Odisha News Portal

ଦେଖନ୍ତୁ ଏହି ଦୃଶ୍ୟକୁ ! ଜଣେ ପୋଲିସ୍ ଅଫିସର୍ ବାପା ତାଙ୍କ ଝିଅ ସାମ୍ନାରେ ଖୁିସିରେ ସେଲ୍ୟୁଟ୍ କରୁଛନ୍ତି , କାରଣ ଜାଣିଲେ ଆପଣ ଙ୍କ ପାଦତଳୁ ମାଟି ଖସିଯିବ….

ବର୍ତ୍ତମାନର ଯୁଗ ହେଉଛି ଇଣ୍ଟରନେଟ୍ ର ଯୁଗ, ସୋସିଆଲ ମିଡିଆର ଯୁଗ । ଆଉ ଏହି ଯୁଗରେ କୌଣସି ବି ବଡ ଖବର କିମ୍ବା ଛୋଟ ଖବର ପ୍ରଚାର କିମ୍ବା ପ୍ରସାର କରିବା ପାଇଁ ଆଉ ଅଧିକ ସମୟ ଲାଗୁନାହିଁ । କୌଣସି ବି ଖୁସିକୁ ଲୋକମାନେ ଏହି ମାଧ୍ୟମରେ ସେଲିବ୍ରେଟ ମଧ୍ୟ କରୁଛନ୍ତି ଏବଂ ନିଜର କଳା ପ୍ରତିଭା ବି ସମସ୍ତଙ୍କୁ ଦେଖାଇ ପାରୁଛନ୍ତି । ତେବେ ବର୍ତ୍ତମାନ ସମୟରେ ଆମେ ସେହିପରି ଗୋଟିଏ ଘଟଣା ବିଷୟରେ ଆମେ ଆପଣମାନଙ୍କୁ ଏହି ଲେଖା ମାଧ୍ୟମରେ କହିବାକୁ ଯାଉଛୁ ଯାହା ଶୁଣିଲେ ଆପଣ ମଧ୍ୟ ଗର୍ବ କରିବେ । ତେବେ ସଂମ୍ପୂର୍ଣ୍ଣ ଘଟଣାଟି ହେଉଛି –

ଜଣେ ପୋଲିସ୍ ଅଫିସର୍ ବାପା ତାଙ୍କ ଝିଅ ସାମ୍ନାରେ ଖୁିସିରେ ସେଲ୍ୟୁଟ୍ କରୁଛନ୍ତି । ମୁହଁରେ ଗୋଟିଏ ଆଶ୍ବସ୍ତିକର ହସ, ବାସ୍ ମୁଁ ବହୁତ କିଛି ପାଇଗଲି । ବାପା ହୋଇ ଝିଅକୁ ଆଜି ସେଲ୍ୟୁଟ ମାରିଲେ ।

ପିଲା ବେଳେ ଏହି ହାତରେ କେତେ ମାଡ ଖାଇ ଥିବେ ସେ , ଅଝଟ ହୋଇଥିଲେ ଆଖି ଦେଖାଇ ଡରାଇ ଥିବେ ବାପା କିନ୍ତୁ ଆଜି ଆଖି କୁ ଆଖି ମିଶାଇ କର୍ତ୍ତବ୍ୟ ପାଳନ କରିଛନ୍ତି ପିତା ପୁତ୍ରୀ ଉଭୟ ।

ବାପା ଙ୍କ ଛାତି କୋଣ୍ଢେ ମୋଟ ଆଉ ଝିଅକୁ ସେଲ୍ୟୁଟ୍ ମାରିଛନ୍ତି ପରା ।ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଗୋଟିଏ ଫୋଟ ରେ ଦେଖିବା କୁ ମିଳିଛି ଯେ, ଦୁଇ ପୋଲିସ୍ ଅଧିକାରୀ ସଂପର୍କ ରେ ବାପା ଏବଂ ଝିଅ । କିନ୍ତୁ ଫରକ ଏତିକି ଝିଅ DSP ଏବଂ ବାପା CI ।

 ତେବେ ଉଭୟେ ଆନ୍ଧ୍ର ପ୍ରଦେଶ ପୋଲିସ୍ ସେବା ରେ ନିୟୋଜିତ । ଝିଅ ବଡ ଏବଂ ବାପା ଛୋଟ ଅଫିସର୍ । ହେଲେ ସମୟ ଉଭୟଙ୍କୁ ଗୋଟିଏ ପ୍ଲାଟଫର୍ମ ରେ ଏକାଠି୍ କରିଲା , ଆଉ କର୍ତ୍ତବ୍ୟ ଝିଅକୁ ସାଲ୍ୟୁଟ୍ ମାରିବା ପାଇଁ କହିଲା । ବାସ୍ କଥା କେବଳ ଏତିକି ।

ତେବେ ଏହି ଦୃଶ୍ୟ ବା ଚିତ୍ର ଟି ଆନ୍ଧ୍ର ପ୍ରଦେଶ ରାଜ୍ୟ ପୋଲିସ୍ ମିଟ୍ରୋ । ଯେଉଂଠି ଏକାଠି ହୋଇଥିଲେ DSP ଜେସି ପ୍ରଶାନ୍ତି ଏବଂ ପିତା ତଥା ପୋଲିସ୍ ଜିଲ୍ଲାରେ କାମ କରୁଥିବା CI ଶ୍ୟାମସୁନ୍ଦର । ସୌଜନ୍ୟ ଦୃଷ୍ଟିରୁ ବରିଷ୍ଠ ଅଧିକାରୀଙ୍କୁ ସାଲ୍ୟୁଟ୍ ମାରିଥିଲେ ଶ୍ୟାମସୁନ୍ଦର । ଆଉ ଝିଅ ପ୍ରଶାନ୍ତି ମଧ୍ୟ ହସ ହସ ମୁହଁରେ ବାପାଙ୍କ ସାଲ୍ୟୁଟ୍ ଗ୍ରହଣ କରିଥିଲେ । ଆଉ ତାପରେ ,ସବୁ ସାଧାରଣ ଭାବେ ଚାଲିଲା ।

କିନ୍ତୁ ଏହି ସାଲ୍ୟୁଟ୍ ର ଫୋଟ ଟି ସବୁଜିନ ପାଇଁ ଶ୍ମୃତି ହୋଇ ରହିଗଲା । କଥାରେ କଥାରେ କେହି ହୁଏତ କିଛି କହି ନାହାଁନ୍ତି କିନ୍ତୁ ପିତା ଭାବେ ନିଜ ଝିଅକ। ବାରି ହୋଇ ପଡିଥିଲା ସାଲ୍ୟୁଟ୍ ବେଳର ହସ, ସେହି ହସ ଯେଉଁ ହସ ଯେଉଁ ସାଲ୍ୟୁଟ୍ ଆଜି ଭାଇରାଲ ହେଉଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।