Odisha News Portal

ଭାରତୀ ସିଂହଙ୍କ ପରେ କପିଲ୍‌ ଶର୍ମାଙ୍କ ପାଳି ? ଟ୍ବିଟ୍‌ରରେ ଏମିତି ଜବାବ ଦେଲେ କମେଡିଆନ୍

ବଲିଉଡ ଇଣ୍ଡଷ୍ଟ୍ରିରେ ଏହି ଚଳିତ ବର୍ଷ ଅନେକ ରହସ୍ୟ ମୟ ଘଟଣା ସବୁ ଗୋଟିଏ ପରେ ଗୋଟିଏ ସାମ୍ନା କୁ ଆସି ବାରେ ଲାଗିଛି ।ତେବେ ଆପଣ ମାନେ ଜାଣିଥିବେ ଯେ ବଲିଉଡ ଇଣ୍ଡଷ୍ଟ୍ରିର ଫେମସ୍ ହାସ୍ୟ ଅଭିନେତ୍ରୀ ଭାରତୀ ସିଂଙ୍କୁ ଗିରଫ କରିଛି ଏନସିବି । ତେବେ ଭାରତୀ ରହୁ ଥିବା ଘରୁ ଗଞ୍ଜେଇ ଜବତ ହେବା ପରେ ଏନସିବି ତାଙ୍କୁ ଜେରା ପାଇଁ ସମନ ଜାରି କରି ଥିଲା । ତେବେ ଜେରା କରିବା ପରେ ତାଙ୍କୁ ଏନସିବି ଗିରଫ କରିଥିବାର ସୂଚନା ମଧ୍ୟ ମିଳିଥିଲା ।ତେବେ ସୂଚନା ଅନୁଯାୟୀ, ଗତ ଶନିବାର ସକାଳୁ ଅର୍ଥାତ 21 ନଭେମ୍ବର ରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି ବଲିଉଡ ର ଫେମସ୍ ହାସ୍ୟ କମେଡ଼ିଆନ୍ ଭାରତୀ ସିଂହ ଏବଂ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିଆ ଙ୍କ ମୁମ୍ବାଇ ସ୍ଥିତ ଫ୍ଲାଟରେ ଚଢ଼ାଉ କରି ଥିଲା ।

ଏଜେନ୍ସି ଦ୍ବାରା ଅନ୍ଧେରୀ, ଲୋଖଣ୍ଡଓ୍ବାଲା ଏବଂ ଭର୍ସୋଭା ସହିତ 3 ଟି ଅଲଗା ଅଲଗା ସ୍ଥାନରେ ଚଢ଼ାଉ କରା ଯାଇ ଥିବା ଯାଞ୍ଚ ଏଜେନ୍ସି ସୂଚନା ଦେଇଥିଲା । ତେବେ ଭାରତୀ ସିଂହଙ୍କ ଘରୁ ଗଞ୍ଜେଇ ଜବତ ହେବା ପରେ ଏନସିବି ତାଙ୍କୁ ଗିରଫ କରି ଥିବା ଜଣା ପଡିଛି ।


ତେବେ ଆପଣ ମାନେ ନିଶ୍ଚିତ ଭାବରେ ଜାଣି ଥିବେ ଯେ ବଲିଉଡ ଇଣ୍ଡଷ୍ଟ୍ରିର ଯୁବ କଳାକାର ସୁଶାନ୍ତ ସିଂହ ରାଜପୁତ ଙ୍କ ମୃତ୍ୟୁ ପର ଠୁ ସାମନା କୁ ଆସିଥିବା ଡ୍ରଗ୍ସ ଆଙ୍ଗଲ ରେ ଏନସିବି ଲଗାତାର ଚଢ଼ାଉ ଜାରି ରଖିଛି । ତେବେ କମେଡିଆନ୍‌ ଭାରତୀ ସିଂହଙ୍କ ଘରୁ ଗଞ୍ଜେଇ ମିଳିବା ପରେ ଏନସିବି ତାଙ୍କୁ ଓ ତାଙ୍କ ସ୍ବାମୀ ହର୍ଷଙ୍କୁ ଗିରଫ କରିଥିଲା। ଡ୍ରଗ୍ସ ମାମଲାରେ କମେଡିଆନ୍‌ ଭାରତୀ ଗିରଫ ହେବା ପରେ ଏବେ କପିଲ ଶର୍ମା ଟ୍ରୋଲ୍‌ର ଶିକାର ହୋଇଛନ୍ତି। କିଛି ସୋସିଆଲ ମିଡିଆ ୟୁଜର ଅଭିଯୋଗ କରିଛନ୍ତି ଯେ, ଦୁଇ ଜଣ ଡ୍ରଗ୍ସ ନେଉଛନ୍ତି। ଏମିତି ମଧ୍ୟ କହୁଛନ୍ତି ଯେ, ଭାରତୀଙ୍କ ପରେ କପିଲଙ୍କ ପାଳି ?


ଆଉ ଗତ ଶନିବାର ଭାରତୀ ସିଂହ ଓ ସ୍ବାମୀ ହର୍ଷଙ୍କୁ ଡ୍ରଗ୍ସ ମାମଲାରେ ଏନସିବି ଗିରଫ କରିଥିଲା। ଡ୍ରଗ୍ସ ସେବନ କରିବା ନେଇ ଦୁଇ ଜଣ ମାନିଥିଲେ। ପରେ ତାଙ୍କୁ 14 ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ କୋର୍ଟ। ପରେ କିନ୍ତୁ ସେମାନଙ୍କୁ ଜାମିନ ମିଳିଯାଇଥିଲା। ଭାରତୀ-ହର୍ଷଙ୍କ ମାମଲା ମଧ୍ୟରେ କପିଲଙ୍କୁ ଟ୍ରୋଲ୍‌ କରିବକୁ ଯାଇ ଜଣେ ଟ୍ବିଟ୍‌ର ୟୁଜର ଟ୍ବିଟ୍‌ କରିଥିଲେ, ‘ଭାରତୀଙ୍କ ହାଲ କଣ ? ସେ ଯେତେ ଦିନ ଯାଏ ଧରାପଡ଼ି ନଥିଲେ ସେ ପର୍ଯ୍ୟନ୍ତ ସେ ଡ୍ରଗ୍ସ ନେଉନଥିଲେ। ସେମିତି ପରିସ୍ଥିତି ଆପଣଙ୍କର ବୋଧହୁଏ, ଯେ ପର୍ଯ୍ୟନ୍ତ ଧରାପଡ଼ିନାହାନ୍ତି …’


ତେବେ ସବୁଠାରୁ ବଡ କଥା ହେଉଛି, ଏଭଳି ଏକ ଟ୍ବିଟ୍‌ରେ ରିଟ୍ବିଟ୍‌ କରିବାକୁ ଭୁଲିନାହାନ୍ତି କପିଲ ଶର୍ମା। କପିଲ୍ ମଧ୍ୟ‌ ନିଜର ଉତ୍ତର ଦେଇଥିଲେ ।ସେ ରିଟ୍ବିଟ୍‌ କରି ଲେଖିଥିଲେ, ‘ ପ୍ରଥମ ତୋ ସାଇଜ୍‌ର ସାର୍ଟ ତିଆରି କର ମୋଟା’। କିନ୍ତୁ ପରେ ଏଭଳି ଟ୍ବିଟ୍‌କୁ ଡିଲିଟ୍‌ କରିଦେଇଥିଲେ ବଲିଉଡ୍ କମେଡିଆନ୍‌ କପିଲ ଶର୍ମା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।