Odisha News Portal

ଦେଖନ୍ତୁ Shocking Video : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଫେରୁଥିଲା ପୁଅ ଅଧା ବାଟରେ ଚାଲିଗଲା ଜୀବନ, cctv Live ଭିଜୁଆଲ ଦେଖିଲେ ହୋସ ଉଡିଯିବ

ଜନ୍ମ ଅଛି ତୋ ମୃତ୍ୟୁ ଅଛି, କିନ୍ତୁ ମୃତ୍ୟୁ କାହାକୁ କେତେବେଳେ କବଳିତ କରିବ ତାହା କେହି କହି ପାରିବେ ନାହିଁ। ଆପଣ ମାନେ ଦେଖିଥିବେ ଯେ ଯେପରି ସାରୁ ପତ୍ରରେ ପାଣି ଢଳ ଢଳ ହୋଇଥାଏ ଠିକ ସେହିପରି, ମନୁଷ୍ୟ ଜୀବନ ମଧ୍ୟ ଠିକ ସାରୁ ପତ୍ର ସଦୃଶ। ସବୁ ଜୀଵଙ୍କ ଠାରୁ ମଣିଷ ଏମିତି ଏକ ଜୀଵ ଯିଏକି, ନିଜର ଭାବକୁ ଅନ୍ୟ ଆଗରେ ପ୍ରକାଶ କରିପାରନ୍ତି, ଯଦି ନିଜ ଲୋକ କେହି ଆମ ଗହଣରୁ ଚାଲିଯାଏ ତାହା ଆମକୁ ଅନେକ କଷ୍ଟ ଦେଇଥାଏ, କାରଣ ନିଜ ଲୋକଙ୍କ ମୃତ୍ୟୁ ସହିବା ଭାରି କଷ୍ଟ, ହୋଇଥାଏ। ଏହି ମୃତ୍ୟୁ କୁ ନେଇ ବେଳେ ବେଳେ ଏଭଳି କିଛି ଖବର ଶୁଣିବା ପାଇଁ ମିଳେ ଯାହାକୁ ଦେଖିଲା ପରେ ଆମେ ନିଜର ଲୁହକୁ ଆୟତ୍ତ କରିବା ଅସମ୍ଭବ ହୋଇପଡେ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଦୁଃଖଦ ଘଟଣା ଘୋଟିଯାଇଛି। ଯାହାକି ବାପାଙ୍କ ମୃତ୍ୟୁ ଖବର ପାଇଁ ପୁଅ ଆସୁଥିବା ସମୟରେ ତାଙ୍କର ଏକ ଦୃଘଟଣାରେ ଜୀବନ ଚାଲିଯାଇଛି। ଏହି ଘଟଣା ଟି ଏତେ ହୃଦୟସ୍ପର୍ଶୀ ଯେ ଲୋକେ ଅତ୍ୟନ୍ତ ଦୁଃଖ ପ୍ରକାଶ କରୁଛନ୍ତି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ;

ତେବେ ବନ୍ଧୁଗଣ ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି, କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ ଭମଣ୍ଡା ଗ୍ରାମରେ, ସୂଚନା ଅନୁସାରେ ତାପସ ନାମକ ଜଣେ ଯୁବକ ସେ ଢେଙ୍କାନାଳ ରେ କାମ କରନ୍ତି, ଅଚାନକ ତାଙ୍କ ବାପାଙ୍କ ମୃତ୍ୟୁ ଖବର ଶୁଣିବା ପରେ ସେ ଏବଂ ତାଙ୍କ ପିଉସୀଙ୍କ ଝିଅ ଏକ ସ୍କୁଟି ନେଇ ଢେଙ୍କାନାଳ ରୁ ନିଜ ଗାଁ କୁ ଫେରୁଥିଲେ , ତେବେ ବାଟରେ ଆସୁଥିବା ସମୟରେ ହଠାତ ଆଗରେ ଆସୁଥିବା ଏକ କାର ସହ ତାଙ୍କ ବାଇକ ଧକ୍କା ହୋଇଥିଲା। ରଶ୍ମିତା ଏବଂ ତାପସଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନିଆଯାଇଥିଲା ହସ୍ପିଟାଲରେ ଚିକିତ୍ସା ଧୀନ ଅବସ୍ଥାରେ ତାପସଙ୍କ ଦେହାନ୍ତ ହୋଇଗଲା। ଏବଂ ପିଉସୀ ଝିଅ ଭଉଣି ତାଙ୍କର ଅବସ୍ଥା ଏବେ ଗୁରୁତର, ବର୍ତ୍ତମାନ ତାଙ୍କ ଚିକିତ୍ସା ଜାରି ରହିଛି।

ଆକ୍ସିଡେଣ୍ଟ ର ସମ୍ପୂର୍ଣ୍ଣ ଦୃଶ୍ୟ ଲାଗିଥିବା ସିସି ଟିଭି ରେ କଏଦ ହୋଇଯାଇଥିଲା। ତେବେ ଏଭଳି ପୁଅର ମୃତ୍ୟୁ ଖବର ପାଇବା ପରେ ତାଙ୍କ ପରିବାର ଆତ୍ମୀୟ ଜନଙ୍କ ଉପରେ ଯେମିତି ଦୁଃଖ ର କଳାବାଦଲ ଖସି ପଡିଛି। ସମସ୍ତେ ନିସ୍ତବ୍ଧ ହୋଗଲେ କାରଣ ପୁଅ ଆସିଥିଲେ ବାପାର ଅନ୍ତିମ ସତ୍କାର କରିଥାନ୍ତା। କିନ୍ତୁ ଉଭୟ ବାପା ପୁଅ ଚାଲିଗଲେ ଆଉ ଏବେ ତାଙ୍କ ପରିବାର କିପରି ଚଳିବ ତାହା ବର୍ତ୍ତମାନ ସମୟରେ ଏକ ପ୍ରଶ୍ନବାଚି ସୃଷ୍ଟି କରିଛି। ଆପଣ ମାନେ ଥରେ ଚିନ୍ତା କରନ୍ତୁ ସେହି ମାଆ ଉପରେ କଣ ବିତୁୁଥିବ ଯିଏ ନିଜର ସନ୍ତାନ ଏବଂ ସିନ୍ଦୁରକୁ ହରେଇଛି, ସତରେ ଏହା ବହୁତ ଦୁଃଖଦ ଘଟଣା ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।