Odisha News Portal

ଏହି ଛୋଟିଆ ଘରୋଇ ଉପାୟକୁ ସେବନ କରିବା ଦ୍ବାରା ! ବାହାରିଥିବା ପେଟ,ମୋଟାପଣ,BELLY FAT,ଚର୍ବୀକୁ ତରଳେଇ ଦେବ …..

ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଘରୋଇ ଉପଚାର ବିଷୟରେ କହିବୁ ଯାହା ଆପଣଙ୍କର ବଢୁଥିବା ମୋଟାପଣକୁ କମ କରିବ । ଆଜିର ସମୟରେ ଆମର ଦେଶରେ ଅନେକ ରୋଗ ମୋଟାପଣ ଯୋଗୁଁ ହେଉଅଛି , ଲୋକମାନେ ମୋଟାପଣକୁ କମ କରିବା ପାଇଁ ଅନେକ ପ୍ରକାର ଉପାୟ ମଧ୍ୟ ବ୍ୟବହାର କରିଥାନ୍ତି । ଅନେକ ଲୋକମାନେ ଜିମକୁ ଯାଇ ବହୁତ ପରିଶ୍ରମ କରି ନିଜର ମୋଟାପଣ କମ କରିବାକୁ ଚେଷ୍ଟା କରନ୍ତି । ମାତ୍ର ଯେଉଁ ମାନେ ଜିମ ପାଇଁ ସମୟ ବାହାର କରିପାରୁନାହାନ୍ତି ସେମାନଙ୍କ ପାଇଁ ଏହି ଘରୋଇ ଉପଚାର ବହୁତ ଉପକାରୀ ଅଟେ ।

ଯଦି ଆପଣ ମାନେ ପ୍ରତିଦିନ 1 ମାସ ଏହାର ସେବନ କରନ୍ତି ତେବେ ଆପଣଙ୍କର ଓଜନ ବହୁତ ଶୀଘ୍ର କମ ହେବାରେ ଲାଗିବ । ତେବେ ଆସନ୍ତୁ ଜାଣିବା ଆପଣ ମାନେ ସେହି ଉପଚାରକୁ କେମିତି ବନେଇବେ ଏବଂ ତାହାର ସେବନ କିପରି ଭାବରେ କରିବେ ।

ଏହି ଉପଚାର ବନେଇବା ପାଇଁ ଆପଣଙ୍କୁ କେବଳ ଦୁଇଟି ଜିନିଷର ଆବସ୍ୟକ ପଡିବ । ଏଥାପାଇଁ ଆପଣଙ୍କୁ ପ୍ରଥମେ ଆବଶ୍ୟକ ପିପଲି , ଯାହା ଆପଣଙ୍କୁ କୌଣସି ବଣିଆ ଦୋକାନ ବା ତେଜରାତି ଦୋକାନରୁ ମିଳିଯିବ । ଏହା ଏକ ଆୟୁବେଦିକ ଔଷଧ ଅଟେ , ଏଜନକୁ କମ କରିବା ପାଇଁ ମୋଟାପଣକୁ କମ କରିବା ପାଇଁ ପିପଳିର ସେବନ ବହୁତ ଅଧିକ ଲାଭ ଦାୟକ ଅଟେ ।

ଏହା ଆପଣଙ୍କର ବଢୁଥିବା ଓଜନକୁ ବହୁତ ଶୀଘ୍ର କମ କରିଥାଏ । ଏହା ସହିତ ଏହା ଆପଣଙ୍କର ପାଚନ ତନ୍ତ୍ରକୁ ମଜବୁତ କରିଥାଏ । ଦ୍ୱିତୀୟ ଜିନିଷ ଏଥିପାଇଁ ଆବଶ୍ୟକ ତାହା ହେଉଛି ମହୁ । ମହୁ ଦ୍ୱାରା ଶରୀର ମେଟାବୋଲିଜିମ ଭଲ ହୋଇଥାଏ ।

ଆପଣ ପ୍ରଥମେ 20 ଗ୍ରାମ ମାତ୍ରାର ପିପଳି ନିଅନ୍ତୁ , ତାହାକୁ ଗ୍ରାଇଣ୍ଡିଙ୍ଗ କରି ଏକ ଗୁଣ୍ଡ ପ୍ରସ୍ତୁତ କରନ୍ତୁ । ଏହା ପରେ ଏହାକୁ ଆପଣ ମାନେ ବହୁକ କମ ଗୁଣ୍ଡ ନେଇ ତାହାର ପ୍ରୟୋଗ କରନ୍ତୁ । ଆପଣ ମାନେ କିଛି ମାତ୍ରାର ଚୂର୍ଣ୍ଣ ଏକ ପାତ୍ରକୁ ନିଅନ୍ତୁ ତାହା ପରେ ସେଥିରେ କିଛି ମାତ୍ରାରେ ବା ଏକ ଚାମୁଚ ମହୁ ମିଶାନ୍ତୁ ।

ଏହାକୁ ବହୁତ ଭଲ ଭାବରେ ମିକ୍ସ କରିଦିଅନ୍ତୁ । ଯଦି ଆପଣଙ୍କୁ ମଧୁମେହ ବା ଡାଇବେଟିସ ଭଳି ସମସ୍ୟା ରହିଛି ତେବେ ଆପଣଙ୍କ ସେଥିରେ ମହୁ ମିଶାନ୍ତୁ ନାହିଁ ମହୁ ବଦଳରେ ମେଥି ଗୁଣ୍ଡର ପ୍ରୟୋଗ କରନ୍ତୁ । ସକାଳେ ଆପଣ ମାନେ ଯେତେବେଳେ ଉଠିବେ ବାସି ମୁହଁରେ ବର୍ସ କରିବା ପୂର୍ବରୁ ଦୁଇରୁ ତିନି ଗ୍ଲାସ ଉଷୁମ ପାଣି ପିଅନ୍ତି ଆପଣଙ୍କୁ ଶୋଷ ଲାଗୁ ବା ନଲାଗୁ । ପାଣି ପିଇବା ପରେ ଆପଣଙ୍କର ନିତ୍ୟକ୍ରମ ସାରନ୍ତୁ ।

ତାହା ପରେ ଆପଣ ମାନେ ସେହି ମିଶ୍ରଣକୁ ଚାଟି ନିଅନ୍ତୁ । ଏହା ପରେ ଏକ କପ ଉଶୁମ ପାଣଇ ପିଇ ନିଅନ୍ତୁ । ତେବେ ଏହି କଥାର ଧ୍ୟାନ ରଖିବେ କି ଏହାର ସେବନ ପରେ 1 ଘଣ୍ଟା ପର୍ଯ୍ୟନ୍ତ କିଛି ହେଲେ ମଧ୍ୟ କାଆନ୍ତୁ ନାହିଁ । ସକାଳେ ଥରେ ଏହାର ସେବନ କରନ୍ତୁ ଏବଂ ରାତିରେ ଶୋଇବା ପୂର୍ବରୁ ଏହାର ସେବନ କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।