Odisha News Portal

ହେ ଭଗବାନ !! ଭୟଙ୍କର ରୁପ ନେଇ ମାଡ଼ି ଆସୁଛି”ନିଭାର” 5 ଟି ଜିଲ୍ଲା କୁ ହାଇ ଆଲର୍ଟ ଜାରି କଲା ପାଣିପାଗ ବିଭାଗ !

ପାଣିପାଗକୁ ନେଇ ଆସିଲା ବଡ ଖବର ।ଭୀଷଣ ବାତ୍ୟାର ରୂପ ନେଉଛି ” ନିଭାର ” । ସମୁଦ୍ର ମଧ୍ୟରେ ବଳ ଗୋଟାଇ ବଳଶାଳୀ ହେଛିଛି ବାତ୍ୟା ନିଭାର । 7 ଟି ଜିଲ୍ଲାରେ ବନ୍ଦ ହେଲା ବସ ସେବା । ସରକାରୀ ଅଫିସ ଏବଂ କାର୍ଯ୍ୟାଳୟ ଗୁଡିକୁ ଛୁଟି ଘୋଷଣା । ଜାରି ହେଲା 144 ଧାରା । ତେବେ ଚାଲନ୍ତୁ ଜାଣିନେବା ଏହି ଖବର ବିଷୟରେ ସଂମ୍ପୂର୍ଣ୍ଣ ତଥ୍ୟଟି ଏହି ଲେଖା ମାଧ୍ୟମରେ । ଭୀଷଣ ବାତ୍ୟାର ରୂପ ନେଉଛି ନିଭାର । 25 ତାରିଖ ଅପରାହ୍ନରେ ତାମିଲନାଡୁ ଏବଂ ପୁଡୁଚେରୀ ଉପକୂଳ ଅତିକ୍ରମ କରିବା ପରେ ପବନର ବେଗ 100-110 କିଲୋମିଟର ମଧ୍ୟରେ ରହିବ । ତେବେ ସମୟେ ସମୟରେ 120 କିଲୋମିଟର ବେଗରେ ବପନର ଝଟକା ମଧ୍ୟ ଅନୁଭୂତ ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ତେବେ ବାତ୍ୟାକୁ ଆଖି ଆଗରେ ରଖି ଏବେ ତାମିଲନାଡୁର 7 ଟି ଜିଲ୍ଲାରେ ବସ୍ ସେବା ବନ୍ଦ କରି ଦିଆ ଯାଇଛି । 7 ଟି ଜିଲ୍ଲା ମଧ୍ୟରେ ରହିଛନ୍ତି କୁଡାଲାର ନାଗାପଟନମ୍, ଥାନଞ୍ଜାଭୁର, ତିରୁଭରୁଟ, ଭିଲୁପୁରମ, ଚେଙ୍ଗାଇପାଟୁ ଏବଂ ପୁଡୁକୋଟାଇ । ଏହା ସହ ବାତ୍ୟା ସମୟରେ କୌଣସି ପ୍ରକାର ପରିସ୍ଥିତର ମୁକାବିଲା ପାଇଁ NDRF ଟିମ୍ କୁ ନିୟୋଜିତ କରା ଯାଇଛି ।


ତାମିଲନାଡୁ ଓ ପୁଡୁଚେରୀରେ ବାତ୍ୟା ମୁକାବିଲା ପାଇଁ 30 ଟି NDRF ଟିମ୍ କୁ ନିୟୋଜିତ କରା ଯାଇଛି । କେନ୍ଦ୍ର ର ନିର୍ଦ୍ଦେଶକ ଏଚ୍ ଆର୍ ବିଶ୍ବାସ କହିଛନ୍ତି କି ଗତ କାଲି ବଙ୍ଗୋପସାଗରରେ ସୃଷ୍ଟି ହେୋଇ ଥିବା ଲଘୁଚାପ ବଳୟ ଟି ଆଜି ଘନିଭୂତ ହୋଇ ଅବପାତର ରୂପ ନେଇଛି । ଏହା ଧିରେ ଧିରେ ଉତ୍ତର-ପଶ୍ଚିମ ଆଡକୁ ଗତି କରୁଛି ।

ଆସନ୍ତା 24 ଘଣ୍ଟାରେ ଏହା ଅଧିକ ଘନିଭୂତ ହୋଇ ବାତ୍ୟାର ରୂପ ନେବା ସହିତ ସ୍ଥଳ ଭାଗ ଛୁଇଁବ । 25 ତାରିଖ ଅପରାହ୍ନ ସୁ୍ଦ୍ଧା କଡାଇକାଲ ଓ ମାମଲାପୁରମ୍ ମଧ୍ୟ ଦେଇ ଭୀଷଣ ବାତ୍ୟା ରୂପରେ ତାମିଲନାଡୁ ଏବଂ ପୁଡୁଚେରୀ ଉପକୂଳ ଦେଇ ଅତିକ୍ରମ କରିବ । ଏଥିପାଇଁ ପୁଡୁଚେରୀରେ ନଭେମ୍ବର 26 ତାରିଖ ପର୍ଯ୍ୟନ୍ତ 144 ଧାରା ଜାରି କରାଯାଇଛି ।

ବାତ୍ୟା ନିଭାରକୁ ଦୃଷ୍ଟିରେ ରଖି ପୁଡୁଚେରୀରେ ଏହି 144 ଧାରା ଜାରି କରା ଯାଇଛି । ଏଥିସହିତ ବାତ୍ୟା ନିଭାର ପାଇଂ ଦିନିକିଆ ସରକାରୀ ଛୁଟି ଘୋଷଣା କରିଛନ୍ତି ତାମିନାଡୁ ସରକାର । ବାତ୍ୟା ନିଭାର ପାଇଁ ସତର୍କତା ପଦକ୍ଷେପ ମୂଳକ ସ୍ବରୂପ ରାଜ୍ୟ ସରକାର ଏହି ଛୁଟି ଘୋଷଣା କରିଛନ୍ତି । ଓଫନ୍ ପରେ ଅତି ଭୟଙ୍କର ଏବଂ ଅତି ଶକ୍ତିସାଳୀ ବାତ୍ୟା ହେଉଛି ନିଭାର । ଓଫାନ୍ ଠାରୁ ବି ଅଧିକ ଭୟଙ୍କର ତାଣ୍ଡବ ରଚିବ ବୋଲି ଆଶା କରା ଯାଉଛି ଏହି ଭୟଙ୍କର ବାତ୍ୟା ନିଭାର ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।