ନିଶବ୍ଦ ଶ୍ମଶାନ ଆଉ ବଣ ବୁଡ଼ରେ ଢାଙ୍କି ହୋଇ ରହିଛି ମଶାଣି। ରାସ୍ତାରେ ଛିଡ଼ା ହେଲେ ବି ଶ୍ମଶାନ ଠିକ୍ ଭାବରେ ଦେଖା ଯାଉ ନଥାଏ। ଖାଲି କୋଠା ଘରଟିକୁ ଦେଖିଲା ପରେ ଜାଣି ପାରିବେ ଯେ ସେଠାରେ ଗୋଟିଏ ଶ୍ମଶାନ ଅଛି ବୋଲି। ଆଉ ଏହି ଶୁନଶାନ୍ ସ୍ଥାନରେ ବସି ରହିଛନ୍ତି ଜଣେ ବୃଦ୍ଧ। ଆଉ ଅପେକ୍ଷା କରି ରହିଛନ୍ତି ତାଙ୍କ ପୁଅକୁ। କେତେବେଳେ ତାଙ୍କ ପୁଅ ଫେରିବେ ଆଉ ତାଙ୍କୁ ସାଥିରେ ନେଇ ଯିବେ ସେହି ଅପେକ୍ଷାରେ ରହିଛନ୍ତି ଏହି ବୃଦ୍ଧ ଜଣଙ୍କ।
ହଁ ଆଜ୍ଞା ଶ୍ମଶାନରେ ବାପା ବସିଛନ୍ତି ପୁଅର ଫେରିବା ବାଟକୁ ଚାହିଁ। ବେଳେ ବେଳେ ନିଜ ପୁଅକୁ ବଡ ପାଟିରେ ଡାକ ମଧ୍ୟ ପକାଉଛନ୍ତି ହେଲେ ପୁଅ ଆସୁନି କି କେବେ ବି ଆସିବନି। କାରଣ ତାଙ୍କ ପୁଅ ଆଉ ଏ ଦୁନିଆରେ ନାହିଁ। ଦୁନିଆ ଛାଡି ସବୁଦିନ ପାଇଁ ଚାଲି ଯାଇଛି ଅଫେରା ରାଇଜକୁ। ସେଠି ନା ବାପାଏ ଡାକ ପହଁଚି ପାରୁଛି ନା ପୁଅ ଶୁଣି ପାରୁଛି। ତଥାପି ନିଜ ପୁଅର ଫେରିବା ବାଟକୁ ଚାହିଁ ରହିଛନ୍ତି ଏହି ଅବୁଝା ବାପା ଜଣଙ୍କ।ଏଇ ବାପା ତାଙ୍କ ପୁଅକୁ ହରାଇ ଏପରି ଭାଙ୍ଗି ପଡ଼ି ଛନ୍ତି ଯେ ତାଙ୍କର ପୁଅର ମୃତ୍ୟୁକୁ ସେ ଗ୍ରହଣ କରି ପାରି ନାହାନ୍ତି। ସେଥି ପାଇଁ ଏମିତି ଦିନ ରାତି ଏକ କରି ବସି ରହିଛନ୍ତି ମଶାଣିରେ। ଆଉ ପୁଅର ଫେରିବା ବାଟକୁ ଚାହିଁ ରହିଛନ୍ତି। ଆପଣ ମାନେ ଜାଣି ଆଶ୍ଚର୍ଯ୍ୟ ହେବେ କି ଯେଉଁଠି ପୁଅର ଅନ୍ତିମ ସଂସ୍କାର କରା ଯାଇଥିଲା ସେଇଟି ମାସ ମାସ ଧରି ବସି ରହିଛନ୍ତି ଏହି ବାପା।
ତେବେ ଏହି ବୃଦ୍ଧ ବାପା ଜଣଙ୍କ ହେଉଛନ୍ତିପୁରୀ ନିମାପଡ଼ା ବ୍ଲକ ଭୁଆଁ ଗାଁର ଗୌତମ ମହାନ୍ତି।୮ ବର୍ଷ ତଳେ ଦୁର୍ଘଟଣା ରେ ପ୍ରାଣ ହରାଇ ଥିଲେ ପୁଅ। ହଠାତ ପୁଅର ମୃତ୍ୟୁ ହେବା ପରେ ମାନସିକ ସନ୍ତୁଳନ ହରାଇ ବସିଲେ ଗୌତମ। ପୁଅର ଅପମୃତ୍ୟୁ ପରେ ନଖାଇ ନପିଇ ଏମିତି ଏହି ଶ୍ମଶାନ ପାଖରେ ବସି ରହିଛନ୍ତି ଗୌତମ ଯେତେ ଡାକିଲେ କି ପାଟି କଲେ ଶ୍ମଶାନ ଛାଡି ଯାଉ ନାହାନ୍ତି ଗୌତମ। ବେଳେ ବେଳେ କିଛି କହୁଛନ୍ତି ଆଉ ପ୍ରାୟ ସମୟ ଚୁପ୍ ରହୁଛନ୍ତି ।
ତାଙ୍କର ଏଭଳି ଅବସ୍ଥା ଦେଖି ଝିଅ ନଳିନୀ ଏବଂ ତାଙ୍କ ଜ୍ବାଇଁ ଗଙ୍ଗାଧର ତାଙ୍କୁ ଘରେ ନେଇ ରଖିଲେ। ହେଲେ ସେ ଘରେ ରହୁ ନାହାନ୍ତି ବରଂ ସେ ଦିନ ରାତି ଏପରି ଶ୍ମଶାନରେ ବସି ରହିଛନ୍ତି। ତେବେ ଶାଶୁ ଘର ଜଞ୍ଜାଳ ଭିତରେ ମଧ୍ୟ ବାପାଙ୍କ ପ୍ରତି ଥିବା କର୍ତ୍ତବ୍ୟରେ ହେଳା କରି ନାହାଁନ୍ତି ନଳିନୀ ଆଉ ତାଙ୍କର ଚିକିତ୍ସା ବି ଚଳାଇଛନ୍ତି। କିନ୍ତୁ ବାପା ପୁରା ଭଲ ହେବା ପାଇଁ ବଡ ଡାକ୍ତରଖାନା ନେବାକୁ ପଡିବ। କିନ୍ତୁ ଜ୍ବାଇଁ ରାଜମିସ୍ତ୍ରୀ କାମ କରୁ ଥିବାରୁ ଟଙ୍କାର ଅଭାବ ପାଇଁ ଚିକିତ୍ସାରେ ବିଳମ୍ବ ହେଉଛି। ତେବେ ଏବେ ଖାଲି ସରକାରୀ ସାହାଯ୍ୟକୁ ରହିଛି ଅପେକ୍ଷା।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।