ଆଜି ଆମେ ଆପଣ ମାନଙ୍କୁ ବର୍ଷା ଜଳର କିଛି ଚମତ୍କାରୀ ଉପାୟ ବିଷୟରେ ଜଣାଇବାକୁ ଯାଉଛୁ । ଯେଉଁ ଉପାୟମାନ କରିଲେ ଧନ ସୁଖ ସମୃଦ୍ଧି ବୃଦ୍ଧି ପାଇବା ସହିତ ରୋଗ ଏବଂ ଋଣ ଇତ୍ୟାଦି ସମସ୍ୟାର ସମାଧାନ ହୋଇଥାଏ । ସେଥିପାଇଁ ଏହି ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିହାତି ଭାବରେ ପଢନ୍ତୁ । ଜଳ କେବଳ ଶୋଷ ମେଣ୍ଟାଇନଥାଏ କିମ୍ବା କେବଳ ଦୈନନ୍ଦିନ କାର୍ଯ୍ୟରେ ଆସିନଥାଏ ବରଂ ମନୁଷ୍ୟର ଅନେକ ସମସ୍ୟା ମାନ ଦୂର କରିବା ସହିତ ମନୁଷ୍ୟକୁ ଧନ,ସୁଖ , ସମୃଦ୍ଧି ଆଣି ଦେଇଥାଏ । ତେବେ ବର୍ଷା ଦିନରେ ହିଁ ଏହି ବର୍ଷା ଜଳକୁ ନେଇ କିଛି ଉପାୟ କରନ୍ତି ତେବେ ସେହି ବର୍ଷା ଜଳ ଆପଣଙ୍କୁ ଅନେକ ଚମତ୍କରୀ ଫଳ ପ୍ରଦାନ କରିଥାଏ ଏବଂ ଦରିଦ୍ରତା ଦୂର କରିଥାଏ । ତେବେ ଚାଲନ୍ତୁ ଜାଣିବା କଣ ସେହି ଉପାୟ ଗୁଡିକ ବିଷୟରେ ।
1. ଅଚାନକ ଧନ ପ୍ରାପ୍ତିର ଇଚ୍ଛା ରଖିଥିବା ମନୁଷ୍ୟ-
ସ୍ବାତୀ ନକ୍ଷତ୍ର ଦିନ ଯଦି ବର୍ଷା ହେଉଥାଏ ତେବେ ସେହି ଦିନ ଏକ ପାତ୍ର ନେଇ ଘରର ଐଶାନ୍ୟ କୌଣରେ ରଖି ଦିଅନ୍ତୁ । ଯଦି ଐଶାନ୍ୟ କୋଣରେ ପାତ୍ର ରଖିବାର ସୁବିଧା ନଥାଏ ତେବେ ଛାତ ଉପରେ ବା ତଳେ କୌଣସି ବି ସ୍ଥାନରେ ପାତ୍ରଟିକୁ ରଖି ଦିଅନ୍ତୁ ଏବଂ ସେହି ପାତ୍ର ବର୍ଷା ଜଳରେ ପୂର୍ଣ୍ଣ ହୋଇଗଲେ , ସେହି ବର୍ଷା ଜଳ ପୂର୍ଣ୍ଣ ପାତ୍ରଟିକୁ ଘରର ଐଶାନ୍ୟ କୌଣରେ ରଖିଦିଅନ୍ତୁ । ଏହାପରେ ଏହି ଜଳକୁ ଗୋଟିଏ ଆବଦ୍ଧ ପାତ୍ରରେ ରଖି ସିନ୍ଦୁକ ବା ଲକରରେ ରଖି ଦିଅନ୍ତୁ । ଏହାଫଳରେ ଦରିଦ୍ରତା ଦୂର ହୋଇଥାଏ ଏବଂ ଧନର ଆଗମନ ହୋଇଥାଏ ।
2. ଯଦି କୌଣସି ବ୍ୟକ୍ତିଙ୍କର ବ୍ୟବସାୟରେ କ୍ଷତି ଘଟୁଥାଏ –
ତେବେ ଏକ ନୂଆ କିମ୍ବା ସଫା ପିତଳ ଘଟାରେ ବର୍ଷା ଜଳ ଭର୍ତ୍ତି କରି ,ସେହି ଜଳରେ ମାତା ଲକ୍ଷ୍ମୀଙ୍କର ଅଭିଷେକ କରନ୍ତୁ ଏବଂ ତାସହିତ ମାତା ଲକ୍ଷ୍ମୀଙ୍କର ମନ୍ତ୍ର୍ ପାଠ କରନ୍ତୁ । ବହୁତ ସୁଫଳ ମିଳି ଥାଏ ।
3. ଯଦି କାହାର ପରିବାରରେ କଳହ ତଥା ଅଶାନ୍ତି ଲାଗି ରହୁଥାଏ, ପାରିବାରିକ ସୁଖ ଶାନ୍ତି ମିଳୁନଥାଏ । ତେବେ ଯଦି ପରିବାରରେ ଶାନ୍ତି ଆଣିବାକୁ ଚାହୁଁଛନ୍ତି , ତାହେଲେ ବର୍ଷା ଜଳରେ ବିଷ୍ଣୁ ଭଗବାନଙ୍କର ସ୍ନାନ କରାନ୍ତୁ ବା ଅଭିଷେକ କରାନ୍ତୁ । ଆଉ ତାସହିତ ଓଁ ନମଃ ଭଗବତେ ବାସୁଦେବାୟଃ । ଏହି ମନ୍ତ୍ର 108 ଥର ଜପ କରନ୍ତୁ , ତେବେ ଯାଇ ପରିବାରରେ ସୁଖଶାନ୍ତି ଏବଂ ସମୃଦ୍ଧି ବୃଦ୍ଧି ପାଇବ ।
4. ଯଦି କୌଣସି ବ୍ୟକ୍ତିଙ୍କ ପରିବାବରେ ବିଶୃଙ୍ଖଳା ସୃଷ୍ଟି ହେଉଥାଏ, ଆଶ୍ଚର୍ଯ୍ୟ ଜନକ ଘଟଣା ମାନ ଘଟୁଥାଏ,ଏମିତି ଜଣାପଡେ କି ଘରେ ଯେମତି ନକରାତ୍ମାକ ଶକ୍ତି ବାସ କରୁଛି – ତେବେ ବର୍ଷା ଜଳକୁ ଏକ ପାତ୍ରରେ ଭରି କରି ଘରର କୌଣସି ପରିଷ୍କାର ଜାଗାରେ ରଖି ଦିଅନ୍ତୁ ଏବଂ ହନୁମାନଙ୍କ ଚାଳିଷା 51 ଥର ପାଠ କରନ୍ତୁ । ଏହାପରେ ସେହି ପାତ୍ରଟିକୁ ଆମ୍ବପତ୍ର କିମ୍ବା ଦେବଦାରୁ ପତ୍ରରେ ଘରର ସମସ୍ତ ସ୍ଥାନରେ ଛିଞ୍ଚନ କରିଦିଅନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।