Odisha News Portal

କରୋନା ରେ ପୀଡିତ ବାପାଙ୍କ ଚିକିତ୍ସା ପାଇଁ ଆକୁଳ ନିବେଦନ କରୁଛି ପରିବାର, ଅଧିକରୁ ଅଧିକ ସେୟାର କରିବାକୁ ହାତ ଯୋଡି କଲେ ଅନୁରୋଧ…

କରନା ମହାମାରୀ ବାସ୍ତବରେ ଏମିତି ଦୁଃଖ ଦେବାରେ ଲାଗିଛି ଯାହା କହିଲେ ନସରେ।ଏହି ମାରାତ୍ମକ ରୋଗରେ ଅନେକ ଲୋକ ସଂକ୍ରମିତ ହେଉଥିବା ବେଳେ ଏଥିରେ ଗରିବ ଅଭାବୀ ଲୋକ ଚିକିତ୍ସା ପାଇଁ ବହୁତ ହଇରାଣ ହେଉଛନ୍ତି। ଅନେକ ସମୟରେ ଚିକିତ୍ସା ଅଭାବରୁ ସେମାନଙ୍କର ମୃତ୍ୟୁ ମଧ୍ୟ ହେଉଛି। ଗୁରୁତର ସ୍ଥିତି ଆଡ଼କୁ ଯିବା ପରେ ଗରିବ ପରିବାରର ଲୋକେ ଚିକିତ୍ସା କରିବା ପାଇଁ ଅସହାୟ ହୋଇ ପଡ଼ୁଛନ୍ତି ଏବଂ ନିଜ ଲୋକଙ୍କୁ ଅନେକ ସମୟରେ ବଞ୍ଚାଇ ବି ପାରୁ ନାହାଁନ୍ତି। ଅନେକ ସମୟ ରେ ଏଭଳି ଘଟଣା ସମ୍ପର୍କରେ ଆପଣ ଆସୁଥିବେ ନିଶ୍ଚିତ ଏବଂ ଏହା ସମସ୍ତଙ୍କୁ ବ୍ୟଥିତ କରୁଥିବ।

ସେହିପରି ଏକ ଦୁଃଖଦ ଘଟଣା ଏବେ ସାମ୍ନାକୁ ଆସିଛି ଯାହା ଏକ ଦୟନୀୟ ସ୍ଥିତିକୁ ବୟାନ କରୁଛି। ଆପଣ ତ ଜାଣିଛନ୍ତି କରନା ମହାମାରି ଯେ କେତେ ପରିବାରକୁ ଗଭୀର ଦୁଃଖ ଭିତରକୁ ଠେଲି ଦେଇଛି ତାର ହିସାବ ନାହିଁ। କିଏ ନିଜର ସ୍ୱାମୀକୁ ହରାଇଛି ତ କିଏ ପୁଣି ନିଜର ସ୍ତ୍ରୀକୁ। କିଏ ପୁଣି ବାପା ମାଆ ଙ୍କୁ ହରାଇ ଅନାଥ ହୋଇ ଯାଇଛି ତ ପୁଣି କିଏ ବାପା, ମାଆ ଛେଉଣ୍ଡ। ପୁଣି କେଉଁ ପରିବାରରେ ନିଜର ରୋଜଗାରିଆ ପୁଅକୁ ହାରାଇ ବାପା, ମାଆ ଅସହାୟ, ବେସାହାରା ହୋଇ ପଡିଛନ୍ତି। ଅନେକ କରୁଣ କାହାଣୀ ଦେଖିବା ପାଇଁ ମିଳିଛି ଏହି କରନା ମାହାମାରି ସମୟରେ। ସେହିପରି ଏକ ଦୁଃଖଦ ଖବର ଏବେ ସାମ୍ନାକୁ ଆସିଛି।

ଯେଉଁ ଘଟଣା ବୟାନ କରୁଛି ଯେ କିପରି ଆର୍ଥିକ ଅନଟନ କରଣରୁ ଲୋକେ ଦୁଃଖଦ ସ୍ଥିତି ର ସମ୍ମୁଖୀନ ହେଉଛନ୍ତି।ଯାହାକୁ ଦେଖିଲେ ଆପଣ ବି ଧର୍ଯ୍ୟ ହରା ହୋଇ ପଡ଼ିବେ।ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଭଦ୍ରକ ଜିଲ୍ଲାରୁ।ଏଠାରେ ଜଣେ ସ୍ତ୍ରୀ ତାଙ୍କର ସ୍ୱାମୀଙ୍କ କରନା ଚିକିତ୍ସା ପାଇଁ ସହାୟତା ପାଇଁ ନିବେଦନ କରିଛନ୍ତି। ତେବେ ସେ ଓଡ଼ିଶା ବାସୀ ଙ୍କୁ ଆକୁଳ ନିବେଦନ କରିଛନ୍ତି ଯେ ତାଂକୁ ଆର୍ଥିକ ସହାୟତା ଦେବା ପାଇଁ। ତାଙ୍କ ସ୍ଵାମୀ ଜନେ ଅଟୋ ଡ୍ରାଇଭର।ସେ ଏଭଳି ସ୍ଥିତି ରେ ଅଛନ୍ତି ଯେ ତାଙ୍କର ଅବସ୍ଥା ଗୁରୁତର ହୋଇ ପଡ଼ିଛି। ଆଉ ତାଙ୍କୁ ଭଲ କରିବା ପାଇଁ ଯେଉଁ ଚିକିତ୍ସା ର ଆବଶ୍ୟକତା ରହିଛି ସେଥିପାଇଁ ଆର୍ଥିକ ସମ୍ବଳ ତାଙ୍କ ପଖରେ ନାହିଁ।

ତାଙ୍କ ସ୍ଵାମୀ ଜଣେ ଅଟୋ ଡ୍ରାଇଭର ହୋଇ ଥିବାରୁ ତାଙ୍କ ପରିବାରର ଆର୍ଥିକ ଅବସ୍ଥା ସେତିକି ସ୍ୱଚ୍ଛଳ ନୁହେଁ। ତେଣୁ ତାଙ୍କୁ ବଞ୍ଚାଇ ଦିଅନ୍ତୁ ବୋଲି ତାଙ୍କ ସ୍ତ୍ରୀ ନିବେଦନ କରିଛନ୍ତି। ତାଙ୍କ ପୁଅ ମଧ୍ୟ ତାଙ୍କ ବାପାଙ୍କ ଚିକିତ୍ସା ପାଇଁ ସହାୟତା ଦେବାକୁ ନିବେଦନ କରିଛନ୍ତି। ତାଙ୍କ ବାପାଙ୍କ ରୋଜଗାର ରେ ହିଁ ପରିବାର ଚାଲେ। ଏବେ ତାଙ୍କ ବାପାଙ୍କ ଏଭଳି ସମୟ ରେ ସେମାନେ ସମସ୍ତେ ଭାଙ୍ଗି ପଡିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।