Odisha News Portal

ଦେଖନ୍ତୁ ଏହି ଛାତିଥରା ଘଟଣାକୁ ! ଗାଁ ଦାଣ୍ଡରେ ସ୍ବାମୀ ସ୍ତ୍ରୀ ସହିତ ଏମିତି କିଛି କାଣ୍ଡ କରିଦେଲେ ଶୁଣିଲେ ଆପଣଙ୍କ ମନରେ କ୍ରୋଧ ଆସିଯିବ !ଛି ଛି ଏମିତି କେହି କରେ କି ?

ଯୁଗ ବଦଳିଛି ଏବଂ ଯୁଗ ସହିତ ତାଳ ଦେଇ ମଣିଷ ମଧ୍ୟ ବଦଳିବାରେ ଲାଗିଛି । ଯେଉଁଠି ଦିନେ ନାରୀ ଘର ଭିତରେ ହାତେ ଓଢଣା ଟାଣି ବସୁଥିଲା, ସେହି ନାରୀ ଆଜି ଚନ୍ଦ୍ର ପୃଷ୍ଠରେ ପାଦ ଥାପିଛି । କିନ୍ତୁ ସତରେ କଣ ଏତେ ସବୁ ପରିବର୍ତ୍ତନ ପରେ ବି ଆମ ସମାଜ ନାରୀକୁ ସେତିକି ସମ୍ମନା ଦେଉଛି ? ନାରୀ କଣ ଆଜି ସୁରକ୍ଷିତ ? ଏହି ପ୍ରଶ୍ନ ସବୁର ଉତ୍ତର ଆପଣ ପାଇ ପାରିବେ ଏହି ଘଟଣା ଟିକୁ ପଢିବା ପରେ । ତେବେ ଏହି ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲାରେ ।

ତେବେ ଗାଁ ଦାଣ୍ଡରେ ଜଣେ ମହିଳାଙ୍କୁ ପଥରରେ ଛେଚି ଆକ୍ରମଣ କରା ଯିବାର ଉଦ୍ୟମ କରା ଯାଇଛି । ଘର ଭିତରକୁ ଯିବା ପାଇଁ ଚାହୁଁଥିବା ମହିଳା ଜଣଙ୍କୁ ଅତି ନିର୍ଦ୍ଦୟ ଭାବେ ଘର ବାରଣ୍ଡାରୁ ତଳକୁ ଠେଲି ଦିଆ ଯାଉଛି । ତେବେ ସବୁଠାରୁ ବଡ କଥା ହେଉଛି ଏଭଳି ପରିସ୍ଥିତି ରେ ଗାଁ ଦାଣ୍ଡରେ ସମସ୍ତେ ଚାହିଁଛନ୍ତି , ହେଲେ ସଂପୃକ୍ତ ବ୍ୟକ୍ତି ଜଣକ ମହିଳାଙ୍କୁ ଧୋକା ମାରି ଚାଲି ଥିଲେ । କେବଳ ସେତିକି ନୁହେଁ ପଥର ରେ ମହିଳାଙ୍କ ମୁଣ୍ଡକୁ ଛେ଼ଞ୍ଚି ଦେବା ପାଇଂ ମଧ୍ୟ ଉଦ୍ୟମ କରିଛନ୍ତି ।

ତେବେ ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ତାକରଡା ଗ୍ରାମରେ ଏହି ଅଭାବନୀୟ ତଥା ମର୍ମାହତ ଘଟଣାଟି ଘଟିଛି । ତେବେ ଏହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆ ରେ ବା ଏହାର ଭିଡିଓ ସ୍ଥାନୀୟ ଅଞ୍ଚଳରେ ନିଆଁ ଭଳି ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁଯାୟୀ ଏହି ଘଟଣା କୁ ନେଇ ବୁଗୁଡା ଥାନା ପୋଲିସ ସହିତ ଯୋଗାଯୋଗ କରିବା ପରେ ଜଣା ପଡିଲା ଯେ ମହିଳାଙ୍କୁ ଆକ୍ରମଣ କରୁଥିବା ବ୍ୟକ୍ତି ଜଣକ ହେଉଛନ୍ତି ତାକରଡା ଗ୍ରାମର ରବିନ୍ଦ୍ର ନାୟକ ଏବଂ ମହିଳା ଜଣକ ହେଉଛନ୍ତି ତାଙ୍କ ପତ୍ନୀ ।

 


ତେବେ ପୋଲିସ କହିବା ଅନୁସାରେ ତାକରଡା ଗ୍ରାମର ରବିନ୍ଦ୍ର ନାୟକ ଗତ 2012 ମସିହା ରେ ସଂମ୍ପୃକ୍ତି ମହିଳାଙ୍କୁ ବିବାହ କରି ଥିଲେ । କିନ୍ତୁ ଉଭୟଙ୍କ ଭିତରେ ମନମାଳିନ ହେବାରୁ 2018 ମସିହାରେ ଥାନାରେ ଅଭିଯୋଗ ହୋଇଥିଲା । ଏହାପର ଠାରୁ ରବିନ୍ଦ୍ରଙ୍କ ସ୍ତ୍ରୀ ତାଙ୍କ ବାପ ଘରେ ରହୁ ଥିଲେ ।

କିନ୍ତୁ ଏବେ ମହିଳା ଜଣଙ୍କ ପୁଣି ରବିନ୍ଦ୍ରଙ୍କ ଘରକୁ ଆସି ଥିବାରୁ ଏହି ଅଭାବନୀୟ ଘଟଣାଟି ଘଟି ଥିବା କୁହା ଯାଉଛି । ତେବେ ଏ ନେଇ ମହିଳା ଜଣଙ୍କ ବୁଗୁଡା ଥାନା ଏତେଲା ଦେବା ପରେ ପୋଲିସ ରବିନ୍ଦ୍ରଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି । ତେବେ ଘଟଣା ଯାହା ବି ହେଉ ନାଁ କାହିଁକି ଘର କଥା ଘରେ ସମାଧାନ ନ କରି ଏଭଳି ସର୍ବ ସମ୍ମୁଖରେ ସ୍ବୂାମୀ ସ୍ତ୍ରୀ ହାତାହାତୀ ହେବା କଣ ଠିକ ?

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।