Odisha News Portal

ଯେଉଁ ଝିଅଙ୍କର ଶରୀର ରେ ଥାଏ ଏହି ଚିହ୍ନ ସେମାନେ ହୋଇଥାନ୍ତି ଭାଗ୍ୟଶାଳୀ ଏବଂ ସୌଭାଗ୍ୟବତୀ….

ଭାଗ୍ୟଶାଳୀ ନାରୀର ଶରୀରରେ ଥାଏ ଏହି ଚିହ୍ନ । ଆମ ହିନ୍ଦୁ ଧର୍ମରେ ସ୍ତ୍ରୀ ମାନଙ୍କୁ ଘରର ଲକ୍ଷ୍ମୀ ମନାଯାଇଥାଏ । ଏଥିପାଇଁ ଯଦି ଘରେ ଝିଅ ଜନ୍ମ ହୁଏ ତେବେ କୁହାଯାଏ ଘରକୁ ଲକ୍ଷ୍ମୀ ଆସିଲେ ଏବଂ ସେହି ଝିଅ ବଡ ହେବା ପରେ ଯେବେ ତାର ବିବାହ ହୋଇଥାଏ ତେବେ କୁହାଯାଏ ଘରକୁ ବୋହୂ ରୂପରେ ଲକ୍ଷ୍ମୀ ଆସିଲେ । ଏହି ସବୁ କଥାରୁ ଆପଣ ଜାଣି ପାରୁଥିବେ କି ଘରର ସ୍ତ୍ରୀ ମାନଙ୍କୁ ଲକ୍ଷ୍ମୀ ସ୍ବରୂପ ମାନାଯାଏ । ଦେଖିବାକୁ ଗଲେ ପ୍ରତ୍ୟେକ ଝିଅ ନିଜ ବାପା ମାଁଙ୍କ ପାଇଁ ସୌଭାଗ୍ୟ ନେଇ ଆସିଥାନ୍ତି । କିନ୍ତୁ ସାମୁଦ୍ରିକ ଶାସ୍ତ୍ରରେ ସୌଭାଗ୍ୟଶାଳୀ ନାରୀ ମାନଙ୍କ ବିଷୟରେ କିଛି ଖାସ୍ କଥା କୁହାଯାଇଛି ।

ଏହି ଦୁନିଆରେ ନାରୀର ବଡ ଭୂମିକା ରହିଥାଏ, କାରଣ ଗୋଟିଏ ନୂଆ ଜୀବନକୁ ଜନ୍ମ ଦେବାରେ ମୂଳ ଆଧାର ନାରୀ ,ହୋଇଥାଏ ଏବଂ ମାତା ଲକ୍ଷ୍ମୀ ସେହି ଘରେ ବାସ କରନ୍ତି ଯେଉଁ ଘରେ ନାରୀ ମାନଙ୍କର ସମ୍ମାନ କରାଯାଏ । ଏଥିପାୀଇଁ ଆଜି ଆମେ ଏହି ଲେଖା ମାଧ୍ୟମରେ ନାରୀ ମାନଙ୍କର ଶରୀରରେ ଥିବା କିଛି ଚିହ୍ନ ଏବଂ ଲକ୍ଷଣ ବିଷୟରେ ଜଣାଇବୁ । ଯାହାଦ୍ବାରା ଆପଣ ଭାଗ୍ୟଶାଳୀ ନାରୀ ମାନଙ୍କୁ ଜାଣିପାରିବେ ।

1. ଚିକ୍କଣ ନଖ –

ଆପଣ ମାନେ ଦେଖିଥିବେ କି ବହୁତ ସାରା ନାରୀ ମାନଙ୍କର ନଖ ସୁନ୍ଦର ଏବଂ ଚିକ୍କଣ ହୋଇଥାଏ । ସେହି ନାରୀ ମାନେ ସୁନ୍ଦର ସ୍ବାସ୍ଥ୍ୟ ଏବଂ ଭଲ ଚରିତ୍ରବାଲି ହୋଇଥାନ୍ତି । ଏମାନେ ନିଜ ସ୍ବାମୀର ସବୁ ସୁଖଦୁଃଖକୁ ବୁଝି ପାରିଥାନ୍ତି ଏବଂ ସବୁ ପରିସ୍ଥିତିରେ ନିଜ ସ୍ବାମୀଙ୍କ ସହିତ ରହିଥାନ୍ତି । ଏପରି ନାରୀ ମାନେ ନିଜ ପରିବାର ଏବଂ ସ୍ବାମୀ ପାଇଁ ବହୁତ ଭାଗ୍ୟାଶାଳୀ ହୋଇଥାନ୍ତି ।

