦାଦାଗିରି : ମାସ୍କ ନଥିବାରୁ ଯୁବକଙ୍କୁ ତଳେ ପକାଇ ଅତି ନିର୍ମମ ଭାବରେ ମାଡ଼ ମାରିଲେ ପୋଲିସ୍, ସୋସିଆଲ ମିଡିଆରେ ଘୂରି ବୁଲୁଛି ଭିଡ଼ିଓ, ଥରୁଟିଏ ନିଶ୍ଚୟ ଦେଖନ୍ତୁ

ଆପଣ ଜାଣି ପାରୁଥିବେ କିଭଳି ଭାବରେ କରନା ଭାଇରସ ତାର ପ୍ରକୋପ ଏବେ ସାରା ଦେଶରେ ବଜାୟ ରଖିଛି। ତେଣୁ ଏହାର ସଂକ୍ରମଣ ର ହାର କୁ ଦେଖି ସରକାର୍ ଏହାକୁ ରୋକିବା ପାଇଁ ଅନେକ କଟକଣା ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଲାଗିଛନ୍ତି।ଯେହେତୁ ଏବେ କୋଭିଡର ଦ୍ୱିତୀୟ ଲହର ଆରମ୍ଭ ହୋଇ ଯାଇଛି ତେଣୁ ଏହା ବହୁତ୍ ଶୀଘ୍ର ଲୋକଙ୍କୁ ସଂକ୍ରମିତ କରୁଛି। କାରଣ ଏହା ଭାଇରସ ର ଏକ ନୂଆ ରୂପ।ଆଉ ଏହି ନୂତନ ଷ୍ଟ୍ରେନ ର ଭାଇରସ ରେ ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ହାର ମଧ୍ୟ ବୃଦ୍ଧି ପାଉଛି।ଆଉ ଏହି ସମୟରେ ମାସ୍କ ଚେକିଂ କୁ ଜୋରଦାର କରା ଯାଇଛି।

ସରକାର୍ ଙ୍କ ତାଗିଦ୍ ପରେ ଏବେ ସବୁ ସହରରେ ମାସ୍କ ଚେକିଙ୍ଗ ଜୋରଦାର ଭାବରେ ହେଉଛି।ଆଉ ଏହି ସମୟରେ କିଛି ଏମିତି ଘଟଣା ସାମ୍ନାକୁ ଆସୁଛି ଯାହା ସାଧାରଣରେ ଚର୍ଚ୍ଚାର ବିଷୟ। ଭଦ୍ରକ ଜିଲ୍ଲାର ଏକ ଘଟଣା ଏବେ ସାମ୍ନାକୁ ଆସିଛି। ସୂଚନା ଅନୁସାରେ ଭଦ୍ରକ ଜିଲ୍ଲା ଆରଡି ଫାଣ୍ଡି ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି ମାସ୍କ ଚେକିଂ କୁ ନେଇ।ତେବେ ଏହି ଘଟଣା ଶନିବାର ଦିନ ଘଟିଚି ବୋଲି ଜଣାପଡ଼ିଛି । ଯାହା ସୂଚନା ରହିଛି ଏଠାରେ ଦୁଇ ଜଣ ଯୁବକ ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିବା ସମୟରେ ବିନା ମାସ୍କ ରେ ଥିଲେ।

ଆଉ ଏହି ତ୍ରୁଟି ପାଇଁ ଏହି ଅଭିଯୋଗରେ ପୋଲିସ ତାଙ୍କୁ ଫାଣ୍ଡିରେ ଅଟକ ରଖିଥିଲେ।ଆଉ ଏହାପରେ ଫାଣ୍ଡି ମଧ୍ୟରେ ପୋଲିସ୍ ସହ ଯୁକ୍ତି ତର୍କ ଚାଲିଥିବା ସମୟରେ ଯୁବକ ଜଣଙ୍କ ମୋବାଇଲ ବାହାର କରି ଫଟୋ ଉତ୍ତୋଳନ କରିବା ପାଇଁ ଚେଷ୍ଟା କରୁଥିଲେ, ଯାହା ତାଙ୍କର ଭୁଲ୍ ଥିଲା। ଆଉ ଏତିକି ପରେ ହଠାତ୍  ୫ ରୁ ୬ ଜଣ ପୋଲିସ ଅଧିକାରୀ ତାଙ୍କ ଉପରକୁ ଆକ୍ରମଣ କରିବା ସହିତ ଯୁବକଙ୍କ ମୋବାଇଲ୍ ଛଡାଇ ନେଇଥିଲେ। କେବଳ ଏତିକି ନୁହେଁ ତାଙ୍କୁ ତଳେ ପକାଇ ମାଡ ମଧ୍ୟ ମାରିଥିଲେ।ଏହା ସହିତ ଯାହା ଜଣା ପଡିଛି ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ଦଫା ସବୁ ଲଗାଇ ଯୁବକଙ୍କୁ ଗିରଫ କରିଛି ଆରଡ଼ି ପୋଲିସ।

ଯାହା ଜଣା ପଡିଛି ଏଠାରେ ନିଜେ ପୋଲିସ ବାବୁ ନାକ ଓ ପାଟି ତଳକୁ ମାସ୍କ ଖସାଇ ପିନ୍ଧିଥିଲେ।ସେଠାକାର ଫାଣ୍ଡି ଅଧିକାରୀ ମଧ୍ୟ କେବଳ ଗାମୁଛା ଏବଂ ଗଞ୍ଜି ପିନ୍ଧିଥିଲେ।ଆଉ ଏହି ଅବସ୍ଥାରେ ସେମାନେ ଯୁବକଙ୍କୁ ଆକ୍ରମଣ କରିଥିଲେ।ପରେ ଏହି ଘଟଣା ର ଚିତ୍ର, ପୂରା ଘଟଣା ସାମ୍ନାକୁ ଆସିବା ପରେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ତେବେ ମାସ୍କ ଚେକିଂ ନାମରେ ପୋଲିସ୍ ର ଏତାଦୃଶ କାର୍ଯ୍ୟ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।