Odisha News Portal

ବାସ୍ତୁଶାସ୍ତ୍ର ଅନୁସାରେ- ବେଲ ଗଛ କେଉଁଠି ରହିଲେ ହୋଇଥାଏ ଧନର ବର୍ଷା , ଏବଂ କେଉଁଠି ରହିଲେ ଧନହାନୀ ! ଜାଣିରଖନ୍ତୁ….

ଆଜି ଆମେ ଆପଣ ମାନଙ୍କୁ କହିବୁ କି ବେଲ ଗଛ ଗୃହର କେଉଁ ସ୍ଥାନରେ ରହିଲେ ଧନର ବର୍ଷା ହୋଇଥାଏ । ବେଲ ଗଛ ସଂସାରର ସବୁଠୁ ଦୁଲ୍ଲଭ ଗଛ ଅଟେ । ପୁରାଣ ସାସ୍ତ୍ର ଅନୁସାରେ ବେଲଗଛର ସୃଷ୍ଟି ମାତା ଲକ୍ଷ୍ମୀଙ୍କ ଟାରୁ ହୋଇଅଛି । ତେବେ ଆସନ୍ତୁ ଜାଣିବା ବେଲ ଗଛର କିଛି ମହତ୍ତ୍ୱ ପୂର୍ଣ୍ଣ କଥା ବିଷୟରେ ।

1–ବେଲ ଗଛ ସାକ୍ଷାତ ଶିବ ଏବଂ ଶକ୍ତିଙ୍କର ବାସ ହୋଇଥାଏ । ବେଲ ପତ୍ରର ତ୍ରିଶାଖାରେ ତ୍ରିଦେବ ବାସ କରିଥାନ୍ତି । ଏଣୁ ବେଲ ଗଛ ମୂଳରେ ପ୍ରତ୍ୟେକ ଦିନ ଗାଧେଇ ସାରି ପାଣି ଦେଲେ କୋଟି ପୁଣ୍ୟ ପ୍ରାପ୍ତ ହୋଇଥାଏ । ଚାକିରୀ ତଥା ବ୍ୟବସାୟ କ୍ଷେତ୍ରରେ ମଧ୍ୟ ସେ ଉନ୍ନତି ଲାଭ କରିଥାଏ । ଏହା ସହ ଧନବାନ ହେବାରୁ ମଧ୍ୟ ତାହାକୁ କେହି ରୋକି ପାରନ୍ତି ନାହିଁ ।


2–ବେଲ ପତ୍ର ଶିବ ଏବଂ ସମସ୍ତ ଦେବାଦେବୀଙ୍କର ପ୍ରିୟ ପତ୍ର ହୋଇଥାଏ , ଯାହାକି କେବେ ବାସି ହୁଏ ନାହିଁ । ଏହି ବେଲପତ୍ରରେ ଚନ୍ଦନର ଲେପ ଲଗାଇ ଶିବଙ୍କୁ ଅର୍ପଣ କରିବା ଦ୍ୱାରା ମନୁଷ୍ୟର ସମସ୍ତ ମନ ସ୍କାମନା ପୂରଣ ହୋଇଥାଏ ।

3–ବେଲପତ୍ରର କାଠିକୁ ଚନ୍ଦନ ସହ ଘୂରି ଶିବ ତଥା ଦେବୀଙ୍କୁ ଟିକା ଲଗାଇଲେ କୋଟି ପୁଣ୍ୟ ପ୍ରାପ୍ତି ହୋଇଥାଏ । ଏହା ସହିତ ମନୁଷ୍ୟ ଏହି ବେଲପତ୍ରର କାଠିରେ ଘୂରି ଚନ୍ଦନ ପରି ଟିକା ଲଗାଇଲେ ସମସ୍ତ ପ୍ରାଣୀକୁ ବଶ କରିଥାଏ । ଏହା ସହିତ ଅଲୌକିକ ଶକ୍ତିର ସ୍ଥିତି ଅନୁଭବ କରିପାରେ , ଯାହା ଦ୍ୱାରା ସମସ୍ତ ସଂସାରରେ ବିଜୟୀ ମଧ୍ୟ ହୋଇଥାଏ ।

4– ସୋମବାର ଦିନ ବା ଚର୍ତ୍ତିୁଦର୍ଶୀ ଦିନ ବେଲ ଗଛ ମୂଳରେ ଦୀପ , ଧୂପ ଏବଂ ପମା ଏହି ସମସ୍ତ ସମର୍ପଣ କରି ସେହି ବେଲ ଗଛର ଚେରକୁ ଆଣି ଏକ ଲାଲ ସୂତାରେ ଗୁନ୍ଥି ପିନ୍ଧିଲେ ବାହାରର ନକରାତ୍ମକ ଶକ୍ତି ବା ଦୃଷ୍ଟ ଶକ୍ତିକୁ ଦୂର କରିଥାଏ । ଏହା ସହିତ ଯେଉଁ ମନୁଷ୍ୟର ବିବାହ ହୋଇପାରୁନାହିଁ କିମ୍ବା ସନ୍ତାନ ହେଉନଥାଏ ଏହି ବେଲ ଗଛର ଚେର ଧାରଣ କରିବା ଦ୍ୱାରା ଏବଂ ସବୁଦିନ ବେଲ ଗଛକୁ ପୂଜା କରିବା ଦ୍ୱାରା ଖୁବ ଶୀଘ୍ର ବିବାହ ହୋଇଥାଏ ଏବଂ ସନ୍ତାନ ହେଉନଥିବା ମନୁଷ୍ୟର ସନ୍ତାନ ମଧ୍ୟ ହୋଇଥାଏ ।


5– ସାଧାରଣତଃ ଗଛର ଚାରିପାଖରେ ବଡ ବଡ ଗଛ ରହିବା ଅଶୁଭ ହୋଇଥାଏ ଏବଂ ସେହି ସମସ୍ତ ଗଛର ଛାଇ ଘରେ ପଡିବା ଦ୍ୱାରା ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ । ମାତ୍ର ବେଲ ଗଛ ଏପରି ଏକ ଦିବ୍ୟ ଗଛ ଯାହା ଘରର ଚାରିପାଖରେ ରହିଲେ ବହୁତ ଶୁଭ ହୋଇଥାଏ । ଏହା ସହ ଏହି ବେଲ ଗଛର ଛାଇ ଘରର ଉପରେ ପଡିଲେ ଘରର ବାସ୍ତୁ ଦୋଷ ଦୂର ହୋଇଥାଏ ।

6–ବେଲଗଛ ଘରର ଉତ୍ତର ବା ଉତ୍ତର ପୂର୍ବ ଐଶାନ୍ୟ କୋଣରେ ରହିଲେ ଧନ ବା ଅର୍ଥର ଅଭାବ ରହେ ନାହିଁ । ଘରର ପୂର୍ବ ଦିଗରେ ବେଲ ଗଛ ରହିଲେ ଘରର ଶାନ୍ତି ବଜାଇ ରହିଥାଏ । ଘରର ପଶ୍ଚିମ ଦିଗରେ ବେଲ ଗଛ ରହିଲେ ସୁସନ୍ତାନ ପ୍ରାପ୍ତି ହୋଇଥାଏ । ଘରର ଦକ୍ଷିଣ ଦିଗରେ ବେଲ ଗଛ ରହିଲେ ଦୁର୍ଘଟଣା ଜନିତ ସମସ୍ୟା ଦୂର ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।