2. ବାମ ଗାଲରେ କଳା ଜାଇ-

ଯେଉଁ ନାରୀ ମାନଙ୍କର ବାମ ଗାଲରେ କଳା ଜାଇ ଥାଏ , ସେମାନେ ଖାଦ୍ୟପ୍ରିୟ ହୋଇଥାନ୍ତି । ଏହାସହିତ ନିଜ ପରିବାରର ଠିକ୍ ଭାବରେ ଧ୍ୟାନ ରଖିଥାନ୍ତି । ଏମାନେ ଖାଦ୍ୟପ୍ରିୟ ହେବା କାରଣରୁ ସ୍ବାଦିଷ୍ଟ ରୋଷେଇ ମଧ୍ୟ କରିଥାନ୍ତି । ଯାହାଦ୍ବାରା ପରିବାର ଲୋକ ସେମାନଙ୍କ ଉପରେ ଖୁସି ରହିଥାନ୍ତି ।

3. ନାରୀ ମାନଙ୍କର ନାକ ଲମ୍ବା –

ଯେଉଁ ନାରୀ ମାନଙ୍କର ନାକ ଲମ୍ବା ହୋଇଥାଏ, ସେମାନେ ସବୁ ପରିସ୍ଥିତିର ସାମ୍ନା କରିଥାନ୍ତି । ଏମାନଙ୍କୁ ଖର୍ଚ୍ଚ କରିବାକୁ ଅଧି୍କ ପସନ୍ଦ ହୋଇଥାଏ । କିନ୍ତୁ ଏମାନେ ଖର୍ଚ୍ଚ କରିଥିବା ଟଙ୍କା ବେକାର ହୋଇନଥାଏ । ଏଥିପାଇଁ ଏମାନଙ୍କ ପାଖରେ ଲକ୍ଷ୍ମୀ ରହିଥାନ୍ତି ।

4. ଆଙ୍ଗୁଳି ଲମ୍ବା

ଯେଉଁ ନାରୀ ମାନଙ୍କର ଆଙ୍ଗୁଳି ଲମ୍ବା ହୋଇଥାଏ, ସେମାନେ ଅଧିକ ବୁଦ୍ଧିମାନ ହୋଇଥାନ୍ତି । ପଢିବା ଲେଖିବାରେ ମାହିର ହୋଇଥାନ୍ତି । କେବେ ବି ଫାଲତୁ ଖର୍ଚ୍ଚ କରିନଥାନ୍ତି ବରଂ ନିଜର ବୁଦ୍ଧି ବଳରେ ସେହି ପଇସାକୁ ଦୁଇଗୁଣା କରିଥାନ୍ତି ।
5. ବଡ ଆଖି-
ଯେଉଂନାରୀ ମାନଙ୍କର ବଡବଡ ଆଖି ଥାଏ, ସେହି ନାରୀମାନେ ସମସ୍ତଙ୍କର ପସନ୍ଦ ହୋଇଥାନ୍ତି । କାରଣ ବଡବଡ ଆଖି ଥିବା ନାରୀ ମାନଙ୍କର ଜୀବନରେ ସୁଖ ଏବଂ ପ୍ରେମ ସବୁବେଳେ ରହିଥାଏ । ଯାହାଦ୍ବାରା ସେମାନଙ୍କୁ ଜୀବନରେ କେବେ ବି କୋଣସି ଜିନିଷର କମି ହୋଇନଥାଏ ।

6. ନାକ ପାଖରେ କଳାଜାଇ –
ଯେଉଁ ନାରୀମାନଙ୍କର ନାକରେ କଳାଝାଇ ଥାଏ ସେମାନଙ୍କୁ ଅଧିକ ଭାଗ୍ୟଶାଳୀ ମାନାଯାଏ । ଏମାନେ ଯାହାବି ଚାହିଁଥାନ୍ତି ସେ ସବୁ ସେମାନଙ୍କୁ ମିଳିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।