Odisha News Portal

ହେ ଭଗବାନ ! ପୁଣି କଳାକାର ଜଗତ ରୁ ଆସିଲା ଶୋକରଛାୟା ! ବଙ୍ଗାଳି ଫିଲ୍ମ ଇଣ୍ଡଷ୍ଟ୍ରିର ବରିଷ୍ଠ ଅଭିନେତା ସୌମିତ୍ର ଚାଟାର୍ଜୀଙ୍କ ନିଧନ….

0 2

ପୁଣି ଚଳଚିତ୍ର ଜଗତରୁ ଗୋଟିଏ ଦୁଃଖଦ ଖବର ଆସିଛି । ତେବେ ଚଳିତ ବର୍ଷ ସାରା ଚଳଚିତ୍ର ଜଗତ ପାଇଂ ଗୋଟିଏ ପରେ ଗୋଟିଏ ଦୁଃଖଦ ତଥା ହୃଦୟ ବିଦାରକ ଘଟଣା ସାମ୍ନକୁ ଆସୁଛି । ଏହା ସହିତ ଜଣକ ପରେ ଜଣକର ବିୟୋଗ ସଂମ୍ପୂର୍ଣ୍ଣ ଚଳଚିତ୍ର ଜଗତକୁ ଗୋଟିଏ ଗୋଟିଏ ଶକ୍ତ ଆଘାତ ତଥା ଅପୂରଣୀୟ କ୍ଷତି ପହଞ୍ଚାଇ ଦେଇ ଯାଉଛି । ଏବେ ପୁଣି ଏକ ସେହିପରି ଖବର ସାମ୍ନାକୁ ଆସିଛି ।

ତେବେ ବଙ୍ଗାଳି ଫିଲ୍ମ ଇଣ୍ଡଷ୍ଟ୍ରିର ବରିଷ୍ଠ ତଥା ପ୍ରଖ୍ୟାତ ଅଭିନେତା ସୌମିତ୍ର ଚାଟାର୍ଜୀଙ୍କ ପରଲୋକ ହୋଇ ଯାଇଛି । ସାରା ବଙ୍ଗାଳି ଫିଲ୍ମ ଇଣ୍ଡଷ୍ଟ୍ରିରେ ବର୍ତ୍ତମାନ ଶୋକର ଲହରୀ ଖେଳି ଯାଇଛି । 85 ବର୍ଷ ବୟସରେ ସେ ଦୁନିଆକୁ ଚିରଦିନ ପାଇଁ ଚିର ବିଦାୟ ନେଇ ଯାଇଛନ୍ତି ।ତେବେ ଦୀର୍ଘ ଦିନ ଧରି ତାଙ୍କର ଶରୀର ଅସୁସ୍ଥ ଥିବାରୁ ତାଙ୍କୁ ଡାକ୍ତରଖାନରେ ଭର୍ତ୍ତି କରା ଯାଇ ଥିଲା ।

ଏହାପରେ ତାଙ୍କୁ ଭେଣ୍ଟିଲେଟରରେ ମଧ୍ୟ. ରଖା ଯାଇଥିଲା । କିନ୍ତୁ ଏ ସବୁ ପରେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ବି ସୁଧାର ହୋଇ ନଥିଲା । ନିକଟରେ ଡାକ୍ତର କହିଥିଲେ ଯେ ସୌମିତ୍ର ଚାଟାର୍ଜୀଙ୍କୁ ଲାଇଫ୍ ସପୋର୍ଟ ସିଷ୍ଟମରେ ରଖାଯାଇଛି କିନ୍ତୁ ତଥାପି ତାଙ୍କର ସ୍ୱାସ୍ଥ୍ୟବସ୍ଥା କୌଣସି ପ୍ରକାରରେ ବି ଭଲ ନାହିଁ ।


ତେବେ ସୌମିତ୍ର ଚାଟାର୍ଜୀ ଆଜି ଅର୍ଥାତ ରବିବାର ନଭେମ୍ବର ମାସ 15 ତାରିଖ ବେଲେ ବ୍ଲୁ କ୍ଲିନିକରେ ଅପରାହ୍ନ 12 .15 ମିନିଟରେ ସବୁ ଦିନ ପାଇଁ ଶେଷ ନିଶ୍ୱାସ ତ୍ୟାଗ କରିବା ସହିତ ଏ ଦୁନିଆରୁ ମଧ୍ୟ ଚିର ବିଦାୟ ନେଇ ଯାଇଛନ୍ତି ।ତେବେ ତାଙ୍କୁ ସହରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା । ଆଉ ପୂରା ଡାକ୍ତର ଟିମ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆଣିବା ପାଇଁ ବହୁତ ପ୍ରକାର ତଥା ସବୁ ପ୍ରକାର ଚେଷ୍ଟା କରି ଥିଲେ । କିନ୍ତୁ ଏହା ପରେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କିଛି ବି ସୁଧାର ଆସିନ ଥିଲା । ଆଉ ଲାଇଫ୍ ସପୋର୍ଟ ସିଷ୍ଟମରେ ଥାଇ ମଧ୍ୟ ସେ କୌଣସି ପ୍ରତିକ୍ରିୟା ଦେଉ ନଥିଲେ ।

ସୌମିତ୍ର ଚାଟାର୍ଜୀ ଅକ୍ଟୋବର 6 ତାରିଖରେ କରୋନାରେ ସଂକ୍ରମିତ ହୋଇଥିଲେ । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରା ଯାଇ ଥିଲା । ଆଉ ଏହା ପରେ ସେ ସୁସ୍ଥ ମଧ୍ୟ ହୋଇ ଯାଇ ଥିଲେ । କିନ୍ତୁ ପରେ ପୁଣି ଥରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇ ଥିଲା । ଯାହା ଫଳରେ ତାଙ୍କୁ ପୁଣି ହସ୍ପିଟାଲରେ ବିଶେଷ ଚିକିତ୍ସା କରା ଯାଇଥିଲା କିନ୍ତୁ ଆଜି ତାଙ୍କର ପରଲୋକ ହୋଇ ଯାଇଛି । ତାଙ୍କର ଏହି ବିୟୋଗ ରେ ସାରା ବଙ୍ଗାଳି ଫିଲ୍ମ ଇଣ୍ଡଷ୍ଟ୍ରି ତାଙ୍କୁ ଝୁରୁଛି ଏବଂ ଶୋକ ପ୍ରକାଶ କରୁଛି । ଏହା ସହିତ ସାରା ଚଳଚିତ୍ର ଜଗତ ମଧ୍ୟ ତାଙ୍କର ବିୟୋଗରେ ବହୁତ ଶୋକ ପ୍ରକାଶ ତଥା ଦୁଃଖ ପ୍ରକାଶ କରୁଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।