ବାହା ହେଲେ କାଜଲ; ଦୁଲ୍‌ହନ୍‌ ବେଶରେ ଫଟୋ ସେୟାର କରି ଲେଖିଲେ, ଝଡ଼ ପୂର୍ବରୁ…ପୁରା କାହାଣୀ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ…

ଆପଣ ମାନେ ନିଶ୍ଚୟ ସାଉଥ ଫିଲ୍ମ ଦେଖିବା ବହୁତ ପସନ୍ଦ କରୁଥିବେ । ତେବେ ସାଉଥରେ ଅଭିନୟ କରୁଥିବା ହିରୋଇନ ମାନଙ୍କୁ ମଧ୍ୟ ବହୁତ ଭଲ ଭାବରେ ଜାଣିଥିବେ । ଏମାନେ ବଲିଉଡର ହିରୋଇନ ମାନଙ୍କ ଠାରୁ କୌଣସି ରୂପରେ ଗୁଣରେ ତଥା ସୁନ୍ଦରତାରେ ମଧ୍ୟ କମ୍ ନୁହଁନ୍ତି । ସବୁ ସମୟରେ ସାଉଥ ଫିଲ୍ମର ହିରୋଇନ ମାନେ ଚର୍ଚ୍ଚାରେ ରହିଥାନ୍ତି । ଆମେ ଆଜି ଆପଣ ମାନଙ୍କୁ ସାଉଥର ଫେମସ ତଥା ନାମୀଦାମୀ ଅଭିନେତ୍ରୀଙ୍କ କାଜଲ ଅଗ୍ରୱାଲଙ୍କ ବିଷୟରେ କିଛି କହିବାକୁ ଯାଉଛୁ । ଯିଏକି ବର୍ତ୍ତମାନ ତେଲଗୁ, ତାମିଲ ଏବଂ ହିନ୍ଦିରେ ମଧ୍ୟ ଫିଲ୍ମ କରୁଛନ୍ତି ।

ତେବେ ସାଉଥର ଫେମସ୍ ତଥା ନାମୀଦାମୀ ଅଭିନେତ୍ରୀ କାଜଲ ଅଗ୍ରୱାଲ୍‌ ଗତ ଶୁକ୍ରବାର ଦିନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । କାଜଲ ମୁମ୍ବାଇର ଗୋଟିଏ ହୋଟେଲରେ ତାଙ୍କ ବୟଫ୍ରେଣ୍ଡ୍‌ ଗୌତମ କିଚଲୁଙ୍କୁ ହିଁ ବିବାହ କରିଛନ୍ତି ।

ତେବେ ମହାମାରୀ କୋରନା ଯୋଗୁଁ ଏହି ବିବାହରେ ବହୁତ କମ୍‌ ଲୋକ ଯୋଗ ଦେଇଥିଲେ । କେବଳ ଉଭୟ ପରିବାର ବର୍ଗଙ୍କ ଉପସ୍ଥିତିରେ ଏହି ବିବାହ ସମ୍ପନ୍ନ ହୋଇଥିଲା । ତେବେ ଏହାର କିଛି ଫୋଟ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ ରହିଛି । କାଜଲ ଏବଂ ଗୌତମ ବରମାଳା ପିନ୍ଧିଥିବା ଫଟୋ ଏବେ ସାମ୍ନାକୁ ଆସିଛି । ଫଟୋରେ ଦୁହେଁ ବହୁତ ‌ ଖୁସିଥିବା ନଜର ଆସିଛି । ତେବେ ଦୁହିଂଙ୍କ ସଂପର୍କକୁ ନେଇ କିଛିଦିନ ହେବ ସେମାନେ ବେଶ୍ ଚର୍ଚ୍ଚାରେ ଥିଲେ ।

କାଜଲ ୱେଡିଂ ଲେହେଙ୍ଗାରେ ବହୁତ ‌ ସୁନ୍ଦର ଦେଖା ଯାଉଥିବା ବେଳେ ମୁଣ୍ଡରେ ଏକ ସୁନାର ମଥା ପଟ୍ଟୀ ପିନ୍ଧିଥିଲେ । ଫୋଟରେ ଆହୁରି ମଧ୍ୟ ଦେଖିବାକୁ ମିଳିଛି ଯେ ଗୌତମ ମଧ୍ୟ ଏକ ସୁନ୍ଦର ଶେର୍‌ୱାନି ପିନ୍ଧିଥିଲେ ଏବଂ ଯେଉଂଥିରେ ସେ ପୂରା ଜଣେ ରାଜା ପରି ମନେ ହେଉଥିଲେ ।

ବିବାହ ପୂର୍ବରୁ କାଜଲଙ୍କ ସଙ୍ଗୀତ, ମେନ୍ଦେନ୍ଦୀ ଏବଂ ହଳଦୀ ସେରେମୋନି ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଥିଲା । ଏହାସହିତ ଅଭିନେତ୍ରୀ କାଜଲ ମଧ୍ୟ ବିବାହ ପୂର୍ବରୁ ଦୁଲ୍‌ହନ୍‌ ବେଶରେ ଏକ ଫଟୋ ଇନ୍‌ଷ୍ଟାଗ୍ରାମରେ ଶେଆର କରି ଲେଖିଥିଲେ, ‘ଝଡ଼ ପୂର୍ବରୁ ଶାନ୍ତ’।

ତେବେ କାଜଲଙ୍କ ସ୍ବାମୀ ଗୌତମ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଅଟନ୍ତି । ଅଭିନେତ୍ରୀ କାଜଲ ଅଗ୍ରୱାଲ କିଛି ଦିନ ପୂର୍ବରୁ ତାଙ୍କର ବିବାହକୁ ନେଇ ସୋସିଆଲ ମିଡିଆରେ ଶେଆର କରିଥିଲେ । ସେ କହିଥିଲେ ଯେ, “ଏହା ମୋତେ କହିବାକୁ ଖୁସି ଲାଗୁଛି ଯେ ମୁଁ ଆସନ୍ତା ଅକ୍ଟୋବର ମାସ 30 ତାରିଖରେ ଗୌତମ କିଚଲୁଙ୍କୁ ବିବାହ କରିବାକୁ ଯାଉଛି ।

ଏହି ବିବାହ କେବଳ ପରିବାର ଗହଣରେ ମୁମ୍ବାଇରେ ଅନୁଷ୍ଠିତ ହେବ। କରୋନା ଆମର ଖୁସି ଛଡ଼ାଇ ନେଇଛି କିନ୍ତୁ ଆମେ ପୁଣି ଥରେ ସୁନ୍ଦର ଜୀବନ ଆରମ୍ଭ କରିବୁ। ଏହି ଅବସରରେ ଆପଣମାନେ ଆମକୁ ହୃଦୟର ସହ ଉତ୍ସାହିତ କରିବେ ବୋଲି ମୋର ଆଶା ।”


ସୂଚନାଯୋଗ୍ୟ , ଅଭିନେତୀ କାଜଲ ପ୍ରଥମେ ତାମିଲ ଏବଂ ତେଲୁଗୁ ସିନେମାରେ ଅଭିନୟ ଆରମ୍ଭ କରିଥିଲେ। ପରେ ବଲିଉଡ୍‌ରେ ଫିଲ୍ମ ସିଙ୍ଘମ ଓ ସ୍ପେଶାଲ-26ରେ କାମ କରିଥିଲେ । ଏହାସହିତ ଗୌତମ କିଚ୍‌ଲୁ ହୋମ୍‌ ଇଣ୍ଟେରିୟର ଡିଜାଇନ୍‌ ଲେବଲ୍‌ ଡିସସର୍ଣ୍ଣ ଲିଭିଂର ପ୍ରତିଷ୍ଠାତା ଭାବରେ ପରିଚିତ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment