ମାଳିକାର ଭବିଷ୍ୟତ ବାଣୀ ସତ ହେବାକୁ ଯାଉଛି ! ଦିଲ୍ଲୀରେ ହେବ ଭୟଙ୍କର ଭୂମିକମ୍ପ କୋଠାବାଡି ଭୁଷୁଡିବ ମାଳିକା କଲା ସାବଧାନ……..

ପ୍ରତ୍ୟକ ଥର ପରି ମହାପୁରୁଷଙ୍କର ସେହି ଠାରଗାର ମାଳିକା ଶାସ୍ତ୍ରକୁ ଆମେ ଆପଣଙ୍କ ଠାରେ ଉପସ୍ଥାପନ କରିବୁ । ଯେଉଁ କଥା ଅନେକ ଦିନ ପୂର୍ବରୁ ରଚନା କରାଯାଇଛି ଏବଂ ଯାହାର ପ୍ରତିଫଳ ଏବେ ଆମେମାନେ ଭୋଗୁଛୁ । ତେବେ ସେହିପରି କିଛି ଆଗତ ଭବିଷ୍ୟତ ଆପଣଙ୍କ ସମ୍ମୁଖରେ ରଖିବୁ । ଏଭଳି ସମୟ ଆସିବ ଯେଉଁ ସମୟ ଭିତରେ ଉତ୍ତରାଖଣ୍ଡ ଠାରେ ମହାପ୍ରଳୟ ହୋଇବ, ଦିଲ୍ଲୀ ଠାରେ ଭୂମିକମ୍ପ କୋଠାବାଡି ଭୁଷୁଡିବ ।

ଅର୍ଥାତ ଏମିତି ଏକ ସମୟ ଆସିବ ଉତ୍ତରାଖଣ୍ଡରେ ପ୍ରଳୟ ହେବା ସହିତ ଦିଲ୍ଲୀରେ ଭୂମିକମ୍ପ ହେବ । ତେବେ ଦିଲ୍ଲୀରେ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ଛଅ ଥର ଭୂମିକମ୍ପ ହୋଇ ସାରିଲାଣି , ଆଉ ପୁଣି ଥରେ ଆଉ ଗୋଟିଏ ଭୂମିକମ୍ପ ହେବ ଯେଉଁ ଭୂମିକମ୍ପରେ ଅନେକ କୋଠାବାଡି ଭୁଷୁଡି ଯିବ । ତତସହିତ କାହାଠାରେ ଦୟାଭାବ ଦେଖାଯିବ ନାହିଁ , ନିର୍ଦ୍ଧୟ ହୋଇଲେ ଲୋକେ ନାଶ ଯିବ ମହୀ ।

ଅର୍ଥାତ ଏମିତି ସମୟ ଆସିବ ଯେଉଁ ସମୟ ଭିତରେ କାହା ଠାରେ ଆଉ ଦୟାଭାବ ଦେଖାଯିବ ନାହିଁ । ମଣିଷ ନିର୍ଦ୍ଧୟ ହୋଇଯିବ । ଆପଣ ମାନଙ୍କୁ କହିରଖିବୁ କେରଳରେ ଗର୍ଭବତୀ ହାତୀକୁ କିଭଳି ଭାବରେ ଗୋଟିଏ ସପୁରି ଭିତରେ ବାଣ ପୁରାଇ ବିଶ୍ବାସରେ ବିଷ ଦିଆଗଲା । ଯାହାକୁ ଶୁଣି ସାରିବା ପରେ ନିଶ୍ଚିତ ଭାବରେ ଆପଣଙ୍କ ରୋମ ଟାଙ୍କୁରି ଉଠୁଥିବ ଏବଂ ଭାବୁଥିବେ ମଣିଷ କଣ ସତରେ ଏତେ ନିର୍ଦ୍ଧୟ ।

ଆଜି କରୋନାର ଆତଙ୍କରେ ସମସ୍ତେ ମାସ୍କ ପିନ୍ଧୁଛନ୍ତି କିନ୍ତୁ କହିବାକୁ ଗଲେ ମଣିଷ ନିଜ କର୍ମରୁ ଏତେ ତଳକୁ ଖସି ଯାଇଛି କି ସେ ଭଗବାନଙ୍କୁ ମୁହଁ ଦେଖାଇବା ପାଇଁ ମଧ୍ୟ ଯୋଗ୍ୟ ହୋଇରହିନାହିଁ । ସେଥି୍ପାଇଁ ଏହି୍ ମାସ୍କ ପିନ୍ଧୁଛି । ତେବେ ମଣିଷ ନିର୍ଦ୍ଧୟ ହେବା ପରେ ପୃଥୀବି ନାଶ ଯିବ ବୋଲି ମାଳିକାରେ ଲେଖା ହୋଇଛି ।


ଆଉ ଏମିତି ସମୟ ଆସିବ ଯେଉଁ ସମୟ ଭିତରେ ହୃଦୟରେ ଲୋକମାନେ ଆପଣ ମାନଙ୍କୁ ଲଗେଇ ଆପଣ ମାନଙ୍କ ହୃଦୟ ବି କାଢି ନେଇଯିବେ । ତତସହିତ କଳିଶେଷ ବେଳେ ପୁଣି ମହା ବିପତ୍ତି ପଡିବ , ଝିଅର କାନ୍ଧେ ବାପର ଶବ ବୁହାହେବ । ଏମିତି ସମୟ ଆସିବ ଯେଉଁ ସମୟ ଭିତରେ ଝିଅକୁ ମଶାଣିକୁ ବାରଣ କରାଯାଇଛି କିନ୍ତୁ ଆଜି ମଶାଣିକୁ ମଧ୍ୟ ବାପର ଶବ ନେଇ ଝିଅ ଯିବ । ଏହାସହିତ ଧର୍ମ ନାମେ ବିଧର୍ମୀ ଯେ ବଢିବେ ବହୁତ , ନାନା ବିପତ୍ତିରେ ସୃଷ୍ଟି ହେବ ଅଣାୟତ ।

ଅର୍ଥାତ ଏଭଳି ,ସମୟ ଆସିଯିବ ଯେଉଁ ସମୟ ଭିତରେ ବିଧର୍ମୀ ମାନେ ବହୁତ ପରିମାଣରେ ବଢିଯିବେ । କିଏ ପୁରାଣ ନାମରେ ଆମ ଧର୍ମସ୍ରଷ୍ଠା ମାନଙ୍କୁ ଗଞ୍ଜଡ କହିଲାଣି ତ ପୁଣି କିଏ ଆଉ କଣ । ତେବେ ଏହାଠାରୁ ଆଉ କଣ ଅଛି ଦୁଃଖ ଦାୟକ ଘଟଣା । ଆଉ ବେଦନାରେ ଲୋକମାନଙ୍କୁ ଠକି ଚାଲିଛି ଏହି ବିଧର୍ମୀ ମାନେ । ଏଭଳି ଭାବରେ ବିଧର୍ମୀ ମାନଙ୍କ ସଂଖ୍ୟା ବଢିବ ଏବଂ ହିନ୍ଦୁ ଧର୍ମ ଉପରେ ଏହାର ଅନେକ କୁପ୍ରଭାବ ପଡିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment