ବାପା ରାକ୍ଷସ…ମାଆ ଡାହାଣୀ… ମାତ୍ର 6 ବର୍ଷ ଛୁଆକୁ କଲେ ଏମିତି.. ଦେଖନ୍ତୁ Video

ପୁଣି ସୋସିଆଲ ମିଡ଼ିଆରେ ଏହି ପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଏବେ ବାପା ମା ଓ ଛୁଆ ର ସମ୍ପର୍କ ଉପରେ କଥା ଆସୁଛି। କେଉଁଠି ବାପା ଓ ମା ଦୁହେଁ ଗୋଟିଏ ପିଲା ପାଇଁ କିଛି ବି କରିବାକୁ ପଛାଉ ନାହାଁନ୍ତି ହେଲେ ଏଠି ସେହି ଛୁଆ କୁ ପିଟିପିଟି ମାରି ଦେଇଛନ୍ତି। ଏହିପରି ଘଟଣା ଗଂଜାମ ଜିଲ୍ଲାରେ ଦେଖିବାକୁ ମିଳିଛି। ଏଠାରେ ୬ ବର୍ଷ ବୟସର ଛୁଆ ଟିର ବାପା ଓ ସାବତ ମା ରହି ଥାଆନ୍ତି। ଆଉ ତାର ନିଜ ମା ପରେ ଆଉ ଗୋଟିଏ ମା ର ସ୍ନେହ ପାଇଁ ବାପା ଆଉ ଜଣେ ମହିଳା ଙ୍କୁ ବିବାହ କରିଥିଲେ ହେଲେ ପରବର୍ତ୍ତୀ ସମୟରେ ମା ନିଜେ ରାକ୍ଷସୀ ପାଲଟି ଯିବେ ତାହା କିଏ ବା ଜାଣିଥିଲେ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେ ବିଷୟରେ।

ମା ସର୍ବଦା ଛୁଆ ର କଷ୍ଟ ଦେଖିଲେ ସହି ପାରି ନଥାଏ ଆଉ ବାପା ସବୁ ବେଳେ ଛୁଆ ମାନଙ୍କ ମୁହଁ ରେ ହସ ପାଇଁ କିଛି ବି କରି ଥାଆନ୍ତି ହେଲେ ଏଠି ଯାହା ହେଲା ତାହାକୁ ନେଇ ପ୍ରଶ୍ନବାଚୀ ଉଠୁଛି। ଏଠାରେ ସେହି ୬ ବର୍ଷର ଛୁଆ ପାଇଁ ସବୁବେଳେ ବାପା ଓ ସାବତ ମା ମଧ୍ୟରେ ଝଗଡା ହୋଇଥାଏ। ଆଉ ସେହିପରି ସେଦିନ ଦୁହିଁଙ୍କ ମଧ୍ୟରେ ତିକ୍ତତା ବହୁତ ଜୋରରେ ହେବା ଦ୍ୱାରା ନିୟନ୍ତ୍ରଣ ରହି ନଥିଲେ ଆଉ। ସେହି ସମୟରେ ଘରେ ଥିଲା ସେହି କୁନି ଛୁଆ ଟି ସେ ଖାଇବାକୁ ମାଗିଥିଲେ ଯାହା ପାଇଁ ତା ବାପା ତାଙ୍କ ବହୁତ ମାରିଥିଲେ ଏବଂ ସେ ସଂଗେ ସଂଗେ ଘର ବାହାରକୁ ପଳେଇ ଥିଲା ରାତିରେ ବାହାରେ ସାବତ ମା କେଉଁ ଜିନିଷ ରେ ଛୁଆ ମୁଣ୍ଡକୁ ପିଟି ଦେଇଥିଲେ ଯାହା ଦ୍ୱାରା ସଂଗେ ସଂଗେ ରକ୍ତାକ୍ତ ଅଵସ୍ଥାରେ ମୃତ୍ୟୁ ହୋଇଥିଲା।

ଏହି ଦୁହିଁଙ୍କ ପାଇଁ ଛୁଆ ର ଜୀବନ ନଷ୍ଟ ହୋଇଗଲା ଯାହା ସମାଜ ପାଇଁ ବଡ଼ କଳଙ୍କ ହୋଇଗଲେ ଦୁହେଁ। କୁନି ଛୁଆ ଟି ଦୁନିଆ ବିଷୟରେ ଜାଣିବା ଆଗରୁ ତାର ଜୀବନ କିଛି ସମୟ ଭିତରେ ଚାଲିଗଲା। ମା ଦେଇଥାଏ ମମତା ହେଲେ ଏଠି ମା ଦେଇ ଦେଇଛି ଛୁଆ କୁ ମରଣ। ଆଉ ଯିଏ ଜନ୍ମ କରିଥାଏ ସେ ବି ଜୀବନ ନେଇପାରେ ତାହାକୁ ପ୍ରମାଣ କରି ଦେଇଛନ୍ତି।

ଏହି ଘଟଣା ପରେ ଦୁହେଁ ତାଙ୍କୁ ଲୁଚେଇବା ପାଇଁ ପ୍ରୟାସ କରିଥିଲେ ମଧ୍ୟ ଗାଁ ଲୋକ ପୋଲିସ ଙ୍କୁ ଖବର ଦେଇଥିଲେ ଆଉ ଏବେ ତଦନ୍ତ ଚାଲିଛି ଯାହା ସବୁ ସୂଚନାଯୋଗ୍ୟ। ଏହି ଘଟଣା କୁ ନେଇ ସମାଜ ଉପରେ ଏବେ ବଡ଼ ପ୍ରଭାବ ପଡିଛି ଏବଂ ଜଣେ ବାପା ଓ ମା କେବେ ନୂଆ ଜୀବନ ଦେଇ ଥାଆନ୍ତି ହେଲେ ଛୁଆ ର ଜୀବନ ନେଇ ପାରେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment