Odisha News Portal

ବର ମାରିଲେ ଫଟୋଗ୍ରାଫର କୁ ବ୍ରହ୍ମ ଚାପୁଡ଼ା,ଷ୍ଟେଜ ରେ ନବବଧୁ ଯାହା କଲେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

0 222

ସମାଜର ସବୁକିଛି ଧୀରେ ଧୀରେ ବହୁତ ପରିବର୍ତ୍ତନ ହୋଇ ଗଲାଣି।ଆଧୁନିକ ସମାଜରେ ସବୁ କ୍ଷେତ୍ରରେ ଟେକ୍ନୋଲୋଜି ର ବ୍ୟବହାରଏବଂ ତତସହିତ ମଣିଷର ଚାଳି ଚଳଣି ବଦଳିବାରେ ଲାଗିଛି। ଆପଣମାନେ ସମସ୍ତେ ଜାଣିଥିବେ ବିବାହ ଉତ୍ସଵ ରେ ଆଧୁନିକ ସମୟରେ କ୍ୟାମେରାର ବ୍ୟବହାର ବହୁତ ଗୁରୁତ୍ୱ ପୁର୍ଣ। ଆଜିକାଲି ଫ୍ୟାଶନ ହୋଇଗଲାଣି ସବୁ ସମୟ କିମ୍ବା ଫାଂକ୍ସନ କୁ କ୍ୟାମେରାରେ ରେକର୍ଡ କରିବା ଏବଂ ସେହି ସମୟକୁ ମନେ ରଖିବା। ସେହିପରି ଏକ ଭିଡିଓ ଦେଖା ଦେଇଛି ଯାହା ଆପଣଙ୍କୁ ସେ ବିଷୟରେ କହିବୁ।

ବିବାହ ଉତ୍ସବରେ ଫଟୋଗ୍ରାଫରଙ୍କୁ ବ୍ରହ୍ମଚାପୁଡ଼ା। ବରକୁ ବାଦଦେଇ ଲଗାତାର କନ୍ୟାର ଫଟୋ ଉଠାଉଥିଲେ ଫଟୋଗ୍ରାଫର ଏବଂ ବରବାବୁ କିଛି ସମୟ ନିରବ ରହିକି ହଠାତ ରାଗି ଯାଇଥିଲେ। ଆଉ ଫଟୋଗ୍ରାଫର ବାବୁଙ୍କର ଠାଣିବାଣୀରେ ବ୍ରେକ ଲାଗିଲା। ମଞ୍ଚ ଉପରେ ହିଁ ଫଟୋ ଉଠାଇବା ନିଶା ତାଙ୍କର ଛଡ଼ାଇଦେଲେ।

ବରବାବୁ କିଛି ଭାବି ନ ଭାବି ଉପସ୍ଥିତ ଅତିଥିଙ୍କ ଗହଣରେ ରାଗରେ ଫଟୋଗ୍ରାଫରଙ୍କୁ ଜୋରରେ ଏକ ଚାପୁଡ଼ା ମାରିଛନ୍ତି।ତେବେ ସବୁଠାରୁ ମଜାଦାର କଥା ହେଲା, ଏପରି ଦୃଶ୍ୟ ଦେଖି କନ୍ୟା ଜଣକ ହସି ହସି ବେଦମ୍ ହୋଇଯାଇଛନ୍ତି।

ଲାକଡାଉନ ସମୟରେ ବିଭିନ୍ନ ଉତ୍ସବ ପରି ବିବାହ ଉତ୍ସବ ମଧ୍ୟ ବନ୍ଦ ହୋଇଥିଲା। ଯାହା ଫେବ୍ରୁଆରୀ ମାସରୁ ପୁଣି ଥରେ ବିବାହ କାର୍ଯ୍ୟ ଆରମ୍ଭ ହୋଇଛି। ତେବେ ଦ୍ୱିତୀୟ ପର୍ଯ୍ୟାୟ ଏହି ବିବାହ ଋତୁରେ ଏକ ମଜାଦାର ଭିଡିଓ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି।

ଯେଉଁମାନେ ଭିଡିଓ ସବୁ ଦେଖୁଛନ୍ତି ସମସ୍ତେ ହସି ହସି ଗଡି ଯାଉଛନ୍ତି। ଏହି ଭିଡ଼ିଓରେ ବରବଧୂ ସଜବାଜ ହୋଇ ଷ୍ଟେଜ ଉପରେ ଛିଡ଼ା ହୋଇଥିବାର ଦେଖିବାକୁ ମିଳିଛି।ଆଉ ଫଟୋଗ୍ରାଫର ଜଣକ କେବଳ ବରବଧୂଙ୍କର ଫଟୋ ଉଠାଉଛନ୍ତି। ତେବେ କନ୍ୟାର କେବଳ ଫଟୋ ଉଠାଉ ଥିବାର ଭିଡ଼ିଓରେ ସ୍ପଷ୍ଟ ଜଣା ପଡ଼ିଛି।

କିନ୍ତୁ ବର ଜଣଙ୍କ କିଛି ସମୟ ପର୍ଯ୍ୟନ୍ତ ଫଟୋଗ୍ରାଫରର ଏହି ବ୍ୟବହାର ସହିଥିଲେ। ଧୈର୍ଯ୍ୟର ବନ୍ଧ ଭାଙ୍ଗିବା ପରେ ହଠାତ ରାଗିଯାଇ ଫଟୋଗ୍ରାଫର ଗାଲକୁ ବର ମାରିଥିଲେ ଏକ ବ୍ରହ୍ମଚାପୁଡ଼ା। ଉପସ୍ଥିତ ଅତିଥିମାନେ ଏ ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ, କାରଣ ଫଟୋଗ୍ରାଫର ଚାପୁଡ଼ା ଖାଇବା ପରେ କନ୍ୟା ହସି ହସି ତଳେ ବସି ପଡିଥିଲେ।ଏପଟେ ପ୍ରସ୍ତୁତ ନଥିବା ଫଟୋଗ୍ରାଫର ମଧ୍ୟ କନ୍ୟାଙ୍କ ହସ ଦେଖି ହସି ଦେଇଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ  ଭାଇରାଲ ହେଉଛି।

ଏହି ଭାଇରାଲ ଭିଡିଓ ରେ ଅନେକ କମେଣ୍ଟ ଆସିଛି। ଜଣେ ୟୁଜର ଲେଖିଛନ୍ତି, କନ୍ୟାକୁ ଏଥିପାଇଁ ଧନ୍ୟବାଦ ଜଣାଇବା ଦରକାର। କାରଣ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ପୂର୍ବରୁ ସେ ଘଟଣାକୁ ସମ୍ଭାଳି ନେଇଥିଲେ।ତାଙ୍କ ହସ ଦେଖି ଫଟୋଗ୍ରାଫର ଜଣଙ୍କ ମଧ୍ୟ ହସି ଦେଇଥିଲେ। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, କେତେ ସହଜରେ ଓ ସରଳରେ ଭାବେ କନ୍ୟା ପାଇଁ ଏତେ ବଡ଼ ଘଟଣା  ମଜାଳିଆ ପରିବେଶରେ ପରିଣତ ହୋଇଗଲା। ଯାହା ଏବେ ଘରେ ଘରେ ଭିଡିଓ ଘୁରି ବୁଲୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।