Odisha News Portal

ବିବାହ ପୂର୍ବରୁ କନ୍ୟା ର ଅଣ୍ଟା ଭାଙ୍ଗି ଯାଇଥିଲେ ମଧ୍ୟ ଷ୍ଟ୍ରେଚରରେ କନ୍ୟା ମଥାରେ ସିନ୍ଦୁର ଦେଲେ ବର ! ଭାଗ୍ୟ ରେ ଥିଲେ ଏମିତି ସ୍ୱାମୀ ମିଳେ । ଏହି ଯୋଡି ପାଇଁ ଗୋଟେ ସେୟାର ନିଶ୍ଚିତ କରନ୍ତୁ…

କହିବାକୁ ଗଲେ ତ ଆଗ କାଳର ପତିପତ୍ନୀଙ୍କ ସଂପର୍କ ପରି ଆଉ ଆଜିର ସମାଜରେ ପତିପତ୍ନୀଙ୍କ ସଂପର୍କ ନାହିଁ । ବର୍ତ୍ତମାନ ସମୟରେ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ଧୀରେ ଧୀରେ ବିଶ୍ୱାସ ମାତ୍ରା କମିବାରେ ଲାଗିଛି କାରଣ ଜଣେ ଜଣଙ୍କ ସହିତ ବିଶ୍ୱାସ ଘାତକ କାର୍ଯ୍ୟ କରୁଛନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ଘଟଣା ବିଷୟ ରେ କହିବାକୁ ଯାଉଛୁ ତାହା ଜାଣିବା ପରେ ଆପଣ ମାନଙ୍କ ସ୍ବାମୀ ସ୍ତ୍ରୀ ସଂପର୍କରେ ବିଷୟରେ ଆହୁରି ଅଧିକ ବିଶ୍ବାସ ତଥା ଭରଷା ଆସିଯିବ ।

ତେବେ କୁହାଯାଏ କି ବିବାହ ବନ୍ଧନ ଠାରୁ ପବିତ୍ର ବନ୍ଧନ ଆଉ କିଛି ନୁହେଁ । ବିବାହ ପରେ ସ୍ବାମୀ ସ୍ତ୍ରୀ ଉଭୟ ଉଭୟଙ୍କର ସୁଖ ଦୁଃଖର ସାଥି ହୋଇ ଥାଆନ୍ତି । ତେବେ ଆଜି ଆମେ ଏମିତି ଏକ ଘଟଣା ବିଷୟରେ ଜାଣିବା ଯେଉଁଠି ବିବାହ ପୂର୍ବରୁ ମଧ୍ୟ ଦୁହେଁ ଦୁହିଁଙ୍କ ସୁଖଦୁଃଖ ସାଥି ହୋଇ ରହିଛନ୍ତି । ଘଟଣାଟି ଘଟିଛି ଉତ୍ତରପ୍ରଦେଶରେ ।


ଉତ୍ତରପ୍ରଦେଶ ପ୍ରତାପଗଡ କୁଣ୍ଡା ଅଞ୍ଚଳରେ ରହୁଥିବା ଆରତୀ ମୋର୍ଯ୍ୟଙ୍କ ବାହାଘର ପାଖରେ ଥିବା ଏକ ଗାଁର ଅବଧେଶଙ୍କ ସହ ଠିକ ହୋଇଥିଲା । ଉଭୟଙ୍କର ଆରେଞ୍ଜ ମ୍ୟରେଜ୍ ଥିଲା ଆଉ ଉଭୟଙ୍କ ପରିବାର ଏହି ବାହାଘରରେ ବହୁତ୍ ଖୁସିଥିଲେ । ବିବାହ ପାଇଁ ଉଭୟ ପକ୍ଷରୁ ଧୁମ୍ ଧାମରେ ପ୍ରସ୍ତୁତି ଆରମ୍ଭ ହୋଇ ଥିଲା । ଡିସେମ୍ବର 8 ତାରିଖରେ ଥିଲା ବିବାହ କିନ୍ତୁ ଏହି ସମୟରେ ଘଟି ଗଲା ଏକ ଦୁର୍ଘଟଣା ।

