Odisha News Portal

ଏଥର ବାହାଘର ରେ ବାଜିବ DJ ! ବାହାଘର ପ୍ରସେସନ୍ ଉପରେ ଲାଗୁ କରାଯାଇଥିବା କଟକଣାକୁ ପ୍ରତ୍ୟାହାର କଲେ ସରକାର ! , ସେୟାର କରିସମସ୍ତ ଙ୍କୁ ଜଣାନ୍ତୁ …

କୋହଳ ହେଲା କରୋନା କଟକଣା , କୋଭିଡ୍ ଗାଇଡ୍ ଲାଇନ୍ ରେ ପରିବର୍ତ୍ତନ ଆଣିଛନ୍ତି ରାଜ୍ୟ ସରକାର । ତେବେ ବର୍ତ୍ତମାନ ସମୟ ର ସେହି ବଡ ଖବର କୋରନା ଗାଇଡ୍ ଲାଇନ୍ ରେ ପରିବର୍ତ୍ତନ କରା ଯାଇଛି ଏବଂ ବିବାହ , ଶୋଭାଯାତ୍ରା କୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ଏସ ଆର୍ ସି ଙ୍କ ପକ୍ଷ ରୁ ଏ ନେଇ ନୂଆ ଗାଇଡ୍ ଲାଇନ୍ ଜାରି କରା ଯାଇଛି । ତେବେ ଏ ସଂପର୍କରେ ସ୍ବତନ୍ତ୍ର ରିଲିଫ୍ କମିସନର୍ ତଥା ଅତିରକ୍ତ ଶାସନ ସଚିବ ପ୍ରଦୀପ ଜେନା ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି ।

ତେବେ କୋଭିଡ ମହାମାରୀ ହେତୁ ପୂର୍ବରୁ ବାହାଘର ପ୍ରସେସନ୍ ଉପରେ ଲାଗୁ କରା ଯାଇ ଥିବା କଟକଣା କୁ ଓଡ଼ିଶା ସରକାର ଆଜି ପ୍ରତ୍ୟାହାର କରି ନେଇଛନ୍ତି ।

ଆଉ ବର୍ତ୍ତମାନ ର ପରିସ୍ଥିତି କୁ ଧ୍ୟାନ ରେ ରଖି ବାହାଘର ରେ ବର, କନ୍ୟା, ପୁରୋହିତ, ବନ୍ଧୁ, ସମ୍ପର୍କୀୟ, ଅତିଥି, ବ୍ୟାଣ୍ଡ ପାର୍ଟି, ଆଲୋକ ଏବଂ ସାଉଣ୍ଡ ସିଷ୍ଟମର ସଦସ୍ୟଙ୍କ ସମେତ ଅଂଶ ଗ୍ରହଣ କାରୀ ଙ୍କ ସଂଖ୍ୟା ସର୍ବାଧିକ 200 ହୋଇପାରିବ ବୋଲି ନିଷ୍ପତ୍ତି ହୋଇଛି।

ତେବେ ବ୍ୟାଣ୍ଡ ପାର୍ଟି , ଲାଇଟ୍ ଏବଂ ସାଉଣ୍ଡ ବାଜିବାକୁ ଅନୁମତି ମିଳିଛି । ବିବାହ କାର୍ଯ୍ୟକ୍ରମ ରେ ସର୍ବାଧିକ 200 ଜଣ ଲୋକ ସାମିଲ୍ ହୋଇ ପାରିବେ । ସେହି୍ ପରି ଅନ୍ତିମ ସଂସ୍କାର ପାଇଁ ସର୍ବାଧିକ 100 ଜଣ ଲୋକ ଙ୍କୁ ସାମିଲ୍ ହେବାକୁ ଅନୁମତି ମିଳିଛି । ତେବେ ମାସ୍କ , ସାମାଜିକ ଦୂରତା , ଥର୍ମାଲ୍ ସ୍କାନିଂର , ହ୍ୟାଣ୍ଡ ସାନିଟାଇଜର୍ ବ୍ୟବହାର କରିବାକୁ ପଡିବ ଏବଂ କୋଭିଡ -19 ର ସମସ୍ତ ନିୟମ ମାନିବାକୁ ନିର୍ଦ୍ଦେଶ ଦିଆ ଯାଇଛି ।

ତେବେ ପୂର୍ବ ରୁ ଯେଉଁ 200 ଲୋଙ୍କୁ ଅନୁମତି ମିଳି ଥିଲା ବିବାହ ଶୋଭାଯାତ୍ରା ରେ ସାମିଲ୍ ହେବା ପାଇଁ ସେହି 200 ଜଣ ଲୋକଙ୍କୁ ଅନୁମତି ଦିଆ ଯାଇଛି କିନ୍ତୁ ବ୍ୟାଣ୍ଡ ପାର୍ଟି ଏବଂ ଶୋଭାଯାତ୍ରା କୁ ଅନୁମତି ଦିଆ ୟାଇନଥିଲା, ଏଥିରେ କଟକଣା ଲଗା ଯାଇଥିଲା । ହେଲେ ଏଥିରେ ସରକାର ପରିବର୍ତ୍ତନ ଆଣି ଏହି ଏସବୁକୁ ଅନୁମତି ଦେଇଛନ୍ତି ।

ସେହିପରି ପୂର୍ବରୁ ଅନ୍ତିମ ସଂସ୍କାରରେ 50 ଜଣ ଲୋକ ସାମିଲ ହେବାର ନିୟମ ଥିବା ବେଳେ ଏଥିରେ ପରିବର୍ତ୍ତନ କରା ଯାଇ ତାହାକୁ 100 ଜଣଙ୍କୁ ବୃଦ୍ଧି କରା ଯାଇଛି । କିନ୍ତୁ ମାସ୍କ ପିନ୍ଧିବା ସାମାଜିକ ଦୂରତା ବଜାୟ ରଖିବାକୁ କଢାକଢି ଭାବରେ ପାଳନ କରା ଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।