ବାହା ହେବାକୁ ମନା କରିବାରୁ ଅଭିନେତ୍ରୀଙ୍କୁ ଛୁରା ମାଡ଼ କଲେ ଯୁବକ । କେତେକ ହିନ୍ଦୀ ଫିଲ୍ମ ଏବଂ ଟିଭି ଧାରାବାହିକରେ କାମ କରିଥିବା ଅଭିନେତ୍ରୀ ମାଲଭି ମାଲହୋତ୍ରାଙ୍କୁ ପ୍ରାଣଘାତୀ ଆକ୍ରମଣ ହୋଇଛି । କାରଣ ସେ ବାହାଘର ପ୍ରସ୍ତାବକୁ ଖୋଲାଖୋଲି ଭାବରେ ପ୍ରତ୍ୟାଖାନ କରି ଦେବାରୁ ଯୁବକ ଜଣକ ବିଚ ରାସ୍ତାରେ ତାଙ୍କୁ ଛୁରି ଆକ୍ରମଣ କରିଥିଲେ । ଆକ୍ରମଣ ପରେ ମାଲଭି ମାଲହୋତ୍ରାଙ୍କ ମୁମ୍ବାଇର କୋକିଳାବେନ ଅମ୍ବାନି ହସ୍ପିଟାଲରେ ଚିକିତ୍ସା ଚାଲିଛି । ମାଲଭିଙ୍କର ତଳି ପେଟରେ ଏବଂ ଦୁଇ ହାତରେ ଗଭିର ଭବାରେ ଆକ୍ରଣମ ହୋଥିଲା , ସେହି କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରା ଯାିଛି । ତେବେ ଗତ ସୋମବାର ଦିନ ରାତିରେ ଏହି ଅତି ନୃସଂଶ ଘଟଣାଟି ମାଲଭିଙ୍କ ସହିତ ଘଟି ଥିଲା । କିନ୍ତୁ ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଠିକ୍ ଅଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।
ତେବେ ଏହି ଆକ୍ରମଣ କରି ଥିବା ଯୁବକଙ୍କ ନାଁ ହେଉଛି ଯୋଗେଶ କୁମାର ମହିପାଲ ସିଂହ । ଯୋଗେଶ ଗୋଟିଏ ବହୁତ ଦାମୀ କାରରେ ଆସି ମାଲଭିଙ୍କ ଉପରେ ଏହି ପରି ପ୍ରାଣଘାତୀ ଆକ୍ରମଣ କରି ବା ଛୁରା ମଡ କରି ସାରିବା ପରେ କୁଆଡେ ଗାଏବ୍ ହୋଇ ଯାଇଛନ୍ତି ।
ତେବେ ପୋଲିସର ପକ୍ଷରୁ ମିଳି ଥିବା ସୂଚନା ଅନୁସାରେ ଅଭିନେତ୍ରୀ ମାଲଭୀ ଏବଂ ଯୋଗେଶ କୁମାର ଦୁହେଁ ଦୁହିଁଙ୍କୁ ପ୍ରାୟ ଦୀର୍ଘ ଏକ ବର୍ଷ ହେଲା ଜାଣି ଥିଲେ । ତେବେ ଉଭୟଙ୍କ ମଧ୍ୟରେ ବହୁତ ଭଲ ବନ୍ଧୁତା ଥିଲା ବୋଲି ମଧ୍ୟ ମାଲଭୀ କହିଛନ୍ତି । ତେବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ, ଯଦି ଉଭୟଙ୍କ ମଧ୍ୟମରେ ଭଲ ବନ୍ଧୁତା ଥିଲା ତେବେ କଣ ପାଇଁ ଯୋଗେଶ ମାଲଭୀଙ୍କୁ ଏତେ ବଡ ଦଣ୍ଡ ଦେଲେ
କାହିକି ନାଁ ଦୁହିଁଙ୍କ ମଧ୍ୟମରେ ଥିବା ଏହି ବନ୍ଧୁତାକୁ ଯୋଗେଶ ବିବାହର ରୂପ ରେଖ ଦେବା ପାଇଁ ଚାହୁଁ ଥିଲେ ଏବଂ ଏହା ପରେ ସେ ମାଲଭୀଙ୍କୁ ସେଥିପାଇଂ ବିବାହ ପ୍ରସ୍ତାବ ମଧ୍ୟ ଦେଇଥିଲେ । କିନ୍ତୁ ମାଲଭୀ ଏହି ପ୍ରସ୍ତାବକୁ ସିଧା ସଳଖ ଭାବରେ ପ୍ରତ୍ୟାଖ୍ୟାନ କରିବା ସହିତ ଯୋଗେଶ କୁମାରଙ୍କ ସହିତ କଥାବାର୍ତ୍ତା ମଧ୍ୟ ବନ୍ଦ କରି ଦେଇଥିଲେ ।
ତେବେ ଗତ ସୋମବାର ଦିନ ଅଭିନେତ୍ରୀ ମାଲଭୀ ଦୁବାଇରୁ ଘରକୁ ଫେରିଥିଲେ । ସେତେବେଳେକୁ ରାତି ପ୍ରାୟ 9 ଟା ବେଳେ ଉତ୍ତର ମୁମ୍ବାଇର ଭେରସୋଭା ଅଞ୍ଚଳରେ ଥିବା ଗୋଟିଏ କାଫେରୁ ସେ ଘରକୁ ଯାଉଥିବା ବେଳେ ଯୋଗେଶ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ପ୍ରଥମେ ଯୋଗେଶ ଅଡି କାର୍ ଧରି ମାଲଭିଙ୍କ ବାଟ ଓଗାଳିଥିଲେ। ଏହାପରେ ସେ କାହିଁକି ତାଙ୍କ ସହ କଥାବାର୍ତ୍ତା କରୁନାହାନ୍ତି ବୋଲି ପ୍ରଶ୍ନ କରିଥିଲେ।
ଏହାର ଜବାବରେ ମାଲଭି କହିଥିଲେ ଯେ “ମୁଁ ତୁମ ସହ କଥା ହେବାକୁ ଚାହୁଁନାହିଁ। କ’ଣ ପାଇଁ ମୋ ରାସ୍ତା ଅଟକାଉଛ? ଦୟା କରି ମୋ ପିଛା କରାନାହିଁ।”ଏସବୁ ଶୁଣି ସାରିବା ପରେ ଯୋଗେଶ ରାଗି ଯାଇଥିଲେ ଏବଂ ମାଲଭିଙ୍କ ଉପରେ 3ଥର ଛୁରୀରେ ଆକ୍ରମଣ କରିଥିଲେ । ଏବେ ପୁଲିସ୍ ମାଲଭିଙ୍କ ଅଭିଯୋଗକ୍ରମେ ମାମଲା ରୁଜୁ କରି ଯୋଗେଶଙ୍କୁ ଗିରଫ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।