କୋର୍ଟର ବଡ ନିଷ୍ପତି ! ବେଶ୍ୟାବୃତ୍ତି କୌଣସି ଅପରାଧ ନୁହେଁ, ନିଜ ଇଚ୍ଛାରେ ମହିଳା କୌଣସି ବି ବୃତ୍ତି ଗ୍ରହଣ କରିପାରିବେ

ବେଶ୍ୟା ଏହି ନାମ ଶୁଣିବା ମାତ୍ରେ ସମସ୍ତଙ୍କ ମନରେ ଘୃଣା ଭାବ ସୃଷ୍ଟି ହୋଇଥାଏ , ତଥାପି ଆମ ସମାଜରେ ଅନେକ ମହିଳା ଏହି କାର୍ଯ୍ୟରେ ଲିପ୍ତ ରହିଛନ୍ତି । କିଏ ନିଜ ଇଚ୍ଛାରେ ତ ପୁଣି କିଏ ପରିସ୍ଥିତିର ଚାପରେ । ଆମ ଦେଶରେ ଅନେକ ସ୍ଥାନରେ ଏହି ବେଶ୍ୟା ଖାନା ମଧ୍ୟ ରହିଛି , ଯେଉଁଠାରେ ଚାଲେ ଦେହ ବେପାର । ତେବେ ପ୍ରଥମେ ଏହା କୋଲକାତାରୁ ଆରମ୍ଭ ହୋଇଥିଲା ଏବଂ ଏବେ ମଧ୍ୟ ରହିଛି ମାତ୍ର ତାହା ଗୁପ୍ତ । ଆପଣ ଜାଣିଥିବେ କି ଆମ ସମାଜରେ ବେଶ୍ୟା ବୃତ୍ତିକୁ ଅପରାଧ ଭାବେ ଗ୍ରହଣ କରାଯାଏ । ମାତ୍ର ନିକଟରେ ବମ୍ବେ ହାଇକୋର୍ଟ ବେଶ୍ୟା ବୃତ୍ତିକୁ ନେଇ କରି ଏକ ବଡ ନିଷ୍ପତ୍ତି ପ୍ରଦାନ କରିଛନ୍ତି । ଯାହା ଶୁଣିଲେ ଆପଣ ମାନେ ଆଶ୍ଟର୍ଯ୍ୟ ହୋଇଯିବେ । ତେବେ କଣ ରହିତି ସେହି ହାଇକୋର୍ଟଙ୍କର ନିର୍ଦ୍ଦେଶ ଏହି ବେଶ୍ୟା ବୃତ୍ତିକୁ ନେଇ କରି ଆସନ୍ତୁ ଜାଣିବା ।

ତେବେ ହାଇକୋର୍ଟ ତାଙ୍କର ରାୟରେ କହିଛନ୍ତି ଇମୋରାଲ ଟ୍ରାପିକ ପ୍ରିଭେନସନ ଆକ୍ଟ 1956 ଅନୁଯାୟୀ ବେଶ୍ୟା ବୃତ୍ତି କୌଣସି ଅପରାଧ ନୁହେଁ । କୌଣସି ମହିଳାଙ୍କ ଅନୁମତି ବିନା ତାଙ୍କୁ ସୁଧାର ଗୃହରେ ରଖାଯାଇ ପାରିବନାହିଁ , ଏକଥା କହିଛନ୍ତି ଜଷ୍ଟିସ ପୃଥ୍ୱିରାଜ କେ ଚୌହାନ । ମହିଳା ମାନେ ନିଜ ଇଚ୍ଛାରେ କୌଣସି ବୃତ୍ତିକୁ ମଧ୍ୟ ଗ୍ରହଣ କରିପାରିବେ ।

ଏହା ତାଙ୍କର ଅଧିକାର ବୋଲି ଜଷ୍ଟିସ ତାଙ୍କର ରାୟରେ କହିଛନ୍ତି । ତେବେ ଏହି ରାୟ ତିନି ଜଣ ଯୁବତୀଙ୍କ ମାମଲାକୁ ଦୃଷ୍ଟିରେ ରଖି କରାଯାଇଛି । ଯେଉଁମାନେ କି ବେଶ୍ୟା ବୃତ୍ତି ଅଭିଯୋଗରେ ଧରା ପଡିଥିଲେ । ଏହି ନ୍ୟାୟ ଦେବା ପୂର୍ବରୁ ଜଷ୍ଟିସ କହିଥିଲେ କି ମହିଳାଙ୍କୁ ଦଣ୍ଡ ଦେବା ପରିବର୍ତ୍ତେ ଦେହ ବେପାରରକୁ ଶେଷ କରିବା ଆଇନର ଲକ୍ଷ୍ୟ ।

କେବଳ ସେତିକି ନୁହେଁ ହାଇକୋର୍ଟ ଏହି ତିନି ଜଣ ଯୁବତୀଙ୍କୁ ତାଙ୍କ ଘର ଲୋକଙ୍କୁ ଜିମାରେ ଦେବାକୁ ମଧ୍ୟ ରୋକଠୋକ ମନା କରିଦେଇଥିଲେ । ଝିଅ ମାନେ ସେମାନଙ୍କର ଇଚ୍ଛାରେ ଦେଶର କୌଣସି ସ୍ଥାନରେ ମଧ୍ୟ ବୁଲି ପାରିବେ । ଏହା ସହିତ ସେମାନଙ୍କର କିଚି ମଧ୍ୟ ବୃତ୍ତି ଗ୍ରହଣ କରିବାକୁ ପୂର୍ଣ୍ଣ ଅଧିକାର ରହିଛି ବୋଲି ହାଇକୋର୍ଟ କହିଛନ୍ତି ।


ହାଇକୋର୍ଟଙ୍କର ଏପରି ଏକ ରାୟ ଦେବା ପଛରେ କାରଣ କଣ ରହିଛି ଆପଣ ମାନେ ଜାଣିଛନ୍ତି କି । ପ୍ରକୃତରେ ମାମଲାଟି ଏହା ଥିଲା କି ଗଡ ବର୍ଷ ମୁମ୍ବାଇର ମଲାଡ ଅଞ୍ଚଳରେ ଏକ ଗେଷ୍ଟ ହାଉସ ରେଡ ହେବା ପରେ ତିନି ଜଣ ଯୁବତୀ ଧରା ପଡିଥିଲେ । ଏହା ପରେ ସେମାନଙ୍କୁ ସୁଧାର ଗୃହକୁ ପଠାଇ ଦିଆଯାଇଥିଲା । ଏହି ତିନି ଯୁବତୀ ସେମାନଙ୍କୁ ମୁକ୍ତ କରିବା ପାଇଁ କୋର୍ଟରେ ଅପିଲ କରିଥିଲେ । ତେବେ କୋର୍ଟ ଏହି ମାମଲାର ବିଚାର କରି ଏପରି ଏକ ନିଷ୍ପତ୍ତି ଶୁଣାଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment