Odisha News Portal

ଆଶ୍ଚର୍ଯ୍ୟ ଘଟଣା ! ଭାଇ ମୋତେ ବଞ୍ଚାଅ…ଶ୍ମଶାନର ଛାତ ତଳେ ଦବି ଯାଇଛି, ଫୋନ୍ କରି ଘରଲୋକଙ୍କୁ ଡକାଇଥିଲେ ଅଂଶ, ! ପୁରା ଘଟଣା ଶୁଣିଲେ ଆପଣ ଙ୍କ ପାଦତଳୁ ମାଟିଖସିଯିବ…..

0 77

କୁହାଯାଏ ଭଗବାନ ଯାହାକୁ ରକ୍ଷା କରିବା ପାଇଂ ଚାହିଁବେ ତାର କେବେ ବି କିଛି ହେବ ନାହିଁ । ଯେତେ ବିପଦ ଆସିଲେ ମଧ୍ୟ ସେ ସେଥିରୁ ବର୍ତ୍ତିଯିବ ବା ବିପଦ ଟଳି ଯିବ । ତେବେ ସତରେ ଈଶ୍ବରଙ୍କ ଲୀଳା ଚମତ୍କାର , ତାହାକୁ ଜଣେ ସାଧାରଣ ଲୋକ ପକ୍ଷରେ ବୁଝିବା ସମ୍ଭବପର ନୁହେଁ । ଈଶ୍ବର କେତେବେଳେ କାହାକୁ କଷ୍ଟ ଦିଅନ୍ତି , ତ ପୁଣି କେତେବେଳେ କାହାକୁ ଦୁଃଖ ତଥା ସୁଖ ଦିଅନ୍ତି ତାହା କେବେଳ ସେ ହିଁ ଜାଣିଛନ୍ତି ।

ତେବେ ଆମେ ଆଜି ସେହିପରି ଗୋଟିଏ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ଶୁଣିବା ପରେ ଆପଣଙ୍କ ଆଖି ମଧ୍ୟ ଲୁହରେ ଭରିଯିବ । ଆଉ ସେହି ଲୋକର ଧୌର୍ଯ୍ୟଶକ୍ତି କେତେ ତାହା ଆପଣ ମାନେ ମଧ୍ୟ ନିଶ୍ଚିତ ଭାବରେ ଜାଣିପାରିବେ ।


ଭାଇ ଜଲଦି ଆସ, ମୋତେ ବଞ୍ଚେଇ ଦିଅ, ଶ୍ମଶାନର ଛାତ ଭୁଶୁଡି ପଡିଛି ମୋ ଉପରେ । ମୁଁ ଭିତରେ ଦବି ହୋଇ ରହିଛି… । ତେବେ ଏ କରୁଣ ଶବ୍ଦ ସେହି 14 ବର୍ଷୀୟ କିଶୋର ଅଂଶ ଆର୍ୟଙ୍କର, ଯିଏକି ଶ୍ମଶାନ ଘାଟର ଛାତ ଭାଙ୍ଗି ଯିବା କାରଣ ରୁ ଛାତ ତଳେ ଦବି ହୋଇ ରହି ଯାଇ ଥିଲେ । ଆଉ ସବୁଠାରୁ ବଡ କଥା ହେଉଛି କି, ମାଟି ଭିତରେ ଦବି ହୋଇ ଯିବା ପରେ ମଧ୍ୟ ଅଂଶ ନିଜର ସାହସ ଏବଂ ଧୌର୍ଯ୍ୟ ଶକ୍ତି କୁ ନ ହରାଇ ନିଜର ଦାଦା ପୁଅ ଭାଇ କୁ ଫୋନ୍ କରି ଥିଲେ

ଆଉ ଏହାର ଅଳ୍ପ ସମୟ ପରେ ତାଙ୍କ ପରିବାର ଲୋକ ମାନେ ଶ୍ମଶାନ ରେ ପହଁଞ୍ଚି ଥିଲେ । ତେବେ ପ୍ରାୟ 35 ମିନିଟ ପରେ ଅଂଶ ଙ୍କୁ ବାହାରକୁ ବାହାର କରାଯାଇଥିଲା । ଅଚେତ ଅବସ୍ଥା ରେ ଅଂଶ ଙ୍କ ର ସେହି ସମୟର ଏକ ଅଡିଓ କ୍ଲିପ୍ ତାଙ୍କ ଭାଇଙ୍କ ଫୋନରେ ଏବେ ବି ମଧ୍ୟ ରହିଛି ।

ତେବେ ଘଟଣା ଅନୁସାରେ, ବଦାୟୁରେ ୟୁପି ପୋଲିସର କନଷ୍ଟେବଳ ଥିବା ୟଶପାଲ ଆର୍ୟାଙ୍କର 14 ବର୍ଷୀୟ ପୁଅ ଅଂଶ ଆର୍ୟା ମଧ୍ୟ ଗତ ରବିବାର ପଡୋଶୀ ଜୟରାମ ଙ୍କ ଅନ୍ତିମ ସଂସ୍କାରରେ ପହଁଞ୍ଚିଥିଲେ । ଅଂଶଙ୍କର କହିବା ଅନୁସାରେ, ଅନ୍ତିମ ସଂସ୍କାର କରିବା ପରେ ଆମେ ଘରକୁ ସମସ୍ତେ ଫେରିବାକୁ ଥିଲି ।

ଆଉ ସେହି ସମୟରେ ଜୟରାମଙ୍କ ପରିବାର ଲୋକ ହ୍ୟାଣ୍ଡପମ୍ପରେ ହାତ ଧୋଉଥିଲେ । ଅନ୍ୟମାନେ ମଧ୍ୟ ଶ୍ମଶାନ ଭିତରେ ଥିଲେ । ଆଉ ଠିକ୍ ସେହି ସମୟରେ ହାଲକା ହାଲକା ବର୍ଷା ବି ହେଉଥିଲା ଏବଂ ବର୍ଷା ପାଣି ଛାତରୁ ବାହାରୁଥିଲା ।

ତେବେ ଲୋକମାନେ ସମସ୍ତେ ଏକାଠି ହେବାର 3-4 ମିନିଟ୍ ପରେ ବହୁତ ଜୋର ରେ ବଜ୍ରପାତ ହେବା ଭଳି ଶବ୍ଦ ଶୁଣିବା ମିଳିଥିଲା ଓ ଛାତ ହଲିବା​‌ରେ ଲାଗିଥିଲା । ଆଉ କିଛି ଲୋକ ବାହାରକୁ ଦୌଡିକି ମଧ୍ୟ ପଳାଇ ଆସିଥିଲେ, କିନ୍ତୁ ଆମେ ମଝିରେ ଠିଆ ହୋଇ ଥିବାରୁ ବାହାରକୁ ଦୌଡିକି ପଳାଇ ଆସି ପାରିନଥିଲୁ । ଆଉ ସଂମ୍ପୂର୍ଣ୍ଣ ଛାତ ଭାଙ୍ଗିକି ଆମ ସମସ୍ତଙ୍କ ଉପରେ(ପ୍ରାୟ 50 ଜଣ) ପଡିଯାଇଥିଲା ।

ତେବେ ଛାତ ତଳେ ଦବି ହୋଇଥିବା ବେଳେ ପରେ ମଧ୍ୟ ଅଂଶ ମୋବାଇଲ ବାହାର କରି ତାଙ୍କ ଭାଇଙ୍କୁ ସୂଚନା ଦେଇଥିଲେ ଏବଂ ପ୍ରାୟ 35 ମିନିଟ୍ ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।