ହଁ ଦର୍ଶକ ବନ୍ଧୁ ଏବେ ଏବେ ସୋସିଆଲ ମିଡିଆରେ ଏକ ଭିଡ଼ିଓ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି | ଯେଇଁ ଭିଡ଼ିଓ ରେ ଦେଖା ଯାଉଛି ଜଣେ ନାବାଳିକା ଛାତ୍ରୀ ଯିଏ କି ସପ୍ତମ ଶ୍ରେଣୀ ରେ ଅଧୟନ କରୁଥିବା ଜଣା ପଡିଥିବା ବେଳେ ସେ ଏବେ ଗର୍ଭବତୀ ଅଛି ବୋଲି ଥାନାରେ ଅଭିଯୋଗ ହେଇଛି | ତେବେ ଏ ସମାଜରେ ଘଟୁଥିବା ଏହିପରି ନିନ୍ଦନୀୟ, ଲଜ୍ୟା ଜନକ ଘଟଣା,ସମସ୍ତ ଙ୍କୁ ଚକିତ କରିଛି | ହଁ ଆଜ୍ଞା ଯେଇଁ ମଣିଷ କୁ ଆମେ ସର୍ବଶ୍ରେଷ୍ଠ ପ୍ରାଣୀ କହିଥାଉ ସେହି ମଣିଷ ବୟସ ତାରତମ୍ୟ କୁ ନ ଦେଖି ପଶୁଙ୍କ ଠୁ ହୀନ କାର୍ଯ୍ୟ କରୁଥିବାର ଦେଖା ଯାଇଛି | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ସଂପୂର୍ଣ ଘଟଣା ଉପରେ ନଜର ପକାଇବା |
ତେବେ ଯାହା କୁହାଯାଉଛି କି ମିଳିଥିବା ସୂଚନା ଅନୁଯାୟୀ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ, ବେଲଘର ଗ୍ରାମ ପଂଚାୟତ ରେ ଥିବା ରାଙ୍ଗାପୁର ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେଇଥିବା ବେଲଘର ଥାନାରେ ଅଭିଯୋଗ ହେଇଛି | ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଅଧିନସ୍ଥ ତଥା କୁଟିଆ ଉନ୍ନୟନ ସଂସ୍ଥା ଦ୍ୱାରା ପରିଚାଳିତ ଏହି ବିଦ୍ୟାଳୟ ରେ କୁଟିଆ ଶତାଧିକ ଛାତ୍ରୀ ଏହି ବିଦ୍ୟାଳୟ ରେ ରହି ପାଠ ଅଧୟନ କରନ୍ତି | ତେବେ ସମସ୍ତ ସୁବିଧା ଓ ସୁରକ୍ଷା ରହିଥିଲେ ମଧ୍ୟ ଏପରି କଳଙ୍କିତ ଅଭାବନୀୟ ଘଟଣା ଘଟିଥିବାରୁ ଆଦିମ ଜନଜାତି ଛାତ୍ରୀ ଙ୍କ ସୁରକ୍ଷା କୁ ନେଇ ଏବେ ପ୍ରଶ୍ନ ଉଠୁଛି |
ତେବେ ସୂଚନା ଅନୁଯାୟୀ ଏହି ବିଦ୍ୟାଳୟ ରେ ସପ୍ତମ ଶ୍ରେଣୀ ଅଧୟନ କରୁଥିବା ସାତେରି ଗ୍ରାମର ଜଣେ ଛାତ୍ରୀ ଗର୍ଭବତୀ ଥିବା ଜାଣି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସତ୍ୟବାନ ସିଂହ ବେଲଘର ଥାନାରେ ଅଭିଯୋଗ କରିଛନ୍ତି | ତେବେ ଅଭିଯୋଗ ପରେ ଏକ ମାମଲା ରୁଜୁ କରିଥିଲେ ବେଲଘର ଥାନା ଅଧିକାରୀ ଦୀପକ ରାଓ | ତେବେ ସୂଚନା ମୁତାବକ ଛାତ୍ରୀଙ୍କ ସମତେ ଏକ ଛାତ୍ର ଙ୍କ ଅଟକ ରଖି ପୋଲିସ ପଚାରା ଉଚରା ଜାରିରଖିଛି | ତେବେ ଏ ସମସ୍ତ ଘଟଣା ର ପଚାରା ଉଚରା ପରେ ଡାକ୍ତରୀ ମାଇନା ପାଇଁ ନିଜ ହେପାଜତ ରେ ନେଇ ଯାଇଛନ୍ତି | ସୂଚନା ମୁତାବକ ଛାତ୍ର ଜଣଙ୍କ ମଧ୍ୟ ଜଣେ ନାବାଳକ ହେଇଥିବା ବେଳେ ସେ ଗୁମା ଆବାସିକ ବିଦ୍ୟାଳୟ ର କରୁଥିବା ର ଜଣା ପଡିଛି |
ତେବେ ଛାତ୍ରୀ ଜଣଙ୍କର ଏହିପରି ଅବସ୍ଥା ଦେଖି ଅନ୍ୟ ଛାତ୍ରୀ ମାନଙ୍କର ଅଭିଭାବକ ମାନେ ଚିନ୍ତା ପ୍ରକଟ କରିଛନ୍ତି | ତେବେ ଏ ଘଟଣା ର ସଠିକ ତଦନ୍ତ କରି ଅଭିଯୁକ୍ତଙ୍କୁ ଉଚିତ ଦଣ୍ଡ ଦିଆଯାଉ ବୋଲି ଅଭିଭାବକ ଙ୍କ ସମତେ ଜନସାଧାରଣ ମାନେ ମଧ୍ୟ ନିବେଦନ କରିଛନ୍ତି | ଆଉ ଯେଉଁ ଘଟଣା କୁ ନେଇକି ଲୋକ ମାନଙ୍କ ମଧ୍ୟରେ ପ୍ରତିକ୍ରିୟା ଦେଖିବାକୁ ମିଳିଛି | ଆଉ ଯାହା ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।