Odisha News Portal

ପ୍ରତିଦିନ ସକାଳୁ ଖାଲିପେଟରେ ବେଲ ପତ୍ର ସେବନ କରିବା ଦ୍ବାରା ଭଲ ହୋଇଥାଏ ଏହି ମାରାତ୍ମକ ରୋଗ ! ଜାଣନ୍ତୁ ବେଲପତ୍ର ଫାଇଦା ସମ୍ପର୍କରେ…..

0 4

ଆଜି ଆମେ ଆପଣଙ୍କୁ ଜଣାଇବୁ ପ୍ରତିଦିନ ସକାଳେ ବେଲପତ୍ର ଖାଇବା ଦ୍ବାରା କଣ ସବୁ ଉପକାର ହୋଇଥାଏ । ବେଲପତ୍ରକୁ ପୁରାତନ ଯୁଗରୁ ଔଷଧ ରୂପରେ ବ୍ୟବହାର କରାଯାଏ । ଏହା ଆମର ସୁନ୍ଦରତା ବଢାଇବା ସହିତ ପେଟଜନିତ ଅନେକ ସମସ୍ୟାର ମଧ୍ୟ ବହୁତ ଉପଯୋଗୀ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ବେଲପତ୍ରରୁ ମିଳୁଥିବା ଉପକାରିତା ବିଷୟରେ ।

ଜ୍ବରକୁ ନିୟନ୍ତ୍ରଣ କରେ -ଯଦି ଆପଣଙ୍କୁ ଜ୍ବର ଆସିଥାଏ କିମ୍ବା ଛୋଟ ଛୁଆଁକୁ ଥଣ୍ଡା ଆସିଥାଏ , ସେତେବେଳେ ବେଲପତ୍ରର କାଢା ବନେଇ ଏହାର ସେବନ କରିଲେ ଜ୍ବର ଶିଘ୍ର ଛାଡି ଯାଇଥାଏ । ଏହାବ୍ୟତିତ ଯଦି ମହୁମାଛି କିମ୍ବା ବିରୁଡି ଶରୀରର କୌଣସି ସ୍ଥାନକୁ କାମୁଡି ଦିଏ ତେବେ ସେହି ସ୍ଥାନରେ ବେଲପତ୍ର ରସକୁ ଲଗେଇଲେ ଏହା କଷ୍ଟକୁ ଦୂର କରିଦିଏ ।

ହୃଦରୋଗରୁ ରକ୍ଷା କରିଥାଏ –

ବେଲପତ୍ର ହୃଦରୋଗୀଙ୍କ ପାଇଁ ମଧ୍ୟ ବହୁତ ଭଳ ହୋଇଥାଏ । ବେଲପତ୍ରର କାଢା ପ୍ରସ୍ତୁତ କରି ଏହାର ସେବନ କରିଲେ ଏହା ହୃତପିଣ୍ଡକୁ ଶକ୍ତ କରିଥାଏ । ଏହାସହିତ ହାର୍ଟଆଟାକ୍ ରୁ ମଧ୍ୟ ରକ୍ଷା କରିଥାଏ । ଶ୍ବାସରୋଗୀ ମାନିେ ଏହି ପତ୍ରର ରସ ପିଇଲେ ଶ୍ବାସରୋଗରେ ନିଶ୍ବାସ ପ୍ରଶ୍ବାସ ନେବାରେ ଥିବା ସମସ୍ତ ସମସ୍ୟା ଦୂର ହୋଇଥାଏ ।

