Odisha News Portal

ପ୍ରତିଦିନ ଭଜା ରସୁଣ ସହିତ କରନ୍ତୁ ମହୁ ସେବନ, ମିଳିବ ଅନେକ ରୋଗରୁ ମୁକ୍ତି ! 100 % ପ୍ରତିଶତ ଗ୍ୟାରେଣ୍ଟି….

ଭାରତରେ ଏବେ ପ୍ରବଳ ଶୀତ ଲହରୀ ଚାଲିଛି । ପ୍ରବଳ ଶୀତରୁ ରକ୍ଷା ପାଇବା ପାଇଁ ସମସ୍ତେ ବିଭିନ୍ନ ପ୍ରକାରର ଉପାୟ ଆପଣାଉଛନ୍ତି । ଏହି ଦିନରେ ଅଧିକାଂଶ ଲୋକ ରୋଗରେ ପଡନ୍ତି । ଥଣ୍ଡା ଦିନରେ କାଶ , ଜ୍ବର , ଛିଙ୍କ , ଛାତି ଦରଜ ଭଳି ସମସ୍ୟା ଦେଖାଯାଏ । ତେଣୁ ଆପଣ ମାନେ ଯଦି ଏପରି ଥଣ୍ଡା ରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ତାହେଲେ ରୋଷ୍ଟ୍ରେଡ୍ ରସୁଣ ବା ଭଜା ରସୁଣ ଖାଇବା ଆରମ୍ଭ କରି ଦିଅନ୍ତୁ ।

ତେବେ ରସୁଣ କେବଳ ଖାଦ୍ୟର ସ୍ବାଦ ବଢାଇନଥାଏ ବରଂ ଏହାର ଅଗଣିତ ସ୍ବାସ୍ଥ୍ୟଗତ ଫାଇଦା ମଧ୍ୟ ଅଛି । ରସୁଣରେ ଭିଟାମିନ୍ A, B, B6, C, ମାଙ୍ଗାନିଜ୍ , କ୍ୟାଲସିୟମ , କପର୍, ସଲଫ୍ୟୁରିକ୍ ଏସିଡ୍ ଏବଂ ଫସଫରସ, ଏଲିସିନ୍ ଭଳି ପୋଷକ ତତ୍ବ ଭରପୁର ମାତ୍ରାରେ ରହିଥାଏ ।

ଏହା ଆଣ୍ଟିବ୍ୟାକ୍ଟେରିଆଲ୍ , ଆଣ୍ଟିଭାଇରାଲ୍, ଆଣ୍ଟିଫାଙ୍ଗାଲ୍ ଏବଂ ଆଣ୍ଟିଅକ୍ସିଡେଣ୍ଟ ଭାବେ କାମ କରିଥାଏ । ଆଉ ଆପଣଙ୍କୁ ଅନେକ ପ୍ରକାରର ରୋଗରୁ ବଞ୍ଚାଇଥାଏ,

ଆପଣ ଜାଣନ୍ତି କି ସାମାନ୍ୟ ରସୁଣ ତୁଳନାରେ ଗଜା ହୋଇଯାଇଥିବା ରସୁଣ ସେବନ କରିବା ଦ୍ବାରା ଆପଣଙ୍କ ସ୍ବାସ୍ଥ୍ୟକୁ ଅଧିକ ଫାଇଦା ହୋଇଥାଏ । ଶୀତ ଦିନରେ ଭଜା ରସୁଣ ଖାଇବା ଦ୍ବାରା ଅନେକ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ । ତେବେ ଆସନ୍ତୁ ଜାଣିବା ଭଜା ରସୁଣ ଖାଇବାର କଣ କଣ ସବୁ ଫାଇଦା ରହିଛି ।

ଯଦି ଆପଣ ଥଣ୍ଡା ଏବଂ ଜ୍ବରରୁ ନିଜକୁ ମୁକ୍ତ କରିବାକୁ ଚାହୁଁଛନ୍ତି ତେବେ ଭଜା ରସୁଣ ଖାଆନ୍ତୁ । ଏହା କୌଣସି ଔଷଧ ଠାରୁ ମଧ୍ୟ କମ୍ ନୁହେଁ । ରସୁଣ ଚା କିମ୍ବା ଖାଲି ପେଟରେ ଦୁଇଟି ରସୁଣ ଖାଇଲେ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ । ରସୁଣରେ ଥିବା ଏଲିସିନ୍ ମଣିଷର ହାର୍ଟ ଜନିତ ରୋଗ ସହିତ ଲଢିଥାଏ । ଏହାଛଡା କଲେଷ୍ଟ୍ରୋନର ମାତ୍ରାକୁ ମଧ୍ୟ କମ କରି ଥାଏ ।


ପ୍ରତିଦିନ ଭଜା ରସୁଣ ଖାଇବା ଦ୍ବାରା ପ୍ଲେଟଲେଟ୍ସର ଏକତ୍ରୀ କରଣ କମ୍ କରିବା ସହିତ ରକ୍ତ ପ୍ରଭାବକୁ ଠିକ୍ ରଖିଥାଏ । ଉଚ୍ଚ ରକ୍ତଚାପରୁ ମଧ୍ୟ ମୁକ୍ତି ଦିଏ ଭଜା ରସୁଣ । ଆସ୍ଥମା ରୋଗୀ ପ୍ରତିଦିନ କ୍ଷୀର ସହିତ ଭଜା ରସୁଣ ଖାଇଲେ ଆସ୍ଥମା ନିୟନ୍ତ୍ରଣ ରେ ରହି ଥାଏ ।

ରୋଗ ସହିତ ଲଢିବା ପାଇଁ ଶରୀର ରେ ଇମ୍ୟୁନିଟି ମଜବୁତ୍ ହେବା ଜରୁରୀ । ପ୍ରତି ଦିନ ମହୁ ସହିତ ରସୁଣ ସେବନ କରିବା ଦ୍ବାରା ଇମ୍ୟୁନିଟି ବଢିଥାଏ । ଯାହା ଶରୀର ର ରୋଗ ପ୍ରତିରୋଧ କରିବାକୁ ଶକ୍ତି ଦେଇ ଥାଏ ।

ଏହା ଛଡା ଭଜା ରସୁଣ ଖାଇବା ଦ୍ବାରା ଫ୍ୟାଟ୍ କୋଷିକାକୁ ବଢାଉଥିବା ଜିନ୍ କୁ କମ୍ କରି ଥାଏ । ଯାହା ଓଜନ କମ୍ କରିବାରେ ସହାୟକ ହୁଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।