ତେବେ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ବେଶ କିଛି ଦିନ ହେବ ଚର୍ଚ୍ଚା ର ବିଷୟ ପାଲଟିଛି ଲେଡି ବ୍ଲାକ ମେଲର ଅର୍ଚନା ନାଗ |ଆଉ ଯେଉଁଠି ପ୍ରଯୋଜକ ଙ୍କ ପାଖରୁ ଆରମ୍ଭ କରିକି ବଡ଼ ବଡ଼ ନେତା ଓ ରାଜ ନେତା ଓ ଧନି ପ୍ରଭାବ ଶାଳି ଲୋକ ମାନଙ୍କୁ ନିଜର ମାୟା ଜାଲରେ ଫୋସାଇ ନିଜର ବଡ଼ ସାମ୍ରାଜ୍ୟ ବିସ୍ତାର କରିବାକୁ ଲାଗିଥିଲେ ଅର୍ଚନା ନାଗ | ଆଉ ଯେଉଁଠି ଅର୍ଚନା ନାଗ ର ସତ ଧରା ପଡିବା ପରେ ଜେଲ ର ଚାରିକାନ୍ଥ ଭିତରେ ଅଛନ୍ତି ଅର୍ଚନା ନାଗ | ତେବେ ଏହି ସବୁ ଘଟଣା କୁ ବିରୋଧ କରିଛନ୍ତି ଅର୍ଚନା ଙ୍କର ଭଉଣୀ | ଆଉ ସେ କଣ ସବୁ କହିଛନ୍ତି ଆସନ୍ତୁ ସେ ବିଷୟରେ ଅଧିକ ଆଲୋଚନା କରିବା |
ତେବେ ଅର୍ଚନା ଙ୍କ ନାଁ ରେ ବିଭିନ୍ନ ପ୍ରକାରର ଘଟଣା ଗୁଡିକ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି | ଆଉ ଯେଉଁଠି ଅର୍ଚନା ଙ୍କ ପଛରେ ଥିବା ସମସ୍ତ ସତ୍ୟ କୁ ପୋଲିସ ତଦନ୍ତ କରିକି ବାହାର କରିଛି |ଆଉ ତାହା ସହିତ ସମସ୍ତ ସତ୍ୟ କୁ ଜାଣିବା ପରେ ପୋଲିସ ଅର୍ଚନା ଙ୍କୁ ଥାନା ରେ ବନ୍ଦୀ କରିକି ରଖିଛି | ତାହା ସହିତ ଅର୍ଚନା କାହା କାହା ସହିତ ମିଶୁଥିଲେ, ଆଉ ଏହି ଭଳି ହନି ଟ୍ରାପ ପଛରେ କାହାର ଆଉ ହାତ ରହିଛି ସେ ବିଷୟରେ ମଧ୍ୟ ତଦନ୍ତ ଆରମ୍ଭ କରିଛନ୍ତି |
ଆଉ ଯାହା ଫଳରେ ଏହି ଘଟଣା କୁ ନେଇକି ପ୍ରତିକ୍ରିୟା ରଖିଛନ୍ତି ଅର୍ଚନା ଙ୍କର ଭଉଣୀ | ଆଉ ସେ କହିଛନ୍ତି କି ତାଙ୍କର ଭଉଣୀ ଅର୍ଚନା ଙ୍କର ଏହି ମାମଲାରେ କିଛି ବି ଭୁଲ ନାହିଁ | ସମସ୍ତଙ୍କର ଆଗକୁ କିଛି ଗୋଟିଏ ଲକ୍ଷ୍ୟ ଥାଏ, ଆଉ ଆଗକୁ କିଛି କରିବା ପାଇଁ ସେମାନେ ଚାହିଁଥାନ୍ତି |ତେବେ ସେହିଭଳି କିଛି କହିଛନ୍ତି ଅର୍ଚନା ଙ୍କ ଭଉଣୀ ଆଉ ସେ କହିଛନ୍ତି କି ଅର୍ଚନା ଆଗକୁ ଜଣେ ରାଜନେତା ହେବା ପାଇଁ ଚାହୁଁଛନ୍ତି | ଆଉ ଯେଉଁଥିପାଇଁ ସେ ବଡ଼ ବଡ଼ ରାଜ ନେତା ମାନଙ୍କ ସହିତ ମିଶୁଥିଲେ, ଆଉ ରାଜ ନେତା ମାନେ ମଧ୍ୟ ତାଙ୍କର ଘରକୁ ଆସୁଥିଲେ ବୋଲି କହିଛନ୍ତି ଅର୍ଚନା ଙ୍କର ଭଉଣୀ |
ଆଉ ଏହି କଥା ଅର୍ଚନା ଙ୍କ ସହିତ ମିଶୁଥିବା ରାଜନେତା ମାନେ ଜାଣିଥିବ ସର୍ତ୍ତେ ମଧ୍ୟ ସେମାନେ ଅର୍ଚନା ନିର୍ଦେଶ ବୋଲି କହୁନାହାନ୍ତି ଆଉ ଚୁପ ଅଛନ୍ତି | ଆଉ ଏଠାରେ ଅର୍ଚନା ଙ୍କର ବାପ ଘର, ଶାଶୂ ଘର ସହିତ, ଖଗା ଘର କୁ ମଧ୍ୟ ପୋଲିସ ତଦନ୍ତ କରାଉଛି |ଆଉ ସେପରେ ଅର୍ଚନା ଙ୍କ ନାଁ ରେ ଅଭିଯୋଗ କରିଥିବା ଶ୍ରଦ୍ଧାଞ୍ଜଳି ଙ୍କ ଘରେ ସାମ୍ବାଦିକ ମାନେ ପହଂଚିବା ପରେ ତାଙ୍କର ମା ସାମ୍ବାଦିକ ମାନଙ୍କୁ ଲାଠି ଉଠାଇଛନ୍ତି ମାରିବା ପାଇଁ | ଆଉ ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡିଆରେ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।