ଶରୀରର ତାପକୁ ନିୟନ୍ତ୍ରଣ କରିଥାଏ –

ବେଲପତ୍ର ଶରୀରର ତାପୁକୁ ମକ୍ କରିବାରେ ବହୁତ ଲାଭଦାୟକ ହୋଇଥାଏ ।ତେଣୁ ଶରୀରର ତାପ ଯଦି ବଢିଯାଏ କିମ୍ବା ଶରୀରରେ ଅଧିକ ତାପ ଯୋଗୁଁ ମୁହଁରେ ଛାଉ ହୋଇଥାଏ ତେବେ ବେଲପତ୍ରକୁ ପାଟିରେ ପକାଇ ଏହାକୁ ଚୋବାଇ ପକାନ୍ତୁ । ଏହା ବହୁତ ଲାଭଦାୟକ ହୋଇଥାଏ ।

ଅର୍ଶ ରୋଗର କଷ୍ଟକୁ ଦୂର କରିଥାଏ –

ଅର୍ଶରୋଗୀ ମାନଙ୍କ ପାଇଁ ବେଲପତ୍ର କୌଣସି ଅମୃତ ଠାରୁ କମ୍ ନୁହେଁ । ଅର୍ଶ ରୋଗ ହୋଇଥିଲେ ବେଲପତ୍ରକୁ ଶୁଖାଇ ଏହାକୁ ଗୁଣ୍ଡକରି ସେଥିରେ ମିଶ୍ରି ମିଶାଇ ତାହାର ଗୁଣ୍ଡ ପ୍ରସ୍ତୁତ କରନ୍ତୁ । ସେହି ଗୁଣ୍ଡକୁ ପ୍ରତିଦିନ ସକାଳେ ଏବଂ ସଂନ୍ଧ୍ୟାରେ ପାଣି ସହିତ ମିଶାଇ ସେବନ କରନ୍ତୁ । ଯଦି ଅର୍ଶ ଯୋଗୁଁ ବହୁତ ଅଧିକ କଷ୍ଟ ହେଉଥାଏ ତେବେ ଦିନରେ ଏହାର ସେବନ 2-3 ଥର କରନ୍ତୁ ଏହାଦ୍ବାରା ଅର୍ଶ ରୋଗ ଭଲ ହୋଇଥାଏ ।

ଚେହେରାରୁ ଦାଗ ଦୂର କରିଥାଏ –

ଯଦି ଆପଣଙ୍କ ଚେହେରାରେ କୌଣସି ଦାଗ କିମ୍ବା ଚିହ୍ନ ଥାଏ ତେବେ ଆପଣ ବେଲପତ୍ରର ଲେପ ତିଆରି କରି ଏହାର ବ୍ୟବହାର କରିଲେ ଚେହେରାରୁ ଦାଗ ଏବଂ ଚିହ୍ନ ଦୂର ହୋଇ ଯାଇଥାଏ । ଏହି ଲେପ ତିଆରି କରିବା ପାଇଁ ଗୋଟିଏ ବାଟିରେ ବେଲପତ୍ରକୁ ନେଇ ଏହାକୁ ଧୋଇ ଗ୍ରାଇଣ୍ଡର ସାହାଯ୍ୟରେ ପେଷ୍ଟ ବନାନ୍ତୁ ଏବଂ ସେହି ପେଷ୍ଟକୁ ଚେହେରାରେ ଲଗାଇ 30 ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ ତାପରେ ଥଣ୍ଡାପାଣିରେ ଏହାକୁ ଧୋଇ ଦିଅନ୍ତୁ ।

ତ୍ବଚାକୁ କୋମଳ ରଖେ –
ଯଦି ନିଜ ଚେହେରାକୁ କୋମଳ ରଖିବାକୁ ଚାହୁଁଛନ୍ତି ତେବେ ଏକ ଚାମଚ ବେଲପତ୍ର ରସରେ ଏକ ଚାମଚ ମହୁ ମିଶାଇ ତାହାକୁ ପାଣିରେ ପକାଇ ପ୍ରତିଦିନ ସେବନ କରନ୍ତୁ । ଏହା ତ୍ବଚାରେ ପ୍ରାକୃତିକ ଉପାୟରେ ସୁନ୍ଦରତା ଆଣିଥାଏ .।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।