Odisha News Portal

ଭଦ୍ରକରେ ବାହାରିଥିବା ଶିବଲିଙ୍ଗ ନିକଟରେ ଘଟିଲା ଏମିତି ଘଟଣା !ମହାଦେବ ଲାଗିଲେ ନନାଙ୍କୁ ସେକିଲେ……

0 8

ଭଦ୍ରକରୁ ବାହାରିଥିବା ଶିବଲିଙ୍ଗ କଥା ତ ଆପଣ ମାନେ ଶୁଣିଥିବେ , ତାହା ପରେ କିଛି ଏମିତି ଘଟଣା ଘଟି ଯାଇଛି ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ବାଇରାଲ ହେବାରେ ଲାଗିଛି । ମାଟି ତଳୁ ବାହାରିଥିବା ,ସିବ ଜମେ ଭକ୍ତଙ୍କ ଦେହରେ ସବାର ହେଲେ ପରେ ପୂଜାରୀକୁ ଠୋ ଟୋ ସେକିଲେ । କଥାଟି ଆପଣ ମାନଙ୍କୁ ଆଶ୍ଚର୍ଯ୍ୟକର ଲାଗୁଥାଇ ପାରେ ମାତ୍ର ସେହି ଭିଡିଓ ଦେଖିଲେ ଆପଣ ମାନେ ବୁଝିପାରିବେ । ତେବେ ଏହିଠାରେ ପ୍ରଶ୍ନ ରହିଲା କି ଠାକୁର କଣ କେବେ କାହାକୁ ମାଡ ମାରିପାରନ୍ତି । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ସଂପୂର୍ଣ୍ଣ ବିଷୟ ବସ୍ତୁଟି । କି ସେହି ପୂଜା ସ୍ଥଳରେ କଣ ଘଟିଥିଲା ଏବଂ ଏହି କଥାଟି କେତେ ମାତ୍ରାରେ ସତ୍ୟ ଅଟେ ।

ଆପଣ ମାନେ ତ ଜାଣିଛନ୍ତି କି ବିଶ୍ୱାସରେ ଭଗବାନ ଭଗବାନ ସମସ୍ତ ଜାଗାରେ ଉପସ୍ଥିତ ଅଟନ୍ତି । ମାତ୍ର ତାଙ୍କୁ କେବଳ ଆମ ମନ ଦ୍ୱାରା ଭକ୍ତିର ସହିତ ଆରାଧନା କରିବା ଆବଶ୍ୟକ । ବେଳେବେଳେ ଭଗବାନଙ୍କର ଅଲୌକିକ ଲୀଳା ମଧ୍ୟ ଦେଖିବାକୁ ମିଳିଥାଏ ।

ଯେମିତିକି ଭଦ୍ରକ ଜିଲ୍ଲାର କଳାମାଟି ଜିଲ୍ଲାରେ କାର୍ତ୍ତିକ ମାସରେ ଏକ ମାଟି ତଳୁ ଶିବ ଲିଙ୍ଗ ଆର୍ବିଭାବ ହୋଇଛନ୍ତି । ପଞ୍ଚାୟତ ପଢିଆରେ ପାକ ନିର୍ମାଣ ପାଇଁ ମାଟି ଖୋଲିବା ସମୟରେ ଟ୍ରାକ୍ଟର ଲଙ୍ଗଳରେ ଏକ ପଥର ବାଜିଥିଲା ଯାହା ପରେ ଏକ ମୂର୍ତ୍ତି ଦେଖିବାକୁ ପାଇଥିଲେ ଡ୍ରାଇଭର । ଅଧିକ ମାଟି ଖୋଳିବାରୁ ସେଥିରୁ ଶିବଲିଙ୍ଗ ଏବଂ ପାର୍ଶ୍ୱମୂର୍ତ୍ତି ବାହାରିଥିଲା । ମୂର୍ତ୍ତି ବାହାରିବା ପରେ ସେଠାରେ ପୂଜା ପାଠ ଚାଲିଛି । ତେବେ ଲୋକମାନଙ୍କ ଭିଚତରେ ତ ଭକ୍ତିଯା ।

ତା ଭିତରେ ଅନ୍ୟ ଏକ ଯେଉଁ ଘଟଣାଟି ଘଟିଲା ତାହାକୁ ନେଇ କରି ଏବେ ବହୁତ ଆଲୋଚନା ଚାଲିଛି । କାରଣ ଏଟାରେ ପୂର୍ଜ୍ଜାର୍ଚ୍ଚାନା ଚାଲିଥିବା ବେଲେ ଜଣେ ବ୍ୟକ୍ତିଙ୍କୁ କାଳିଶି ଲାଗିଲା । ସମସ୍ତେ କହିଲେ ତାଙ୍କ ଦେହରେ ପ୍ରଭୁ ମହାଦେବ ସବାର ହୋଇଛନ୍ତି । କାଳିସି ସେହି ଶିବଲିଙ୍ଗ ନିକଟରେ ବସିଥିଲେ ଏବଂ ପୂଜକଙ୍କୁ ଡାକିଲେ ।

 

 ତେବେ ଶିବଲିଙ୍ଗ ବାହାରିବା ପରେ ସେଠାରେ ଅନେକ ଲୋକ ଭିଡ ଜମାଇଥିଲେ ଏବଂ ବାଇରାଲ ହୋଇଥିବା ଭିଡିଓରେ ଯିଏ କି ନୀଳ ଚେକ ସାର୍ଟ ପିନ୍ଦିଛନ୍ତି ଏବଂ ନିଜକୁ ଶିବ ସବାର ହୋଇଥିବାର ଦାବି କରି ଜଣେ ପୂଜାରିକୁ ଠୋ ଠୋ ସେକି ଦେଉଛନ୍ତି । ବିଚରା ପୂଜକ କିଛି ବୁଝିବା ପୂର୍ବରୁ ତାଙ୍କର ଗାଲକୁ ବ୍ରହ୍ମ ଚାପିଡା ମାରି ଚାଲିଥିଲେ ।

ପଚାରୁଥାନ୍ତି କଣ ଭୁଲ କରିଛୁ କହ , କଣ ଭୁଲ କରିଛୁ କହ । ଏହା ସହ ପ୍ରୟଶ୍ଚିତ କରିବାକୁ ହେଲେ ନଦୀକୁ ୟାଇ ଗାଧେଇ ଆସିବାକୁ ନିର୍ଦ୍ଦେଶ ମଧ୍ୟ ପ୍ରଦାନ କରୁଛନ୍ତି । ତେବେ ଏବେ ତାହା ଚର୍ଚ୍ଚାର ବିଷୟ ପାଲଟିଛି ସତରେ କଣ ଭଗବାନ ମଣିଳ ଦେହରେ ସବାର ହୋଇ ଏମିତି ମାଡ ମାରିପାରନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।