ତେବେ ଅପରାହ୍ନ 1 ଘଟିକା ସମୟରେ ଆରତୀ ଜଣେ ଶିଶୁକୁ ବଞ୍ଚାଇବା ପାଇଁ ଯାଇ ଛାତ ଉପରୁ ତଳକୁ ପଡିଗଲେ । ଏତେ ଉଚ୍ଚତାରୁ ତଳକୁ ପଡି ଯିବାରୁ ତାଙ୍କର ଅଣ୍ଟା ହାଡ ଭାଙ୍ଗିଗଲା ଏବଂ ଗୋଡ ହାଡ଼ ସମେତ ଶରୀରର ଅନ୍ୟ ଜାଗାରେ ମଧ୍ୟ ବହୁତ୍ କ୍ଷତି ହୋଇଥିଲା। ଏହାପରେ ଆରତୀଙ୍କୁ ପରିବାର ଲୋକେ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନେଇ ଯାଇଥିଲେ କିନ୍ତୁ ସେଠାରେ ତାଙ୍କର ଚିକିତ୍ସା ହୋଇ ପାରିନଥିଲା । ଫଳରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।


ସବୁଠାରୁ ବଡ କଥା ହେଉଛି ଆରତୀଙ୍କ ପରିବାର ଲୋକଙ୍କ ଚିନ୍ତା ଥିଲା ବିବାହକୁ ନେଇ । କିନ୍ତୁ ଅବଧେଶ ଯେତେବେଳେ ଏହି ସବୁ କଥା ଶୁଣିଲେ ସେ ସବୁ ପରେ ମଧ୍ୟ ଆରତୀଙ୍କୁ ନିଜ ପତ୍ନୀ ଭାବେ ସ୍ୱିକାର କରିବା ପାଇଁ ରାଜି ଥିଲେ । ଖାଲି ସେତିକି ନୁହେଁ ପୂର୍ବରୁ ଧାର୍ଯ୍ୟ ଥିବା ସମୟରେ ବିବାହ କରିବେ ବୋଲି ସେ ଜିଦ୍ ଧରି ବସିଲେ । ବାହାଘର କୌଣସି ସ୍ଥିତିରେ ବି ସ୍ଥଗିତ ହେବନାହିଁ ବୋଲି ସେ ସଫା ସଫା କହିଦେଲେ। ସେ ନିଜ ପତ୍ନୀଙ୍କୁ ତାଙ୍କର ସମସ୍ୟା ସମୟରେ ସାହାରା ଦେଇ ତାଙ୍କ ସେବା କରିବାକୁ ଚାହୁଁଛନ୍ତି ବୋଲି କହିଥିଲେ ।

ଏହାପରେ ଡାକ୍ତରଙ୍କ ଠାରୁ ଅନୁମତି ଆଣି ଆରତୀଙ୍କୁ ବାହାଘର ଧାର୍ଯ୍ୟ ସମୟରେ ଘରକୁ ଅଣା ହେଲା । ଆଶ ସବୁ ରୀତିନୀତି ଅନୁସାରେ ବିବାହ ସମ୍ପନ୍ନ ହେଲା । ସବୁ ଝିଅ ପରି ଆରତୀ ମଧ୍ୟ ନିଜ ବାପଘରୁ ବିଦା ହେଲେ କିନ୍ତୁ ଶାଶୁଘରକୁ ନୁହେଁ ବରଂ ହସ୍ପିଟାଲକୁ । ସୂଚନା ଅନୁସାରେ ଆରତୀଙ୍କର ପରଦିନ ଅପରେସନ ଥିଲା ଯେଉଁଠି ଅବଧେଶଙ୍କ ସ୍ୱାମୀ ହିସାବରେ ଦସ୍ତଖତ କରିଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।