Odisha News Portal

ବାହାଘରର 8 ମାସ ପରେ ଗର୍ଭବତୀ ହେଇଥିବା ପତ୍ନୀ ସହ ଯବାନ ସ୍ଵାମୀ କରିଲେ ଏହିଭଳି ବ୍ୟବହାର, ! ତା ପରେ ଯାହା ହେଲା ଜାଣିଲେ ଆଶ୍ଟର୍ଯ୍ୟ ହେବ…..

0 5

ଆଜି ବି ଆମ ସମାଜରେ ଅନେକ କୁପ୍ରଥା, ଅନ୍ଧ ବିଶ୍ବାସ ସମାଜରେ ମୁଣ୍ଟ ଟେକି ଆମ ଆଗରେ ଗୋଟିଏ ପାହାଡ ସଦୃଶ୍ୟ ସମସ୍ୟା ହୋଇ ଛିଡା ହୋଇଛି । ଆଉ ସେହିଥିରୁ ମଧ୍ୟ ବାଦ ପଡିନାହିଁ ଯୌତୁକ ଭଳି ଏକ ବିରାଟକାୟ କୁପ୍ରଥାରୁ ତଥା କୁସଂସ୍କାର । ଆଜି ବି ଆମ ସମାଜରେ ଲୋକମାନେ ଯୌତୁକୁ ନିର୍ଯ୍ୟାତନା ଦେବା ପାଇଁ ଟିକେ ହେଲେ ବି ପଛଘୁଞ୍ଚା ଦେଉ ନାହାଁନ୍ତି । ତେବେ ଯୌତୁକ ଏକ ଏମିତି କୁପ୍ରଥା ଅଟେ ଯାହାକି ସମାଜ ପାଇଁ ଏକ ଅଭିଶାପ ସମାନ ଅଟେ । ଭାରତୀୟ ଆଇନ ଅନୁସାରେ ଯୌତୁକ ନେବା ଏବଂ ଯୌତୁକ ଦେବା ଅପରାଧ ଅଟେ । କିନ୍ତୁ ଏହା ସତ୍ତ୍ୱେ ବି ଲୋକମାନେ ଯୌତୁକ ଦେବାକୁ ଖରାପ ଭାବନ୍ତି ନାହିଁ କିମ୍ବା ନେବାକୁ ମଧ୍ୟ ସଂକୋଚ କରନ୍ତି ନାହିଁ । ଆଜି ଆମେ ଯୌତୁକ ସମ୍ବନ୍ଧିତ ଏକ ଆଶ୍ଚର୍ଯ୍ୟକର ଘଟଣା ବିଷୟରେ ଆପମଙ୍କୁ ଜଣାଇବୁ । ଘଟଣାଟି ଗୁରଦାସପୁରର ଘଟିଛି ।
ଗ୍ରାମର ସରପଞ୍ଚଙ୍କ ହରପ୍ରୀତ ସିଂହଙ୍କ ଅନୁସାରେ ତାଙ୍କର ଦାଦା ହରଜୀତ ସିଂହଙ୍କର ଝିଅ ମନଜୀତ କୌରର ବାହାଘର 22 ଅକ୍ଟୋବର 2017ରେ ସିମରନ ସହିତ ହୋଇଥିଲା । ବାହଘର ସମୟରେ ମନଜୀତଙ୍କ ପିତା ନିଜ ହିସାବରେ ପୁଅବାଲାଙ୍କୁ ଯୌତୁକ ଦେଇଥିଲେ । ଯୌତୁକ ନେବା ପରେ ପୁଅବାଲା ବାହାଘର ପାଇଁ ରାଜି ହୋଇଗଲେ ।

ବାହାଘର ସମ୍ପନ୍ନ ହେବାର କିଛି ଦିନ ପରେ ହିଁ ଶାଶୁଘର ଲୋକ ତାକୁ ପୁଣିଥରେ ଯୌତୁକ ପାଇଁ ପ୍ରତାଡିତ କରିବାକୁ ଲାଗିଲେ ଏବଂ ନିର୍ଯ୍ୟାତନା ଦେଉଥିଲେ । ମନଜୀତଙ୍କ ପିତାଙ୍କ କହିବା ଅନୁଯାୟୀ ବିବାହ ପରଠାରୁ ହିଁ ମନଜୀତର ଶାଶୁଘର ଲୋକ ତାଙ୍କୁ ଫୋନ କରି କହୁଥିଲେ କି ନିଜ ଝିଅକୁ ଫେରାଇ ନିଅ ନଚେତ୍ ଯୌତୁକ ବାବଦରେ ଟଙ୍କା ଏବଂ ଆମର ଦାବିକୁ ପୁରୂଣ କର ।

 


ସବୁଠାରୁ ବଡ କଥା ହେଉଛି ମନଜୀତର ସ୍ଵାମୀ ଭାରତୀୟ ସେନାରେ କାର୍ଯ୍ୟରତ ଅଟନ୍ତି ।ଏହା ସତ୍ତ୍ୱେ ସେ ନିଜର ପତ୍ନୀ ଏବଂ ତାଙ୍କ ପିତାଙ୍କୁ ଯୌତୁକ ପାଇଁ ବାଧ୍ୟ କରୁଥିଲେ । ପଡୋଶୀଙ୍କ ଅନୁସାରେ ମନଜୀତର ସ୍ଵାମୀ ଦୁଇଦିନ ପୂର୍ବେ ହିଁ ନିଜ ଘରକୁ ଆସିଥିଲେ । ଘରକୁ ଆସିବା ପରେ ପତ୍ନୀ ସହ ଝଗଡା ଏବଂ ମାରପିଟ କରି ସେ ପୁଣିଥରେ ନିଜ ଡ୍ୟୁଟିକୁ ଫେରିଯାଇଥିଲେ । ଆଉ ତାପର ଦିନ ମନଜୀତ ନିଜ ବାପଘରକୁ ଫୋନ କରି କହିଥିଲେ ଯେ ଶାଶୁଘର ଲୋକ ତାଙ୍କୁ ମାରପିଟ କରୁଛନ୍ତି । ଯଦି ତାଙ୍କୁ ଶିଘ୍ର କୌଣସି ସାହାର୍ଯ୍ୟ ନମିଳେ ତାହେଲେ ସେମାନେ ତାଙ୍କୁ ଜୀବନରୁ ମାରିଦେବେ ।

ଆଉ ଏହା ଶୁଣିବା ମାତ୍ରେ ହିଁ ମନଜୀତଙ୍କ ବାପା ତାର ଶାଶୁଘରେ ଯାଇ ପହଞ୍ଚିଲେ କିନ୍ତୁ ସେଠାରେ ଝିଅ ନୁହେଁ ଝିଅର ଶବ ତାର ଶାଶୁଘରର ଲବିରେ ପଡିଥିଲା । ଏହାପରେ ସେ ଏହି ଘଟଣାର ସୂଚନା ପୋଲିସକୁ ଦେଲେ । ପୋଲିସ ସେଠାରେ ପହଞ୍ଚି ମନଜୀତର ଶାଶୁଘର ବିରୁଦ୍ଧରେ ମାମଲା ଜାରି କରିଛନ୍ତି । କୁହାଯାଉଛି କି ବର୍ତ୍ତମାନ ମନଜୀତର ଶାଶୁଘର ଲୋକମାନେ ଫେରାର ହୋଇଯାଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।